30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକଳାହାଣ୍ଡି ବିଜେପି ତରଫରୁ ସମ୍ବିଧାନ ଦିବସ ପାଳନ

କଳାହାଣ୍ଡି ବିଜେପି ତରଫରୁ ସମ୍ବିଧାନ ଦିବସ ପାଳନ

କଳାହାଣ୍ଡି : 130 କୋଟି ଭାରତୀୟ ଙ୍କୁ ଏକତା ର ସୂତ୍ର ରେ ବାନ୍ଧି ରଖିଛି ଆମର ସମ୍ବିଧାନ । ସମ୍ବିଧାନ ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଗର୍ବ ଓ ଗୌରବ । ଏହା ଦେଶ ବାସୀଙ୍କ ପାଇଁ ପବିତ୍ର ଗ୍ରନ୍ଥ ଓ ପଥ ପ୍ରଦର୍ଶକ ମଧ୍ୟ Vol 1 – 1949 ମସିହା ନଭେମ୍ବର 26 ତାରିଖ ଦିନ ଗୃହୀତ ହୋଇଥିଲା ଭାରତୀୟ ସମ୍ବିଧାନ । ଏହି ପବିତ୍ର ଦିନଟି କୁ ସ୍ମରଣ କରିବା ତଥା ସମ୍ବିଧାନ ର ପ୍ରଣେତା ଡ଼ଃ ବାବାସାହେବ ଆମ୍ବେଦକର ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟ ରେ ସମଗ୍ର ଦେଶ ରେ ପାଳନ ହେଉଛି 71 ତମ ସମ୍ବିଧାନ ଦିବସ । ଏହି ଅବସରରେ ରେ କଳାହାଣ୍ଡି ବିଜେପି ତରଫରୁ ସମ୍ବିଧାନ ଦିବସ ପାଳନ କରିବା ସହ ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ କାର୍ଯ୍ୟକର୍ତା ମାନେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱ ରେ ବାବାସାହେବ ଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ର ସ୍ମୃତିଚାରଣ ମଧ୍ୟ କରିଥିଲେ । ପରେ ଦଳୀୟ କର୍ମୀ ମାନେ ଭବାନୀପାଟଣା ସହର ସ୍ଥିତ କୋର୍ଟ ପରିସର ରେ ଥିବା ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ତଥା ନକଟିଗୁଡା ଏବଂ ରେଳଷ୍ଟେସନ ଛକ ରେ ଥିବା ବାବାସାହେବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପର୍ଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଭବସିନ୍ଧୁ ମଙ୍ଗରାଜ, ବରିଷ୍ଟ ନେତା ରମେଶ ମାଝୀ, ଜୟଶଙ୍କର ନାୟକ, ଦୟାନିଧି ନାୟକ, ସନ୍ତୋଷ ବିଶି, ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking