29.1 C
Bhubaneswar
Wednesday, April 24, 2024
Homeଓଡିଶାକଳାହାଣ୍ଡି ରେ ଦୁଇ ଆବାସିକ କଲେଜ ର ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ, ଗୋଷ୍ଟି ସଂକ୍ରମଣ...

କଳାହାଣ୍ଡି ରେ ଦୁଇ ଆବାସିକ କଲେଜ ର ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ, ଗୋଷ୍ଟି ସଂକ୍ରମଣ ଆଶଙ୍କା ବଢିଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରେ କରୋନା ର ଦ୍ୱିତୀୟ ଲହର ଅନୁଭୁତ ହୋଇଛି । ଗତକାଲି ଭବାନୀପାଟଣା ସ୍ଥିତ ପ୍ରଗତି ଆବାସିକ କଲେଜ ରେ ୩୬ ଆକ୍ରାନ୍ତ ଚିହ୍ନଟ ପରେ ଆଜି ଧର୍ମଗଡ ସ୍ଥିତ ମଡର୍ଣ ଯୁକ୍ତ ୨ ଆବାସିକ କଲେଜ ରେ ୭ କରୋନା ଆକ୍ରାନ୍ତ ଚିହ୍ନଟ ଜିଲ୍ଲା ରେ ଚିନ୍ତା ବଢାଇ ଦେଇଛି ।
ଭଭବାନୀପାଟଣା ସ୍ଥିତ ପ୍ରଗତି ଆବାସିକ କଲେଜ ହଷ୍ଟେଲ ର ୩ ଗୋଟି ଆଇସୋଲେସନ ଓାର୍ଡ ରେ ୩୬ କୋରନା ଆକ୍ରାନ୍ତ ଛାତ୍ର ଛାତ୍ରୀ ଚିକିଶୀତ ହେଉଥିବା ବେଳେ ଆଜି ବି ସ୍ୱାବ ପରୀକ୍ଷା ଜାରୀ ରହିଛି । ଫଳରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଜିଲ୍ଲାରେ ଦ୍ୱିତୀୟ ଆବାସିକ କଲେଜ ଧର୍ମଗଡ ସ୍ଥିତ ମଡର୍ଣ ଯୁକ୍ତ ୨ କଲେଜ ରେ ଜଣେ ଅଧ୍ୟାପିକା ସହ ୬ ଛାତ୍ର ଛାତ୍ରୀ ମୋଟ ୦୭ ଜଣ ଆକ୍ରାନ୍ତ ଚିହ୍ନଟ ଚିନ୍ତା ବଢାଇଛି ।
ଜିଲ୍ଲା ର ଦୁଇ ଆବାସିକ କଲେଜ ରେ ଛାତ୍ର ଛାତ୍ରୀ ଆକ୍ରାନ୍ତ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କୁ ବଢାଇ ଦେଇଛି । କଳାହାଣ୍ଡି ଜିଲ୍ଲା ରେ ଗତକାଲି ଗୋଟିଏ ଦିନ ରେ ୫୪ ଆକ୍ରାନ୍ତ ଚିହ୍ନଟ ପରେ ଭବାନୀପାଟଣା ସହର ରେ ପୌରପରିଷଦ ପକ୍ଷରୁ ଡାକବାଜି ଯନ୍ର ମାଧ୍ୟମ ରେ ଜନ ଗହଳି ନ କରିବାକୁ , ସାମାଜିକ ଦୁରତା ଅବଳମ୍ବନ ତଥା ମାସ୍କ ପରିଧାନ ପାଇଁ ସଚେତନତା କରାଯାଉଛି । ଦୁଇ ଆବାସିକ ବିଦ୍ୟାଳୟ କୁ ସିଲ କରିଦିଆଯାଇଥିବା ବେଳେ କଲେଜ ହଷ୍ଟେଲ ରେ ଚିକିତ୍ସା ଜାରୀ ରହିଛି । ଆକ୍ରାନ୍ତ ଛାତ୍ର ଛାତ୍ରୀ ମଧ୍ୟରେ ଲକ୍ଷଣ ନ ଥିବା ବେଳେ ସମସ୍ତ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଅଧିକାରୀ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking