27.1 C
Bhubaneswar
Thursday, April 25, 2024
Homeଅପରାଧବିବାହିତ ମହିଳାଙ୍କୁ ପଞ୍ଚାୟତ ବିର୍ବାହୀ ଅଧିକାରୀ ଙ୍କ  ଦୁଷ୍କର୍ମ ଅଭିଯୋଗ

ବିବାହିତ ମହିଳାଙ୍କୁ ପଞ୍ଚାୟତ ବିର୍ବାହୀ ଅଧିକାରୀ ଙ୍କ  ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା, : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡ କର୍ଲାକୋଟ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରାକାର ନାଏକ ଜୈନକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ନିରାକାର ନାଏକ ଥୁଆମୂଳରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗାଁର ହୋଇଥିବା ବେଳେ ମୁଖିଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର କଲୋନୀ ଘରେ ରହୁଛନ୍ତି । ସେହିପରି ଜୈନିକ ମହିଳା ମଧ୍ୟ ସେଇ ଅଞ୍ଚଳର ହୋଇଥିବା ବେଳେ ସେ ମଧ୍ୟ ଏକ ବର୍ଷ ହେଲା ମୁଖୀଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କଲୋନୀର ଅନ୍ୟ ଏକ ଘରେ ରହିଆସୁଛନ୍ତି ।
ପୀଡିତ ମହିଳାଙ୍କ ଅଭିଯୋଗ ଅନୁସାରେ ଗତ ଅପ୍ରେଲ ୨୮ ତାରିଖ ଦିନ ସେ ଘରେ ଏକୁଟିଆ ଥିବାବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିଛନ୍ତି । ଏ ସଂପର୍କରେ ସେ ଏତଲାରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଉଭୟ ମହିଳା ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବାହିତ । ଜୟପାଟଣା ଥାନା କେଶ ନମ୍ବର ୧୧୯/୨୧ରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଶନିବାର ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି ବୋଲି ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଏଭଳି ଲୋକ ଏହି ପ୍ରକଳ୍ପରେ ଚାକିରୀ କରୁନଥିଲେ ମଧ୍ୟ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କଲୋନୀରେ କିଭଳି ଏଭଳି ଲୋକମାନଙ୍କୁ ରହିବାକୁ ସୁଯୋଗ ଦିଆଯାଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking