32.1 C
Bhubaneswar
Tuesday, April 23, 2024
Homeଓଡିଶାକରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଲା ସଚେତନ ନାଗରିକ...

କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଲା ସଚେତନ ନାଗରିକ ମଂଚ

 
କଳାହାଣ୍ଡି – କୋରୋନା ଭାଇରସ ବର୍ତମାନ ସମଗ୍ର ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ସମଗ୍ର ଭାରତରେ ଏହା ୧୬୩୭ ଜଣ ଆକ୍ରାନ୍ତ ହୋଇଥିବା ସହିତ ୩୮ ଟି ଜୀବନ ନେଇସାରିଲାଣି । ଗୋଟିଏ ଦିନ ମଧ୍ୟରେ ୩୮୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଓଡିଶାରେ ୬୧୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୪ ଜଣଙ୍କ ପଜିଟିଭ ଥିବା ପରୀକ୍ଷାରୁ ଜଣାପଡିଛି । ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ସହିତ ସରକାର ସାରା ଭାରତକୁ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତକୁ ଲକଡାଉନ ଘୋଷଣା କରିଛନ୍ତି । ଆମେରିକା ଭଲି ଉଚ୍ଚ ସ୍ୱାସ୍ଥ୍ୟ ସେବା ସଂପନ୍ନ ଦେଶରେ କୋରୋନା ଭୟାଭୟ ରୂପ ନେଉଥିବା ବେଳେ ଭାରତରେ ସରକାରୀ ନିୟମ ମାନି ଚଳିଲେ ହିଁ କୋରୋନାକୁ ରୋକାଯାଇପାରିବ ନଚେତ ଅବସ୍ଥା କିପରି ହେବ ତାହା କହିହେବ ନାହିଁ । ଏଭଲି ସ୍ଥିତିରେ କଳାହାଣ୍ଡି ଜିଲ୍ଲା ଚାରିପାଶ୍ୱର୍ରେ ଥିବା ବଣ ପାହାଡ ଅଂଚଳରେ ପଡୋଶୀ ରାଜ୍ୟ ମାନଙ୍କରୁ ଆସିଥିବା ମାଓବାଦୀମାନେ ଘୁରିବୁଲୁଥିବାରୁ ସେମାନଙ୍କ ଠାରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ।ଏଣୁ ବଣପାହାଡ ଘେରା ଜଙ୍ଗଲକୁ ଲାଗିଥିବା ଗାଁ ତଥା ଜନବସତି ଗୁଡିକରେ ବସବାସ କରୁଥିବା ଗ୍ରାମବାସୀ ମାନେ ଉକ୍ତ ମାଓବାଦୀ ମାନଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ଏବଂ ମାଓବାଦୀ ମାନଙ୍କ ସହ ମିଳାମିଶା ନକରି ମାଓବାଦୀ ମାନଙ୍କ ଖୌଣସି ସଭାସମିତି ରେ ଯ୍ଧେଜ୍ଞ ଦିଅନ୍ତୁ ନାହିଁ ବୋଲି ସଚେତନ ନାଗରିକ ମଂଚ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଅନୁରୋଧ କରାଯାଇଥିବା ଜଣାପଡିଛି । ଆମପାଣି ଥାନା ଅଧିନସ୍ଥ ଆମପାଣି ଘାଟି ଉପରେ ବିରିମୁହାଣ ପାଖରେ , ଜୟପାଟଣା ଥାନା ଅଂଚଳରେ ସାସ୍ତୁଗୁଡା, ଚାନ୍ଦପୁର, ନଳାଚୁଆ ଏବଂ ମ.ରାମପୁର ଥାନା ଅଂଚଳର ମାଣିକେରା,ତଳନୂଆଗାଁ, ମୋହନଗିରି, ଜାମୁଳି ତଥା ବିଜେପୁର ତାନା ଅଂଚଳର ତ୍ରୀଲୋଚନପୁର, ମୂଷାନାଳ, ଭବାନୀପାଟଣା ଅଂଚଳର ଯୁଗସାଏପାଟଣା ଭଲି ସୀମାବର୍ତୀ ଜଂଗଲିଆ ଗ୍ରାମ ମାନଙ୍କରେ ଏଭଲି ଅନେକ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଜଣାପଡିଛି । ଏହି ପୋଷ୍ଟର ରେ ମାଓବାଦୀ ମାନଙ୍କୁ ନିଜର ଜୀବନ ବଂଚାଇବାକୁ ପ୍ରଶାସନ ଓ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରାଯାଇଥିବା ଜଣାପଡିଛି । ପ୍ରଶାସନ ଆତ୍ମ ସମର୍ପଣକାରୀ ମାନଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା କରିବେଏବଂ ସୁରକ୍ଷା ପ୍ରଦାନ କରିବେ । କୋରୋନା ର ପ୍ରତିରୋଧକ ବ୍ୟବସ୍ଥା ବାହାରିନଥିବା ହେତୁ ସାମାଜିକ ଦୂରତା ବଜାୟ ରଖି ଏହାର ମୁକାବିଲା କରାଯାଇ ପାରିବ ତେଣୁ ଯଥାଶୀଘ୍ର ଜୀବନ ବଂଚାଇବା ଉଚିତ ବୋଲି ମଧ୍ୟ ଏହି ପୋଷ୍ଟର ରେ ଉଲ୍ଲେଖ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking