32.8 C
Bhubaneswar
Tuesday, April 16, 2024
Homeଓଡିଶାଉନ୍ନୟନ କମିଶନର ଏବଂ ୫ଟି ସଚିବଙ୍କ ପ୍ରସ୍ତାବିତ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ

ଉନ୍ନୟନ କମିଶନର ଏବଂ ୫ଟି ସଚିବଙ୍କ ପ୍ରସ୍ତାବିତ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ

 
କଳାହାଣ୍ଡି : କଳାହାଣ୍ଡିରେ ଦୁଇଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନିକ ସ୍ତରରେ କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ସରକାର କଳାହାଣ୍ଡିରେ ସ୍ୱତନ୍ତ୍ର କୋଭିଦ-୧୯ ଡାକ୍ତରଖାନା ସ୍ଥାପନ କରିବା ପାଇଁ ସରକାରୀ ଇଂଜିନିୟରିଂ କଲେଜ ସ୍ଥାପନ କରିବାକୁ ଲକ୍ଷ କରି ଆନୁଷାଙ୍ଗିକ ବ୍ୟବସ୍ଥା କରୁଥିବା ଜଣାପଡିଛି । ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ମୂଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିୟାନ ପ୍ରସ୍ତାବିତ କୋଭିଦ-୧୯ ଡାକ୍ତରଖାନା କୁ ତଦାରଖ କରିଛନ୍ତି ।

 
କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି , କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ତଥା ସିଡିଏମଓ ପ୍ରମୂଖ ଉପସ୍ଥିତ ଥିଲେ । ସଂପ୍ରତି ଦୁଇଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡିଛି । ସାଂପ୍ରତିକ ସ୍ଥିତିରେ ସରକାରୀ ନିୟମକୁ ଜନସାଧାରଣ ସଠିକ ଭାବେ ମାନିଚଳୁଥିବା ଦେଖାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking