ଫେସବୁକରେ ବିଜେଡି ମହିଳା ସଭାନେତ୍ରୀ ଙ୍କୁ ଅଶାଳୀନ ମନ୍ତବ୍ୟ; ଥାନାରେ ଏତଲା

କଳାହାଣ୍ଡି: ବିଜୁ ଦଳ କଳାହାଣ୍ଡି ମହିଳା ଜନତା ଦଳ ସଭା ନେତ୍ରୀ ଙ୍କୁ ଧର୍ମଗଡ଼ ସହର ର ବ୍ୟବସାୟୀ ଭାଗିରଥି ପାଟଯୋଶୀ ଫେସବୁକରେ ଅଶାଳୀନ ମନ୍ତବ୍ୟ ଦେବା ଘଟଣା ଭାଗୀରଥିଙ୍କ ନାମରେ ଥାନାରେ ମାମଲା । ଗତ କିଛି ଦିନ ତଳେ ଭବାନିପାଟଣା ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ହୋଇଥିଲା । ସେତେବେଳେ ବିଜୁ ଜନତା ଦଳ କଳାହାଣ୍ଡି ମହିଳା ସଭା ନେତ୍ରୀ କଲ୍ୟାଣୀ ନାଏକ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ଉଠାଇଥିବା ଫଟୋକୁ ନିଜ ଫେସବୁକ ରେ ପୋଷ୍ଟ କରିଥିଲେ । ହେଲେ ତାକୁ ନେଇ ସହର ର ବ୍ୟବସାୟୀ ଭାଗିରଥି ପାଟଯୋଶୀ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିଲେ । ତାକୁ ନେଇ ଆଜି ଧର୍ମଗଡ଼ ଥାନାରେ ଏତଲା ଦିଆ ଯାଇଛି । ସେପଟେ ଜଣେ ପଛୁଆ ବର୍ଗ ର ଜଣେ ନାରୀ ନେତ୍ରୀ କୁ ଅଶାଳୀନ ମନ୍ତବ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ସମ୍ମାନ ହାନି କରି ଥିବା ବ୍ୟକ୍ତି ଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here