27.8 C
Bhubaneswar
Wednesday, April 17, 2024
Homeଓଡିଶାଲକ ଡାଉନ ହେଲା କାଳ, ମା' ର ଶେଷ ମୁହଁ ଦେଖି ପାରିଲାନି ଦାଦନ ପୁଅ,...

ଲକ ଡାଉନ ହେଲା କାଳ, ମା' ର ଶେଷ ମୁହଁ ଦେଖି ପାରିଲାନି ଦାଦନ ପୁଅ, ରୋଗ ଶଯ୍ୟାରେ ପୁଅକୁ ଝୁରି ଝୁରି ମା' ର ଜୀବନଗଲା l

କଳାହାଣ୍ଡି : ଜିଲ୍ଲାର କଲମପୁର ବ୍ଲକ ମଣ୍ଡଳ ଗ୍ରାମରେ ଏକ ଗରିବ ଦାଦନ ପରିବାର ପାଇଁ ଲକ ଡାଉନ କାଳ ହେଲା l ରୋଗ ଶଯ୍ୟାରେ ପଡି ପୁଅ ପୁଅ ବୋଲି ମା ଚିତ୍କାର କରି ଡାକିଲା l ପୁଅ କାନ ରେ ଡାକ ବାଜିଲା ହେଲେ ପରିସ୍ଥିତି ତା ପାଇଁ ବାଧକ ସାଜିଲା l ବାହାର ରାଜ୍ୟରେ ଥାଇ ମା ମା ଡାକିଲା ପୁଅ, ମା ପାଖକୁ ଆସିବାପାଇଁ ଶତଚେଷ୍ଟା କଲା ହେଲେ ମା ପାଇଁ ପୁଅ ତାର କର୍ତବ୍ୟ ପୂରଣ କରି ପାରିଲାନି l ଶେଷରେ ମା ସବୁଦିନ ପାଇଁ ଆରପାରି କୁ ଚାଲିଗଲା l ଏକ ମାତ୍ର ପୁଅ ମା ର ଶେଷ କଥା ତ ରଖିପାରିଲାନି ଶେଷ ଦର୍ଶନ ମଧ୍ୟ କରି ପାରିଲାନି l ବିଧବା ମା ର ଶେଷକୃତ୍ୟ ଓ ଦଶାହ କାର୍ଯ୍ୟ କୁ ଯେ କିଭଳି କରାଯିବ ତାହାହିଁ ଏହି ପରିବାରର ଦୁଃଖଭରା କାହାଣୀ l ମୃତକ ମା ମାଳତୀ ନାଏକ (55) l ଦୀର୍ଘ ୮ ବର୍ଷ ହେବ ନିଜ ସ୍ୱାମୀ କୁ ହରାଇ ଥିଲେ l ତାଙ୍କର ଜଣେ ମାତ୍ର ପୁଅ ଜନ୍ମ ହୋଇଥିଲେ ସେ ହେଉଛନ୍ତି ମୁକୁନ୍ଦ ନାଏକ l ବୟସ ମାତ୍ର 20 l ପୃଥକ ହୋଇ ଦୁଇ ମା ପୁଅ ରହୁଥିଲେ l ଗତ ବର୍ଷ ମୁକୁନ୍ଦ ଗୋଟିଏ ଝିଅ କୁ ଭଲ ପାଇ ବିବାହ ବନ୍ଧନରେ ଛନ୍ଦି ହେଲା l ମା ର ବାର୍ଦ୍ଧକ୍ୟ ଅବସ୍ଥା ଏବଂ ପରିବାର ବୋଝ ମୁକୁନ୍ଦ ଉପରେ ପଡିଲା l ପତ୍ନୀ ଗର୍ଭବତୀ ହେବାପରେ ଶ୍ୱଶୁର ଘରେ ପତ୍ନୀକୁ ଛାଡି, ମା’ କୁ ଘରେ ଏକୁଟିଆ ଛାଡ଼ିଦେଇ ବାହାର ରାଜ୍ୟକୁ ରୋଜଗାର ପାଇଁ ଗଲା l ଏଭଳି ପରିସ୍ଥିତି ରେ ମା ମାଳତୀ ହଠାତ ଅସୁସ୍ଥତା ହୋଇ ପଡିଲେ l ଘରେ କେହି ପୁରୁଷ ଲୋକ ନ ଥିବାରୁ ପୁତୁରା ବୋହୁ ଭାନୁମତୀ ନାଏକ 108 ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଗତ ବୁଧବାର ଦିନ ନେଇଥିଲେ l ଡାକ୍ତରୀ ରିପୋର୍ଟ ଆସିବାପରେ ଜଣ୍ଡିସ (କାମଳ) ରୋଗ ବଢ଼ିଯାଇଥିବାରୁ ତାଂକୁ ବୁର୍ଲା ଡାକ୍ତରଖାନା କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଲେ l ଜଣେ ମହିଳା ଅନ୍ୟର ସହଯୋଗ ଲୋଡିଲେ ହେଲେ ଦେଶରେ କରୋନା ଭାଇରସ ଆତଙ୍କ ପାଇଁ ଲକ ଡାଉନ ପରିସ୍ଥିତି ହେତୁ କେହି ସହଯୋଗ ପାଇଁ ଆଗେଇ ଆସିଲେ ନାହିଁ l ତାଙ୍କ ପରିବାର ର ତିନି ପୁରୁଷ ସମସ୍ତେ ବାହାରେ ରୋଜଗାର ପାଇଁ ଯାଇଛନ୍ତି l ମୃତକ ମାଳତୀ ଙ୍କ ଶ୍ୱଶୁର ଗୁମାନି ନାଏକ (70), ପୁତୁରା ପୁଅ କ୍ଷୀରୋଦ ନାଏକ (32) ଅନୁଗୁଳ କୁ ଯାଇଥିବା ବେଳେ ପୁଅ ମୁକୁନ୍ଦ ଚେନ୍ନାଇ କୁ ରୋଜଗାର ପାଇଁ ଯାଇଛନ୍ତି l ଲକ ଡାଉନ ପାଇଁ କେହି ଆସି ପାରିଲେ ନାହିଁ l ଏଣୁ ରୋଗୀଣା ହୋଇ ମାଳତୀ ରୋଗ ଶଯ୍ୟାରେ ଘରେ ପଡ଼ିରହିଲା l ମୋତେ ଚିକିତ୍ସା କରିବାକୁ ନିଅ, ମୋ ପୁଅକୁ ଖବର ଦିଅ, ମୋତେ ବଞ୍ଚାଅ ବୋଲି ଆକୁଳ ନିବେଦନ କଲା l ପରିସ୍ଥିତି ଅସମ୍ଭାଳ ହେତୁ ଅନୁଗୁଳ ରୁ ପୁତୁରା କ୍ଷୀରୋଦ 4 ଶହ କିମି ଦୂରରୁ ଏକ ସାଇକଲ ବ୍ୟବସ୍ଥା କରି 4 ଦିନ ପରେ ଗତ ସୋମବାର ଘରକୁ ପହଞ୍ଚିଥିଲା l
ଆସି କାକି ମା ସହିତ କଥା ବି ହୋଇଥିଲେ l ମେଡିକାଲ ନେଇ ଚିକିତ୍ସା କରିବାକୁ ମଧ୍ୟ କହି ଧର୍ଯ୍ୟ ଦେଇଥିଲେ l ହେଲେ ସକାଳ ପାଇବା କ୍ଷଣି ମଙ୍ଗଳବାର ଦିନ ମାଳତୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ବୁଢା ଶ୍ୱଶୁର ଏବଂ ଚେନ୍ନାଇ ରେ ଥିବା ପୁଅ ମୁକୁନ୍ଦ ଘରକୁ ଆସିପାରି ନଥିଲେ l ପୁଅ ପୁଅ ବୋଲି ଡାକି ମା ଆଉ ପୁଅ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିନଥିଲେ l ପୁଅ ମୁକୁନ୍ଦ ରାଜ୍ୟ ବାହାରେ ମା ମା ବୋଲି କାନ୍ଦି ଧର୍ଯ୍ୟହରା ହୋଇ ପଡିଛି l କେମିତି ଆସିବ କଣ କରିବ ତାର ମତି ଭ୍ରମ ହୋଇ ପଡିଛି l ପରିବାର ର ଏଭଳି ଅଭାବନୀୟ ପରିସ୍ଥିତି ଦ୍ୱାରା ଗାଁ ରେ ଶୋକର ଛାୟା ଦେଖାଦେଇଥିଲା l ଡାକ୍ତର ରେଫର କଲା ପରେ ଯଦି ସେହି ଡାକ୍ତରଖାନା ରେ ନେଇ ଚିକିତ୍ସା କରାଯାଇଥିଲେ ହୁଏତ ଜୀବନ ବଞ୍ଚି ଯାଇଥାନ୍ତା l ୮ ଦିନ ରୋଗଶଯ୍ୟାରେ ପଡ଼ିରହିଲା l ଯଦି ଏହି ସମୟରେ ଲକ ଡାଉନ ପରିସ୍ଥିତି ନ ଥିଲେ ମଧ୍ୟ ପୁଅ ମଧ୍ୟ ପହଂଚିଥାନ୍ତା ଏବଂ ମେଡିକାଲ ନେବାରେ ଅନ୍ୟ ର ସହଯୋଗ ମିଳିଥାନ୍ତା l ତେବେ ଏହି ଲକ ଡାଉନ ହିଁ ତାଙ୍କ ପାଇଁ କାଳ ହେଲା l ଗ୍ରାମ୍ୟ ଲୋକେ ମର ଶରୀରକୁ ଦାହ କରିବାପାଇଁ କାଠ ବ୍ୟବସ୍ଥା ହୋଇ ପାରିନଥିବାରୁ ବାଧ୍ୟ ହୋଇ ମସାଣି ରେ ପୋତି ଦେଇଥିଲେ l ଦାଦନ ଶ୍ରମିକ ମୁକୁନ୍ଦ ଙ୍କ ସ୍ତ୍ରୀ ପ୍ରସବ ତାରିଖ ପାଖେଇ ଆସିଛି ଏବଂ ଆଗକୁ ମା ର ଦଶାହ କିଭଳି ହେବ ତାହା ଚିନ୍ତାର ବିଷୟ ହୋଇପଡିଛି l
ଚେନ୍ନାଇ ରେ ଥିବା ଏହି ପୁଅ କୁ ଆଣିବା ବ୍ୟବସ୍ଥା କରି ମା’ ର ଦଶାହ କାର୍ଯ୍ୟ କରାଇବାକୁ ସରକାର ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking