28.1 C
Bhubaneswar
Friday, March 29, 2024
Homeଓଡିଶାକଳାହାଣ୍ଡି ର ସ୍ୱାଧିନତା ସଂଗ୍ରାମୀ ଶହୀଦ ରେଣ୍ଡୋ ମାଝି ଶହୀଦ ଦିବସ ପାଳିତ

କଳାହାଣ୍ଡି ର ସ୍ୱାଧିନତା ସଂଗ୍ରାମୀ ଶହୀଦ ରେଣ୍ଡୋ ମାଝି ଶହୀଦ ଦିବସ ପାଳିତ

କଳାହାଣ୍ଡି –  ଦେଶ ମାତୃକାର ସ୍ୱାଧିନତା ପାଇଁ ଆଦିବାସୀଙ୍କ ବଳିଦାନ ଅତୁଳନୀୟ ବୋଲି କଳାହାଣ୍ଡିର ପ୍ରଥମ ସ୍ୱାଧିନତା ସଂଗ୍ରାମୀ ଶହୀଦ ରେଣ୍ଡୋମାଝିଙ୍କ ବଳିଦାନ ଦିବସ ପାଳନ ଅବସରରେ ବକ୍ତା ମାନେ ମତ ପୋଷଣ କରିଛନ୍ତି । ସଦର ମହକୁମା ଭବାନୀପାଟଣା ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶହୀଦ ବଳିଦାନ ଦିବାସ ପାଳନ ଅବସରରେ ଜେଲ ଛକ ପାଖରେ ଥିବା ରେଣ୍ଡୋମାଝୀ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ନକଟୀଗୁଡା ଛକ ଠାରୁ ଆଦିବାସୀଙ୍କ ଏକ ଶୋଭାଯାତ୍ରା ବାହାରି ନୂଆବସଷ୍ଟାଣ୍ଡ ପାଖରେ ଥିବା ସ୍ମୃତି ସ୍ତମ୍ଭ ରେ ଶ୍ରଦ୍ଧାଂଜଲି ଜ୍ଞାପନ କରାଯାଇଥିଲା । ଶହୀଦ ରେଣ୍ଡାମାଝୀଙ୍କ ୧୬୪ ତମ ବଳିଦାନ ଦିବସ ଅବସରରେ ଜୁନାଗଡ ଠାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ରାଜ୍ୟ ଶକ୍ତି, ଶିଳ୍ପ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ମାନଙ୍କ ସ୍ୱାଧିନତା ଆନ୍ଦୋଳନରେ ଯୋଗଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ । ଆଦିବାସୀ ମାନଙ୍କ ପାରମ୍ପରିକ ବେଶ ଭୂଷାରେ ସୁସଜ୍ଜିତ ହୋଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ସଂସ୍କୃତି ଭବନ ରେ ପହଂଚିବା ପରେ ସଂଘ ସଭାପତି ସୁପ୍ରସନ୍ନ ଭୋଇଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ମ-ରାମପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ବହୂଲ ଅଂଚଳ ତଥା ଶହୀଦ ରେଣ୍ଡୋମାଝୀଙ୍କ ଜନ୍ମସ୍ଥଳ ଉର୍ଲ୍ଲାଦାନୀ ଠାରେ ମଧ୍ୟ ଶହୀଦଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ମାନଙ୍କ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହିତ ଶହୀଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ରାଜ୍ୟ ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦଙ୍କୁ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଂଜଳି ଦେବା ସହିତ ଉପସ୍ଥିତ ଆଦିବାସୀ ମାନଙ୍କୁ ଶହୀଦ ରେଣ୍ଡୋମାଝୀଙ୍କ ବଳିଦାନ ସଂପର୍କରେ ଆଲୋକପାତ କରିଥିଲେ । ଆଦିବାସୀ ବହୁଳ ଥୁ-ରାମପୁର ବ୍ଲକରେ ଶହୀଦ ଦିବସ ପାଳନ ଅବସରରେ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଆଦିବାସୀ ମାନଙ୍କ ପାରମ୍ପରିକ ବେଶ ଭୂଷାରେ ସୁସଜ୍ଜିତ ଏକ ବିଶାଳ ଶୋଭାଯାତ୍ରା ସମଗ୍ର ଅଂଚଳ ପରିକ୍ରମା କରିବା ସହିତ ଶହୀଦ ସ୍ମୃତି ସ୍ତମ୍ଭ ପାଖରେ ପହଂଚି ସ୍ମୃତିଚାରଣ କରାଯାଇଥରଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking