କଳାହାଣ୍ଡି : ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ପ୍ରଥମ ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହ ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଯୋଗ ଦେବାପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟରୁ ୬୦ ଜଣ ପ୍ରତିଯୋଗୀ ୧୨ ତାରିଖ ବାରିପଦା ଯାଇଥିଲେ| ଏହି ସମାରୋହ ଗତକାଲି ଉଦଯାପିତ ହୋଇଯାଇଛି| କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ବିଭିନ୍ନ ବିଭାଗରେ ବାଜିମାତ କରି ରାଜ୍ୟ ସ୍ତରରେ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ତୃତୀୟ ସ୍ତାନରେ ରଖି ପାରିଛନ୍ତି| ପୁରୁଷ କାରୋମ ପ୍ରତିଯୋଗିତାରେ ସୌମ୍ୟରଂଜନ ତ୍ରିପାଠୀ ପ୍ରଥମ ହୋଇ ସ୍ଵର୍ଣ ପଦକ ବିଜେତା ହୋଇଛନ୍ତି ଏବଂ ୩୦୦୦୦ ଟଙ୍କା ପୁରସ୍କୃତ ହୋଇଛନ୍ତି | ସେଇଭଳି ମହିଳା କାରୋମ ପ୍ରତିଯୋଗିତାରେ ପ୍ରଣତୀ ଠାକୁ ସ୍ଵର୍ଣ ପଦକ ଲାଭ କରିବା ସହିତ ୩୦୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ| ମହିଳା ବ୍ଯାଡମିନ୍ଟନ ବିଭାଗରେ ରସମିତ ଶବର ରୌପ୍ୟ ପଦକ ହାତେଇବା ସହିତ ୨୫୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ | ମହିଳା ଡବଲ ବ୍ଯାଡମିନ୍ଟନରେ ରସମିତ ଶବର ଓ ମଧୁମିତା ଶବର ରୌପ୍ୟ ପଦକ ଲାଭ କରି ୧୨୫୦୦ ଟଙ୍କା ପ୍ରତ୍ୟେକ ପ୍ରତିଯୋଗୀ ନଗଦ ଅର୍ଥ ପାଇଥିଲେ| ଫୁଟବଲ ରେ କ୍ଯାପ୍ଟନ ଯୁବଏର ମହମ୍ମଦଙ୍କ ନେତୃତ୍ବରେ ଦଳ ବ୍ରୋଞ୍ଜ ପଦକ ପ୍ରାପ୍ତ ହୋଇଥିଲା ଏବଂ ୨୫୦୦୦ ଟଙ୍କା ନଗଦ ରାଶି ପୁରସ୍କୃତ ହୋଇଥିଲା | ଚେସ ରେ ତୁଷାରକାନ୍ତ ସାହୁ ବ୍ରୋଞ୍ଜ ପଦକ ସହିତ ନଗଦ ୨୦୦୦୦ ଟଙ୍କା ପୁରସ୍କାର ବାବଦକୁ ପାଇଥିଲେ| ଦୁଇଟା ସ୍ଵର୍ଣପଦକ, ଦୁଇଟି ରୌପ୍ୟ ପଦକ ଓ ଦୁଇଟି ବ୍ରୋଞ୍ଜ ପଦକ ଲାଭ କରି ସାରା ଓଡ଼ିଶାରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ତୃତୀୟ ସ୍ତାନରେ ଆସୀନ ହୋଇ ପାରିଥିଲା| ଏହି ବିଜୟ ଫଳରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା | ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନେତୃତ୍ବରେ ଶତାଧିକ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କଲେଜ ଛକରୁ ବିଶ୍ଵବିଦ୍ୟାଳୟ ପର୍ୟଂତ ବ୍ଯାନ୍ଡ ବାଜାର ତାଳେ ତାଳେ ପଟୁଆର ରେ ପାଛୋଟି ଆଣି ଅଭିନନ୍ଦନ ଜ୍ଞାପନ କରିଥିଲେ| କୁଳପତି ନିଜେ ପ୍ରତି ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇ ଆରବର୍ଷକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଓଡ଼ିଶାରେ ପ୍ରଥମ ସ୍ତାନ ଅଳଙ୍କୃତ କରେଇବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ| ଖେଳ ପରିଷଦ ର ଉପସଭାପତି ଡକ୍ଟର ଘନଶ୍ୟାମ ବେହେରା ଏହି କୃତିତ୍ଵର ଶ୍ରେୟ କୁଳପତିଙ୍କୁ ଦେଇଥିଲେ| ତାଙ୍କ ପ୍ରେରଣାରେ ହିଁ ଏକ ସାତ ଦିନିଆ ଟ୍ରେନିଂ ଶିବିର କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଅ ଯାଇଥିଲା| ଏହି ସମାରୋହରେ ମେଜର ଡକ୍ଟର ଜୟଦେବ ସାହୁ , ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ, ଶ୍ରୀ ପ୍ରଦୀପ ପ୍ରଧାନ, ଶ୍ରୀ ଶକ୍ତି ପ୍ରସାଦ କବି ଶତପଥୀ , ଡକ୍ଟର ନଳିନୀ ରଣା, ଖେଳ ଶିକ୍ଷକ ଶ୍ରୀମତୀ ହୈମବତୀ ବେହୁରା, ବିକାଶ କୋଲଏଗୟେର ଖେଳ ଶିକ୍ଷକ , ଜିଲ୍ଲା ଖେଳ ଅଧିକାରୀ ଶ୍ରୀବ ଶୁଭାଶିଷ ନାୟକ ଓ ଅନ୍ୟାନ୍ୟ ଅଧ୍ୟାପକ ଠ କର୍ମଚାରୀ ମାନେ ସାମିଲ ହୋଇ ବିଜୟୀ ମାନଙ୍କ ସମ୍ବର୍ଦ୍ଧନା କରିଥିଲେ\