26.1 C
Bhubaneswar
Friday, March 29, 2024
Homeଅପରାଧଜୁନାଗଡ ପୋଲିସ ଦ୍ୱାରା ୩.୨ କ୍ୱିଣ୍ଟାଲ ରତ୍ନ ପଥର ଜବତ ଜଣେ ଅଟକ

ଜୁନାଗଡ ପୋଲିସ ଦ୍ୱାରା ୩.୨ କ୍ୱିଣ୍ଟାଲ ରତ୍ନ ପଥର ଜବତ ଜଣେ ଅଟକ

କଳାହାଣ୍ଡି : ଜୁନାଗଡ ପୋଲିସ ଓ କଟକ ରୁ ଆସିଥିବା କ୍ରାଇମବ୍ରାଞ୍ଚ ଏସ ଟି ଏଫ ଟିମ ର ମିଳିତ ଚଢ଼ାଉ ରେ ରତ୍ନ ପଥର (ରୁବି ଓ ପନ୍ନା)ଚାଲାଣ କରୁଥିବା ଅଭିଯୋଗ ରେ ଜଣେ ଯୁବକ କୁ ଅଟକ ରଖିବା ସହ ତା ନିକଟରୁ ୩.୨ କୁଇଣ୍ଟାଲ ପଥର ଜବତ କରିଛି | ଯୁବକ ଜଣକ ଜୁନାଗଡ ଥାନା ପଳାସ ଗାଁ ର ସୁଜିତ ମେହେର | ଏହି ରତ୍ନ ପଥର ର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ହେବ ବୋଲି ପ୍ରାଥମିକ ସୂଚନା ରୁ ଜଣାପଡ଼ିଛି | ଯୁବକ କୁ ଅଟକ ରଖି ଏହି ରତ୍ନ ପଥର ଚାଲାଣ ପଛରେ ରହିଥିବା ଅନ୍ୟ ଅଭିଯୁକ୍ତ ଙ୍କ ଖୋଲତାଡ଼ କରିବା ସହ ଏକ ଏକ ମାମଲା ରୁଜୁ ହୋଇଥିବା ନେଇ ଜୁନାଗଡ ପୋଲିସ ସୂଚନା ଦେଇଛନ୍ତି |

 

 ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଲାଂଜିଗଡ ଜିପିଟିଏ


 
କଳାହାଣ୍ଡି ତା.୧୨.୦୭.୨୦୨୦ କଳାହାଣ୍ଡି ଜିଲ୍ଲା ଲାଂଜିଗଡ ବ୍ଲକରେ କାର୍ଯ୍ୟରତ ଜିଡିଟିଏ ସୁବ୍ରତ କୁମାର ମଲ୍ଲିକ ବିଲ କରିଦେବାକୁ ୩୩ ହଜରା ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଲାଂଜିଗଡ ବ୍ଲକ ଅନ୍ତର୍ଗତ କୁମଖାଲ ଗ୍ରାମପଂଚାୟତ ଅଧିନସ୍ଥ ସୋରିଶପଦର ଗ୍ରାମର ଏକ ପୋଖରୀ ର ୨ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳରେ ପଙ୍କୋଦ୍ଧାର କାମ କରିସାରିବା ପରେ କାମ ତଦାରଖ କରୁଥିବା ଗୌତମ ନାଗ ନାମକ ବ୍ୟକ୍ତି ବିଲ କରିଦେବାକୁ ସଂପୃକ୍ତ ଗ୍ରାମ ପଂଚାୟତ ବୈଷୟୀକ ସହାୟକ (ଜିପିଟିଏ) ସୁବ୍ରତ କୁମାର ମଲ୍ଲିକ ଙ୍କୁ ଅନୁରୋଧ କରିଥିଲେ । ଉକ୍ତ ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ସେନାପତି ମଙ୍ଗରାଜ ଙ୍କ ସୁପାରିଶରେ ଗୌତମ ନାଗ ଉକ୍ତ କାର୍ଯୟ ତଦାରଖ କରୁଥିବା ବେଳେ ଏବଂ କାମ ସରିବା ପରେ ବିଲ କରିବାକୁ ସମସ୍ତ କାଗଜାତ କରିଥିବା ବେଳେ ଜିପିଟିଏ ଏଭଲି ଭାବେ ୩୩ ହଜାର ଟଙ୍କା ଦାବୀ କରିବାରୁ ଏବଂ ଟଙ୍କା ଆଗତୁରା ନଦେଲେ ବିଲ କରିବିନାହିଁ ବୋଲି କହିବାରୁ ଗୌତମ ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ । କୋରାପୁଟ ଭିଜିଲାନ୍ସ ବିଭାଗ ତରଫରୁ ଏହି ଘଟଣାର ସତ୍ୟାସତ୍ୟ ଉପଲବ୍ôଧ କରିବା ସହିତ ଭବାନୀପାଟଣା ଭିଜିଲାନ୍ସ ଡିଏସପିଙ୍କ ତତ୍ୱାବଧାନରେ ଯୋଜନା ମୁତାବକ ଗତ ଶୁକ୍ରବାର ଦିନ ଗୌତମ ନାଗ ସଂପୃକ୍ତ ଜିପିିଟିଏଙ୍କୁ ୩୩ ହଜାର ଟଙ୍କା ଲାଂଚ ଦେବା ସମୟରେ ଘଟଣା ସ୍ଥଳରେ ହିଁ ଧରିଥିଲେ ।
ଦୁଇଲକ୍ଷ ଟଙ୍କାର ବିଲ ପାଇଁ ୩୩ ହଜାର ଟଙ୍କା ଦାବୀ କରୁଥିବା ଏହି ଜିପିଟିଏ ପୋଖରୀବନ୍ଧ ଓ କୁମଖାଲ ଗ୍ରାମପଂଚାୟତ ର ଦାୟୀତ୍ୱରେ ଥିବା ହେତୁ ସେହି ଗ୍ରାମ ପଂଚାୟତ ଗୁଡିକରେ କେତେ ଟଙ୍କାର କାର୍ଯ୍ୟ ହୋଇଛି ଏବଂ ସେହି କାର୍ଯ୍ୟ ପାଇଁ କେତେ ଟଙ୍କା ର ଲାଂଚ ନେଇଛନ୍ତି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking