39.8 C
Bhubaneswar
Thursday, April 18, 2024
Homeଓଡିଶାଅର୍ଥ ଅଭାବରୁ କର୍କଟ ରୋଗୀ ର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି

ଅର୍ଥ ଅଭାବରୁ କର୍କଟ ରୋଗୀ ର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତର କମଳାବାରୀଗାଁ ଖଲିଆମାଲ ପଡ଼ାର ଉଗ୍ରେସନ ହଂସ ବୟସ (୬୦) ଅର୍ଥ ଅଭାବରୁ ଚିକିତ୍ସା ହେଇପାରୁନାହାନ୍ତି । ସେ ଜଣେ କର୍କଟ ରୋଗୀ ଅଟନ୍ତି । ତାଙ୍କର ପରିବାର ଗରିବ ଅଟନ୍ତି ।ଦୈନିକ କୁଲି ମଜୁରୀକରି ଚଳନ୍ତି । ମଜୁରୀ ନ ମିଳିଲା ଦିନ ଜଙ୍ଗଲ ଜାତ ଦ୍ରବ୍ୟ ଗୋଟାଇ ଆଣି ବିକ୍ରୟକରି ଦିନ କାଟନ୍ତି ତାଙ୍କର ସ୍ତ୍ରୀ ଓ ଦୁଇପୁଅ ଅଛନ୍ତି ଗୋଟିଏ ପୁଅ ଦାଦନଖଟି ଯାଆନ୍ତି ସେ ଯେତିକି ଟଙ୍କା ରୋଜଗାର କରନ୍ତି ସେହି ନିଜ ରୋଜଗାର ଟଙ୍କାରେ ବାପାଙ୍କୁ ଅନେକ ହସ୍ପିଟାଲ ନେଇଛନ୍ତି ଧୀରେ ଧୀରେ ରୋଗ କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି ଅର୍ଥ ଅଭାବରୁ ଚିକିତ୍ସା କରିପାରୁନାହାନ୍ତି । ବର୍ତମାନ ଦେଖିଲାବେଳକୁ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଉଗ୍ରେସନ ତଥାପି ବଞ୍ଚିବା ପାଇଁ ଆଶାରଖିଛନ୍ତି ହେଲେ ଅର୍ଥ ଅଭାବ କିଛି ଆର୍ଥିକ ସାହାଯ୍ୟ ସରକାରଙ୍କ ତରଫରୁ ମିଳିଲେ କର୍କଟରୋଗ ହୋଇଥିବା ଗୋଡ଼କୁ ଅପରେସନ କଲେ ଶାନ୍ତିରେ ରହିପାରିବି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଉଗ୍ରେସନ ହଂସ ପ୍ରକାଶ କରିଥିଲେ ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ସାହାଯ୍ୟ ଯୋଗାଇଦେବା ପାଇଁ ସାଧାରଣରେ ଦାବିହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking