34.1 C
Bhubaneswar
Friday, March 29, 2024
Homeଓଡିଶାଗାଁ କୁ ନାହିଁ ରାସ୍ତା, ଶେଷରେ ନିଜେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଗାଁ କୁ ନାହିଁ ରାସ୍ତା, ଶେଷରେ ନିଜେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

କଳାହାଣ୍ଡି : ଦିନକୁ ଦିନ ସରକାର କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଜନସାଧାରଣଙ୍କ ମୌଳିକ ସୁବିଧା ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଏବେ ବି ସବୁଦିନ ଯାତାୟାତ ପାଇଁ ସାଧାରଣ ରାସ୍ତାଟିଏ ନାହିଁ। ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଳକ ଭେଜିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗୁଡାର ସର୍ଗିପଡାରେ। ଏଥିରେ ଭେଜିଗୁଡା ଗ୍ରାମପଞ୍ଚାୟତ ୧୧ ନମ୍ବର ୱାର୍ଡ ର ୭୦ପରିବାର ଓ କଲମପୁର ବ୍ଳକ ମିନଗୁର ଗ୍ରାମପଞ୍ଚାୟତ ର ୮୦ ପରିବାର ଦୀର୍ଘ ଦିନ ହେଲା ବସବାସ କରୁଛନ୍ତି । କିନ୍ତୁ ତାଙ୍କ ପାଇଁ ସାଧାରଣ ରାସ୍ତାଟିଏ ନାହିଁ। ଯାତାୟାତ ପାଇଁ କେନାଲ ରାସ୍ତା ହୀ ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ତାହା ବି ଶୋଚନୀୟ ହୋଇ ପଡିଛି। ଗ୍ରାମପଞ୍ଚାୟତକୁ ଭତ୍ତା, ଚାଉଳ, କିରାସିନ ତଥା ଅନ୍ୟ କାମରେ ଯିବାକୁ ହେଲେ ରାସ୍ତା ହୀ ପ୍ରମୂଖ ସମସ୍ୟା ହୋଇପଡେ।

ବର୍ଷା ଦିନ ହେଲେ ଏମାନଙ୍କ ସମସ୍ୟା କହିଲେ ନସରେ।ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୋଣସି ସୁଫଳ ମିଳି ନ ଥିବା ବେଳେ ବର୍ତ୍ତମାନ ଗ୍ରାମବାସୀ ନିଜସ୍ୱ ଖର୍ଚ୍ଚରେ ରାସ୍ତା ନିର୍ମାଣ କରିଛନ୍ତି । ପ୍ରତି ବର୍ଷ ମନରେଗା ଯୋଜନାରେ ବିଭିନ୍ନ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ପଡାକୁ କିପରି ବଂଚିତ ଅଛି ତାହା ହିଁ ପ୍ରଶ୍ନବାଚୀ ରହିଛି। ବ୍ଲକ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ଏ ନେଇ ଭେଜିଗୁଡା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ। ଗାଁ କୁ ଏକ ସବୁଦିନିଆ ରାସ୍ତାଟିଏ ନିର୍ମାଣ ପାଇଁ ହରିଶଙ୍କର ଠାକୁର ,ଦୁର୍ଯ୍ୟଧନ ମାଝୀ, ଜୟ ନାରାୟଣ ଠାକୁର, ସଂଜୀପ ଠାକୁର, ଡମ୍ବରୁଧର ଠାକୁର, ଭଜମନ ସାମ୍ରତ,ପୂର୍ଣ୍ଣିମି ସାମ୍ରତ,କୌଶଲ୍ୟା ସାମ୍ରତ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking