38.1 C
Bhubaneswar
Saturday, April 20, 2024
Homeଓଡିଶାକରୋନା ପାଇଁ ଫିକା ପଡ଼ିଛି ଇଦୁଲ ଫିତର, ସୀମିତ ପରିବାର ବର୍ଗରେ ଉତ୍ସବ ପାଳିତ

କରୋନା ପାଇଁ ଫିକା ପଡ଼ିଛି ଇଦୁଲ ଫିତର, ସୀମିତ ପରିବାର ବର୍ଗରେ ଉତ୍ସବ ପାଳିତ

କଳାହାଣ୍ଡି : କଳାହାଣ୍ଡି ଭବାନୀପାଟଣା ଇଦୁଲ ଫିତର ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ନିଜ ନିଜ ପରିବାରର ମୃତକ ପରିଜନଙ୍କ ଉଦ୍ଦେଶ୍ୟରେ ଦିନ ବେଳା ଉପବାସ ରଖିବା ପରେ ସନ୍ଧ୍ୟା ସମୟରେ ଭୋଜନ ଗ୍ରହଣ କରିଥାନ୍ତି । ୪୦ ଦିନର କଠିନ ଉପବାସ ପରେ ଖୁବ ହର୍ଷ ଉଲ୍ଲାସରେ ପ୍ରତିବର୍ଷ ଇଦୁଲ ଫିତର ପାଳନ କରୁଥିବା ବେଳେ, ବିଗତ ୨ ବର୍ଷ କରୋନା ମହାମାରୀ ପ୍ରଭାବ ସମସ୍ତଙ୍କ ଉପରେ ଦେଖିବାକୁ ମିଳୁଛି ।

ପ୍ରତିବର୍ଷ ଏହି ଅବସରରେ ମୁସଲମାନ ସମ୍ପ୍ରଦାୟର ସମସ୍ତ ବ୍ୟକ୍ତି ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କବର ପାଖକୁ ଯାଇ ପ୍ରାର୍ଥନା କରି ସରିବା ପରେ, ନିଜ ନିଜର ପରିଜନଙ୍କ ପାଇଁ ନୂତନ ବସ୍ତ୍ର ପରିଧାନ କିଣା କିଣି କରି, ଏକାଠି ଭୋଜି ଭାତ କରି ଖୁବ ମସଗୁଲ ରହନ୍ତି । କିନ୍ତୁ ବିଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ସାମୁହିକ ପ୍ରାର୍ଥନା ଉପରେ ରୋକ ଲଗାଯାଇଛି, ଏଣୁ ସମସ୍ତେ ଏହି ଖୁସି ବାସିରୁ ବଞ୍ଚିତ ହେବା ସମସ୍ତଙ୍କ ମନକୁ ଖୁବ ବ୍ୟଥିତ କରି ରଖିଛି ।

ତେବେ, କରୋନା ମହାମାରୀ ସମସ୍ତଙ୍କୁ ବନ୍ଧନ ରଖିବାରେ ସଫଳ ହେଲେ ମଧ୍ୟ ଭାବନାକୁ ବାନ୍ଧି ରଖିବାରେ କିନ୍ତୁ ବିଫଳ, ଏଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ କାଳୀମନ୍ଦିର ପଡ଼ା ୱାର୍ଡ ନଂ ୧୨ ଠାରେ । ଯୁବ ବ୍ୟବସାୟୀ ମହମ୍ମଦ ସଲିମଙ୍କ ୪୦ ସଦସ୍ୟ ବିଶିଷ୍ଟ ଆଠ ଭାଇର ପରିବାରଙ୍କ ନାମ
ମହମ୍ମଦ ହନିଫ, ମହମ୍ମଦ ସନିଫ , ମହମ୍ମଦ ସଲିମ , ମହମ୍ମଦ ଅସ୍ଲାମ , ମହମ୍ମଦ ଇସ୍ଲାମ , ମହମ୍ମଦ ହୁସେନ୍ , ମହମ୍ମଦ ରମଜୁ , ମହମ୍ମଦ ଅମିନ , ମହମ୍ମଦ ସଲମାନ , ମହମ୍ମଦ ଗୁଲାମ , ଆଦିଲ ମହମ୍ମଦ , ଜ଼ୀଲାନି ମହମ୍ମଦ , ଫାରୁକ

ପ୍ରତିବର୍ଷ ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ମିଳିମିଶି ପାଳନ କରୁଥିବା ବେଳେ, ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ନିଜ ପରିବାର ବର୍ଗରେ ସୀମିତ ରଖି ଖୁବ ଧୁମ ଧାମରେ ଏହି ଉତ୍ସବ କୁ ପାଳନ କରି ସମସ୍ତଙ୍କୁ କରୋନା ପାଇଁ ସଚେତନତା ବାର୍ତା ଦେଇଛନ୍ତି ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking