27.8 C
Bhubaneswar
Friday, April 19, 2024
Homeଓଡିଶାସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମା

ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମା

କଲାହାଣ୍ଡି: ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ ଯୋରାଡବରା ପଞ୍ଚାୟତ ସ୍ଥିତ ସିଲେଟପଡା ଗାଁର ପଦ୍ମା ସୁନା ଙ୍କ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ସୁନା ଗତ କିଛି ମାସ ତଳେ ଦାଦନ ଖଟିବାକୁ ଯାଇ ଗୁଜରାଟ୍ ରେ ମୃତ୍ଯ ବରଣ କରିଥିଲେ l ତେବେ ସ୍ବାମୀ ର ମୃତ୍ଯୁ ଖବର ପାଇ ନିଜକୁ ସହ୍ଯ କରି ନପାରୀ ଆତ୍ମହତ୍ଯା ଉଦ୍ଯମ କରିବା କୁ ଯାଇ ଟୁର୍ଚ୍ଚି ଉତ୍ତେଇ ନଦି ପୋଲ ଉପରୁ ଡେଇଁ ପଡିଥିଲେ ପଦ୍ମା l କିନ୍ତୁ ନଦିରେ ପାଣି ନଥିବା କାରଣ ରୁ ନଦି ତଳେ ଥିବା ପଥର ଉପରେ କଚାଡି ହୋଇ ପଦ୍ମାଙ୍କର ଡାହାଣ ଗୋଡ ଭାଙ୍ଗି ଯାଇଥିଲା l ଫଳରେ ଗୁରୁତର ଅବସ୍ଥା ଭାବେ ଅନେକ ଡାକ୍ତରଖାନା କୁ ନେଇଥିଲେ ପରିଜନ l ହେଲେ ସେଠାରେ ମଧ୍ଯ ପଦ୍ମା ଠିକ୍ ହୋଇ ପାରି ନଥିଲେ l ପରେ ଭବାନୀପାଟଣା ରେ ଥିବା ମୁଲ୍ଟିପ୍ଲେକ୍ସ ହସ୍ପିଟାଲ୍ ରେ ପଦ୍ମା କୁ ଭତ୍ତି କରାଯାଇଥିଲା l ଏବଂ ସେଠାରେ ତାଙ୍କର ରକ୍ତ ଅଭାବ ରହିଥିବା ରୁ ଜିଲ୍ଲା ବିଜେଡି ଉପ-ସଭାପତି ଶ୍ରୀ ଚିତ୍ତ ରଞ୍ଜନ ମଣ୍ଡଳ (ବାବୁଲି) ଙ୍କୁ ଫୋନ ଯୋଗେ ଜଣାଇଥିଲେ l ପରେ ଶ୍ରୀ ମଣ୍ଡଳ ଆସି ରକ୍ତ ର ବ୍ଯବସ୍ଥା କରିବା ସହ ଅପରେସନ ଖର୍ଚ୍ଚ କୁ କମ କରିବା ପାଇଁ ଡାକ୍ତରଖାନା ର ଏମ୍.ଡି ଙ୍କ ସହ କଥା ହୋଇ ଅପରେସନ୍ ଖର୍ଚ୍ଚ କୁ କମ୍ କରିଥିଲେ l ଏମିତି କି ପଦ୍ମା ହସ୍ପିଟାଲ୍ ରୁ ସୁସ୍ଥ ହେବା ପରେ ଏକ ଗାଡି କରି ତାଙ୍କ ଘର ସିଲେଟପଡା କୁ ପଠାଇ ଥିଲେ l ତେବେ ଶ୍ରୀ ମଣ୍ଡଳ ଙ୍କ ଏପରି ମହତ କାର୍ଯ୍ଯ କୁ ପରିବାର ଲୋକେ ପ୍ରଶଂସା କରିବା ସହ ପରିବାର ରେ ଆନନ୍ଦ ର ଲହରି ଖେଲି ଯାଇଛି l ଅନ୍ଯପଟେ ଶ୍ରୀ ମଣ୍ଡଳ ମାନବ ପ୍ରେମୀ ଏବଂ ସବୁବେଳେ ଲୋକଙ୍କ ସୁଖ ଦୁଖର ସାଥି ବୋଲି ବୁଦ୍ଧିଯିବି ମହଳରେ ଚର୍ଚ୍ଚା ହେବାରେ ଲାଗିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking