43.9 C
Bhubaneswar
Friday, April 19, 2024
Homeଓଡିଶାମାଟ୍ରିକ ପାସ୍ କଲେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ

ମାଟ୍ରିକ ପାସ୍ କଲେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ

ଭବାନୀପାଟଣା/ଥୁଆମୂଳ ରାମପୁର : ନିଜ ପତ୍ନୀର ଶବକୁ କାନ୍ଧରେ ୧୦ କିଲୋମିଟର ବୋହି ଆଣିବା ହୃଦୟ ବିଦାରକ ଘଟଣା ଯେତେବେଳେ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା କେବଳ ଓଡିଶା ନୁହେଁ ସମଗ୍ର ଭାରତ ଏପରିକି ସାରା ବିଶ୍ବରେ ମଧ୍ୟ ଚର୍ଚ୍ଚା ହୋଇଥିଲା।୨୪ ଅଗଷ୍ଟ ୨୦୧୬ ତାରିଖରେ ଘଟିଥିବା ଏଭଳି ହୃଦୟ ବିଦାରକ ତଥା ଅଭାବନୀୟ ଏହି ଘଟଣା ଆଜିବି ଅଭୂଲା ଛବି ହୋଇ ରହିଯାଇଛି ସମସ୍ତଙ୍କ ମାନସପଟରେ।ଏହି ଘଟଣାର ମୂକସାକ୍ଷୀ ପାଲଟିଥିବା ଦାନ ମାଝୀଙ୍କ ନାବାଳିକା ଝିଅ ଚାନ୍ଦିନୀ ମଧ୍ୟ ମାଆର ଶବ ସହିତ ବାପାଙ୍କ ପଛେ ପଛେ ଚାଲିଥିବା ବେସ୍ ମର୍ମସ୍ପର୍ଶୀ ଥିଲା। ସେତେବେଳେ ଅନେକ ବଦାନ୍ୟ ବ୍ୟକ୍ତି ଦାନ ମାଝୀଙ୍କୁ ସହଯୋଗର ହାତ ବଢେଇ ଥିଲେ।କଳିଙ୍ଗ ଇନଷ୍ଟିଚୁସନ୍ ଅଫ ସାଇନ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଲା ପରେ ଦାନ ମାଝୀଙ୍କ ଚାନ୍ଦିନୀ ସହିତ ତିନିଜଣ ଝିଅର ଭବିଷ୍ୟତ କଥା ଚିନ୍ତା କରିଥିଲେ।ସେମାନଙ୍କୁ କିସ୍ ରେ ରଖି ପାଠ ପଢାଇବାର ବ୍ୟବସ୍ଥା କରିଥିଲେ।ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍‍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ଫଳାଫଳ ୯୭.୮୯ ପ୍ରତିଶତ ହୋଇଥିବା ବେଳେ କିସ୍‌ର ପାସ୍ ହାର ଶତ ପ୍ରତିଶତ ହୋଇଛି। ଚଳିତବର୍ଷ କିସ୍‌ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି।ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସ୍‍ରେ ରହି ପାଠ ପଢୁଛନ୍ତି। ଦାନଙ୍କ ଝିଅ ମାଟ୍ରିକ୍‍ ପାଶ୍‍ କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅସମୟରେ କିସ୍‍ ସାହାଯ୍ୟର ହାତ ବଢାଇବାରୁ ଆଜି ତାଙ୍କ ବଡ଼ଝିଅ ମାଟ୍ରିକ୍‍ ପାଶ୍‍ କରିପାରିଛି ଏବଂ ଅନ୍ୟ ଦୁଇ ଝିଅ କିସ୍‍ରେ ଭଲରେ ରହି ପାଠ ପଢ଼ି ପାରୁଛନ୍ତି ବୋଲି ସେମାନେ କହିଛନ୍ତି।

କିସ୍‍ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking