34.1 C
Bhubaneswar
Thursday, April 25, 2024
Homeଓଡିଶାଆର୍ଡି ରାସ୍ତାଠାରୁ-ଆମଠାପଦର ରାସ୍ତାରେ ନିମ୍ନ ମାନର ପିଚୁ କାମ ଅଭିଯୋଗ

ଆର୍ଡି ରାସ୍ତାଠାରୁ-ଆମଠାପଦର ରାସ୍ତାରେ ନିମ୍ନ ମାନର ପିଚୁ କାମ ଅଭିଯୋଗ

 

ଲାଞ୍ଜିଗଡ, :-ଗ୍ରାମାଞ୍ଚଳକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ପାଇଁ ସରକାର ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଉଛନ୍ତି।ହେଲେ ଠିକାଦାର ମାନଙ୍କର ଲାଭଖୋର ନିତି ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି।ଲାଞ୍ଜିଗଡ ବ୍ଲକରେ ବର୍ତ୍ତମାନ ପଞ୍ଚାୟତ ମାନଙ୍କରେ ପ୍ରଧାନ ମନ୍ତ୍ରୀ ରାସ୍ତା କାମ ଚାଲିଥିବା ବେଳେ ଆଜି ଏଭଳି ଏକ ନିମ୍ନ ମାନର କାମ ଦେଖିବାକୁ ମିଳିଛି ତ୍ରିଲୋଚନପୁର ଆର୍ଡି ରାସ୍ତା ଠାରୁ ଆମଠାପଦର ସଂଯୋଗ କରୁଥିବା ରାସ୍ତା କାମରେ।ରାସ୍ତା କାମର ନିମ୍ନମାନର ଚାଲିଥିବା ନେଇ ତ୍ରିଲୋଚନପୁର ପଞ୍ଚାୟତ ବିଭିନ୍ନ ଗାଁ ଲୋକେ ଅଭିଯୋଗ ଆଣି କାମ ଠିକ୍ ଭାବେ ନ କଲେ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ସୂଚନା ମୁତାବକ ତ୍ରିଲୋଚନପୁର ଆର୍ଡି ରାସ୍ତା ଠାରୁ ଆମଠାପଦର ୭ କିମି ୩୦୦ ମିଟର ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ୩୧ ଅକ୍ଟୋବର ୨୦୧୭ ଠାରୁ ଆରମ୍ଭ ହୋଇଛି ଯେ ଏ ଯାଏଁ ସରିପାରି ନହିଁ। ୨ କୋଟି ୭୩ ଲକ୍ଷ ୩୯ ହଜାର ଟଙ୍କା ବେୟ ଅଟକାଳରେ ଚାଲିଥିବା ଏହି ରାସ୍ତା କାମ ୩୦ ସେପ୍ଟେମ୍ବର ୨୦୧୮ ରେ ଶେଷ ହେବା କଥା ।କିନ୍ତୁ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ।ଏହି
ରାସ୍ତା ପିଚୁ କାମ ନିମ୍ନ ମାନର ହେଉଥିବା ଅଭିଯୋଗ ଆଣି ଆଜି ୮ ଗୋଟି ଗ୍ରାମ ତ୍ରିଲୋଚନପୁର, ଶ୍ୟାମସୁନ୍ଦରପୁର,ମଇନଗୁଡା, ଆମଠାପଦର, ବେରେନପିଣ୍ଡା,ଗଉଡ଼ ଥୁଆଗୁଡା,ବେଲାଙ୍ଗବୁଡେଲ ଓ ବେଲଗୁଡାର ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ୭ କିମି ୩୦୦ ମିଟର ରାସ୍ତା କାମକୁ କଳାହାଣ୍ଡି ଜିଲ୍ଲା ଜୟପାଟଣାର ଜଣେ ଠିକାଦାରଙ୍କୁ   କାର୍ଯ୍ୟାଦେଶ  ଦିଆଯାଇଛି।ତେବେ ଉକ୍ତ ଠିକାଦାର ନିଜ ମନ ମୁତାବକ କାମ କରୁଥିବା ଓ ଅତି ନିମ୍ନ ମାନର କାମ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ରାସ୍ତାରୁ ଠିକ୍ ଭାବେ ଧୂଳି ସଫା ନ କରି ଧୂଳି ଉପରେ ମନଇଚ୍ଛା କମ ପରିମାଣରେ ଚିପ୍ସ ଓ ପିଚୁ ପକାଯାଉ ଥିବା ଯୋଗୁଁ ମଟର ସାଇକେଲ ଚାଲିଲେ ପିଚୁ ବାହାରି ଯାଉଥିବା ବେଳେ ମାତ୍ର ୮ ଦିନ ମଧ୍ୟରେ ନୂତନ ପିଚୁ ରାସ୍ତାରେ ଘାସ ଉଠିବା ଓ ଚକଡ଼ା ଚକଡ଼ା ପିଚୁ ବାହାରି ପଡୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ,ଆର୍ଡି ରାସ୍ତା ଠାରୁ ଆମଠାପଦର ଓ ସିଆରପିଏଫ କ୍ୟାମ୍ପ ଠାରୁ ଗଉଡ଼ ଥୁଆଗୁଡା ନିର୍ମାଣ ରାସ୍ତାରେ ବିଭିନ୍ନ ସ୍ଥାନରେ ପିଚୁ ରାସ୍ତାରୁ ଚକଡ଼ା ଚକଡ଼ା ଉଠିଯାଉ ଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।ଉକ୍ତ କାମ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ ଆସୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଏନେଇ ମୁନସି ଫକୀର ସୁନାଙ୍କୁ ପଚାରିବାରୁ ଚାଇନା ପିଚୁ ଯୋଗୁଁ ରାସ୍ତାରୁ ପିଚୁ ଉଠି ଯାଉଛି ବୋଲି ପ୍ରକାଶ କରିଥିଲେ।ଆଗାମୀ ଦିନରେ ଉକ୍ତ କାମ ଠିକ୍ ଭାବେ ନ କଲେ ବାଧ୍ୟ ହୋଇ ରାସ୍ତା କାମ ବନ୍ଦ କରିବା ସହ କଳାହାଣ୍ଡି ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିବୁ ବୋଲି ୮ ଟି ଗାଁର ୱାଡ଼ ମେମ୍ବର ଭୀମସେନ ଢଂଗଡ଼ାମାଝୀ, ସମ୍ଭୁଶଙ୍କର ପଟ୍ଟନାୟକ, ଭଲ ହରିଜନ, ଗୁରୁଧନ ନାଏକ କ୍ଷେତ୍ର ହରିଜନ,ଜଳନ୍ଦ୍ରର ହରିଜନ,ସନାତନ ହରିଜନ,କୃଷ୍ଣ ହରିଜନ,ଜୀନୁନ ହରିଜନ, ବଶନ୍ତ ହରିଜନ, ବାବୁଲା ହରିଜନ, ସୁନ୍ଦେରା ପରାଭୋଇ, ରାମି ଚିଚୁନ ପ୍ରମୁଖ ଚେତାବନୀ ଦେଇଛନ୍ତି।ଏନେଇ ବିଭାଗୀୟ ଯନ୍ତ୍ରୀ ବଶନ୍ତ ବେହେରାଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରି ଥିଲେ ମଧ୍ୟ ଫୋନ ଉଠାଇ ନଥିଲେ।ଏଥିପ୍ରତି କଳାହାଣ୍ଡି ଜିଲ୍ଲା ପାଳ ଦୃଷ୍ଟି ଦେବାକୁ ତ୍ରିଲୋଚନପୁର ଅଞ୍ଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking