31.1 C
Bhubaneswar
Tuesday, April 23, 2024
Homeଓଡିଶାପ୍ରଗତିଶୀଳ ଓଡିଶାର ନଗ୍ନ ଚିତ୍ର ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ପ୍ରଗତିଶୀଳ ଓଡିଶାର ନଗ୍ନ ଚିତ୍ର ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

କଳାହାଣ୍ଡି: ସରକାର ଡିଣ୍ଡିମ ପଟି କହୁଛନ୍ତି ଯେ, ଲୋକଙ୍କୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି । ଅନ୍ଯ ପକ୍ଷରେ ରାସ୍ତାଘାଟ ଅଭାବ ଯୋଗୁଁ ଅପହଞ୍ଚ ଇଲାକାର ଲୋକେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରଚାର ହେଉଅଛିି। ତଥାପି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିବା ନିତିଦିନିଆ ଘଟଣା କହିଲେ ଅଚ୍ଯୁକ୍ତ ହେବନାହିଁ । ଏବେବି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ    ହେଉଛନ୍ତି   ।  ରାଜ୍ୟର ଅନେକ ସ୍ଥାନରେ ରହୁଥିବା ବିଚ୍ଛିନ୍ନାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ରାସ୍ତାଘଟ ନାହିଁ, ଲୋକମାନେ ଦୁଃଦଶା ଭୋଗୁଛନ୍ତି, । ତନ୍ମଧ୍ୟରୁ ସ୍ବତନ୍ତ୍ର
ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ବାସୀନ୍ଦାଙ୍କ ଦୁଃଦଶାର ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାରର ବିଚ୍ଛିନ୍ନାଞ୍ଚଳରେ ଥିବା ପୋଡାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭିତରଡୁଙ୍ଗା ଗାଁର ଅଭି ମାଝୀଙ୍କ ସ୍ତ୍ରୀ ଗୁରୁବାରୀ ମାଝୀ ନାମକ ଗର୍ଭବତୀ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ ଆଶାକର୍ମୀ ବୋଟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ବୋଟ ଅମ୍ବୁଲାନ୍ସଟି ତେନ୍ତୁଳିପଦର ଘାଟ ପାଖରେ ଅପେକ୍ଷା କରିଥିଲା, । କିନ୍ତୁ ଉକ୍ତ ଗ୍ରାମରୁ ତେନ୍ତୁଳିପଦର ଘାଟ ପର୍ଯ୍ୟନ୍ତ ଯିବାପାଇଁ ବାଟଚଳା ରାସ୍ତା ଦେଇ ଯିବାକୁ ପଡିଥିଲା ଏମାନଙ୍କୁ । ପ୍ରାୟ ଦୁଇ କିଲୋମିଟର ପାହାଡ଼ ଓ ଜଙ୍ଗଲ ଅଣଓସାରିଆ ରାସ୍ତା ଦେଇ ଗର୍ଭବତୀଙ୍କୁ ଖଟିଆରେ ପ୍ରାୟ ଦୁଇ କିଲୋମିଟର ବୋହିବାକୁ ପଡିଥିଲା। ପରେ ବୋଟ ଅମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ପୋଡାଗଡ ଘାଟକୁ ଅଣାଯିବାପରେ ଘାଟ ନିକଟରେ ପୂର୍ବରୁ ଅପେକ୍ଷା କରିଥିବା ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡିଲା।ବର୍ତ୍ତମାନ ଗର୍ଭବତୀ ମହିଳା ଜଣକ ତେନ୍ତୁଳିଖୁଣ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଏଯାଏଁ ମହିଳାଙ୍କ ପ୍ରସବ ହୋଇନଥିବା ସୂଚନା ଶୁଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking