28.1 C
Bhubaneswar
Thursday, March 28, 2024
Homeଅପରାଧକଳାହାଣ୍ଡି ଜିଲ୍ଲା ଲାଂଜିଗଡ ପୋଲିସର ସଫଳତା ,ଆନ୍ତ ରାଜ୍ୟ ବାଇକ ଚୋରୀ ରାକେଟ ଠାବ, ୧୧...

କଳାହାଣ୍ଡି ଜିଲ୍ଲା ଲାଂଜିଗଡ ପୋଲିସର ସଫଳତା ,ଆନ୍ତ ରାଜ୍ୟ ବାଇକ ଚୋରୀ ରାକେଟ ଠାବ, ୧୧ ଗିରଫ

କଳାହାଣ୍ଡି-  ଓଡିଶାରୁ ମଧ୍ୟପ୍ରଦେଶ, ଛତିଶଗଡ,ଆନ୍ଧ୍ରପ୍ରଦେଶ ଯାଏ ଲମ୍ବିଥିବା ଏକ ବିରାଟ ଆନ୍ତରାଜ୍ୟ ବାଇକ ଚୋରୀ ରାକେଟର ଠାବ କରିଛି କଳାହାଣ୍ଡି ଜିଲ୍ଲା ଲାଂଜିଗଡ ଥାନା ପୋଲିସ । ଦୀର୍ଘ ଚାରିମାସର ଅପରେସନ ପରେ ଲାଂଜିଗଡ ପୋଲିସକୁ ସଫଳତା ମିଳିଛି । ବାଇକ ଚୋରୀ ରାକେଟର ମାଷ୍ଟର ମାଇଣ୍ଡ ସମେତ ଦୁଇଜଣ ନାବାଳକ ସହିତ ୧୧ ଜଣକୁ ଗିରଫ କରାଯାଇଥିବା ବେଳେ ୩୯ ଗୋଟି ଚୋରୀ ବାଇକ ଜବତ କରାଯାଇଥିବା ଜଣାପଡିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ୩ ତାରିଖ ୨୦୧୯ ରେ ବିଶ୍ୱନାଥପୁର ଥାନା ରେ ସ୍ଥାନୀୟ ବ୍ୟବସାୟୀ ପ୍ରମୋଦ ଗୋଏଲଙ୍କ ହିରୋ ସୁପର ବାଇକ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବିଶ୍ୱନାଥପୁର ଥାନା କେଶ ନଂ ୪୯/୨୦୧୯ ରେ ଏକ ମାମଲା ରୁଜ୍ଜୁ ହୋଇ ଅନୁସନ୍ଧାନ ଜାରି ରହିଥିବା ବେଳେ ବିଶ୍ୱନାଥପୁରର ଅମିତ କୁମାର (୨୪) ଚୋରୀ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଅମିତକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ଏହି ଆନ୍ତରାଜ୍ୟ ବାଇକ ରାକେଟ ସଂପର୍କରେ ଅନେକ ସୁରାକ ପାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ବିଶ୍ୱନାଥପୁରସ୍ଥିତ ଗଣେଶ୍ୱର ବେହେରାଙ୍କ ଆଉ ଏକ ବାଇକ ଚୋରୀ ହୋଇଥିବା ନେଇ ବିଶ୍ୱନାଥପୁର ଥାନାରେ ଅଭିଯୋଗ ହେବା ପରେ ନଂ.୧୩/୨୦୨୦ ରେ ଆଉ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଚାଲୁରହିଥିଲା । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ତତ୍ୱାବଧାନରେ ଲାଂଜିଗଡ ଥାନାଧିକାରୀ ସଦାନନ୍ଦ ପାତ୍ର ଓ ବିଶ୍ୱନାଥପୁର ଥାନାଧିକାରୀ ରୁନୁକୁମାରୀ ମାଝୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଟିମ ଏହି ବାଇକ ଚୋରୀ ଘଟଣାର ତଦନ୍ତ କରୁଥିଲେ । ଅମିତ ଠାରୁ ମିଳିଥିବା ତଥ୍ୟ ଆଧାରରେ ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ର ଅବିନାଶ ସାହୁ ( ୩୩) କୁ କରିଥିଲା ପୋଲିସ । ତଦନ୍ତ ସମୟରେ ଅବିନାଶ ବାଇକ ଚୋରୀ ସଂପର୍କରେ ସ୍ୱୀକାର କରିବା ସହିତ ତାର ସହେଯାଗୀ ମାନଙ୍କ ନାମ ପ୍ରକାଶ କରିଥିଲା । ଅବିନାଶ ହିଁ ଏହି ବାଇକ ଚୋରୀ ଘଟଣାର ମାଷ୍ଟର ମାଇଣ୍ଡ ଏବଂ ତାର ପ୍ରକୃତ ଘର ଗଂଜାମ ଜିଲ୍ଲାର ହୋଇଥିବା ବେଳେ ବିଭିନ୍ନ ଅଂଚଳରେ ବସତି କରି ସେହି ଅଂଚଳରେ ବାଇକ ଚୋରୀ କରିବା ପରେ ସେହି ଅଂଚଳ ଛାଡି ଅନ୍ୟତ୍ର ବସତି ପାଇଁ ପଳାଇ ଯାଉଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ମାଷ୍ଟରମାଇଣ୍ଡ ଅବିନାଶର ତଥ୍ୟ ଆଧାରରେ ପୋଲିସ ଲାଂଜିଗଡ, ବିଶ୍ୱନାଥପୁର, ଛତ୍ରପୁର, ରାୟଗଡା, ମୁନିଗୁଡା, ବିଷମକଟକ,ଗଂଜାମ, ଭୂବନେଶ୍ୱର, ବଲାଙ୍ଗୀର, କନ୍ଧମାଳ, ନବରଂଗପୁର ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ସ୍ଥାନରେ ଚଢଉ କରି ୩୯ ଟି ବାଇକ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାପଡିଛି । ରାୟଗଡା ଜିଲ୍ଲା ପଦମପୁର ଥାନା ଅଂଚଳର ଚନ୍ଦ୍ର କଂସ ବେହେରା(୨୭) ଲାଂଜିଗଡ ଠାରେ ଗେରେଜ ମେକାନିକ ଭାବେ କାମ କରୁଥିବା ବେଳେ ବାଇକ ଚୋରୀ ଘଟଣାରେ ସଂପୃକ୍ତ ଥିବାର ଏବଂ ବାଇକ ଚାବି ତିଆରି କରୁଥିବାର ପୋଲିସ ଜାଣିବାକୁ ପାଇଥିଲା । ଚନ୍ଦ୍ର ଏଥି ପୂର୍ବରୁ ଟିକିରୀ ଥାନା ଅଂଚଳରେ ମଧ୍ୟ ସେଭଲି ଚୋରୀ ଘଟଣାରେ ସଂପୃକ୍ତ ଥିବା ପ୍ରକାଶ କରିଥିଲା । ପୋଲିସ ର ଏହି ସର୍ଚ୍ଚ ଅପରେସନ ପରେ ବାଇକ ଲୁଟେରା ଦଳରେ ସାମିଲ ଥିବା ମାଷ୍ଟର ମାଇଣ୍ଡ ଅବିନାଶ ସାହୁ ,ଅମିତ କୁମାର ଓ ଚନ୍ଦ୍ର କଂସ ବେହେରା ସମେତ ଲାଂଜିଗଡ ଛତ୍ରପୁର ର ସୁଧିର ହରିଜନ (୨୯), ମଂଟୁ ହରିଜନ (୨୨.ସାଗର ହରିଜନ (୨୦),ରମାକାନ୍ତ ହରିଜନ (୨୦), ଏବଂ ଦୁଇଜଣ ନାବାଳକ ସମେତ କମର୍ଡା ର ଦିବ୍ୟ ଭୂଷଣ ବୁଦ୍ଧିଆ (୪୪), ଓ ଭବାନୀପାଟଣାର ଠାକୁର ସୁନାନୀ (୩୪) ମୋଟ ୧୧ ଜଣକୁ ଗିରଫ କରିଥିବା ସହିତ ଆହୁରି ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରହିଥିବା ଥାନାଧିକାରୀ ସଦାନନ୍ଦ ପାତ୍ର ଙ୍କ ସୂତ୍ରରୁ ପ୍ରକାଶ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking