27.1 C
Bhubaneswar
Thursday, April 25, 2024
Homeକରୋନାକଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ  ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି | ଚିହ୍ନଟ ହୋଇଥିବା ତିନିଜଣ ପୁରୁଷ ଓ ଜଣେ ମହିଳା ଙ୍କ ମଧ୍ୟରୁ ୨ ଜଣ ହାଇଦ୍ରାବାଦରୁ କଳାହାଣ୍ଡି ଫେରିବା ପରେ କଲମପୁର ବ୍ଲକସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିଲେ | ଗତ ଜୁଲାଇ ୭ ତାରିଖ ଦିନ ସେମାନଙ୍କୁ କରୋନା ସନ୍ଦେହରେ ଭବାନୀପାଟଣାସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୯ ତାରିଖ ଦିନ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା | ସେହିପରି ତୃତୀୟ ଜଣକ ପଶ୍ଚିମ ବଙ୍ଗର ଫେରିବା ପରେ କେସିଙ୍ଗା ବ୍ଲକ ରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ | ଚତୁର୍ଥ ଜଣକ ଆନ୍ଧ୍ର ପ୍ରଦେଶର ତିରୁପତିରୁ ଫେରି ଗତ ଜୁନ ୨୮ ତାରିଖ ଠାରୁ କେସିଙ୍ଗା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ | ସମସ୍ତ ଚାରିଜଣ ଯାକ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ଭବାନୀପାଟଣା କୋଭିଡ ହସପିଟାଲରେ ରଖାଯାଇଥିବା ଜିଲ୍ଲାପ୍ରଶାସନ ତରଫରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ |
ଅନ୍ୟପକ୍ଷରେ ଜଣେ କରୋନା ଚିହ୍ନଟ ମହିଳା ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ବରୀ ସୁପର ସ୍ପେଶାଲିଟୀ ହସପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଉକ୍ତ ହସପିଟାଲକୁ ସିଲ କରିଦିଆଯାଇଥିବା ଜଣାପଡିଛି | ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ଯେ , ଗତ ଜୁଲାଇ ୯ ତାରିଖ ଦିନ ଏହି ହସପିଟାଲରେ ଚିକିତ୍ସିତ ହୋଇଥିବା ଜଣେ ମହିଳା ପରବର୍ତି ସମୟରେ ଛତିଶଗଡ ରାଜ୍ୟ ରାୟପୁରସ୍ଥିତ ଏକ ପ୍ରାଇଭେଟ ହସପିଟାଲରେ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ବାବ ପରୀକ୍ଷା କରାଯାଇଥିଲା ା ଆଜି ସେହି ରିପୋର୍ଟ ପଜିଟିଭ ଆସିବା ପରେ ସେହି ମହିଳାଙ୍କ ସଂଶ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କ ଚିହ୍ନଟ ପ୍ରକ୍ରୀୟା ଆରମ୍ଭ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି | ସେହିପରି ଉକ୍ତ ହସପିଟାଲର ଆଉଟଡୋର ପରୀକ୍ଷଣ ଏବଂ ନୂଆ ଆଡମିଶନ ବନ୍ଦ କରିଦିଆଯାଇଥିବା ଜଣାପଡିଛି | ସେହି ପଜିଟିଭ ମହିଳାଙ୍କ ସଂଶ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର ଏବଂ ହସପିଟାଲରେ ସେବା େଯାଗାଇଥିବା କର୍ମଚାରୀ ମାନଙ୍କ ସ୍ବାବ ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି | ସମସ୍ତ କର୍ମଚାରୀଙ୍କୁ ହୋମ କ୍ବାରେନଟାଇନ ରେ ରଖାଯାଇଥିବା ଜଣାପଡିଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking