40.1 C
Bhubaneswar
Thursday, April 25, 2024
Homeଅପରାଧମାତ୍ର ୫ ଶହ ଟଙ୍କା ପାଇଁ ସାନ ଭାଇକୁ ପିଟି ପିଟି ମାରିଲା ବଡ ଭାଇ

ମାତ୍ର ୫ ଶହ ଟଙ୍କା ପାଇଁ ସାନ ଭାଇକୁ ପିଟି ପିଟି ମାରିଲା ବଡ ଭାଇ

ନୂଆଦିଲ୍ଲୀ: କୈମୁରରେ ସଂପର୍କକୁ କଳଙ୍କିତ କରିବା ଭଳି ଖବର ସାମ୍ନାକୁ ଆସିଛି । ପଇସା କାରବାର ନେଇ ବଡ ଭାଇ ସାନ ଭାଇର ହତ୍ୟା କରିଛି । ମାତ୍ର ୫ ଶହ ଟଙ୍କା ପାଇଁ ପିଟି ପିଟି ନିଜ ସାନ ଭାଇକୁ ମାରିଦେବା ଘଟଣାରେ ଗ୍ରାମରେ ଆତଙ୍କ ଖେଳିଯାଇଛି । ବାସ୍ତବରେ ଏହି ଘଟଣା ଭୟାନକ । ସାମାନ୍ୟ ୫ ଶହ ଚାନ୍ଦା ଟଙ୍କା ପାଇଁ କିଭଳି ଜଣେ ଭାଇ ଆଉ ଜଣେ ଭାଇକୁ ହତ୍ୟା କଲା ତାହା ସମସ୍ତଙ୍କୁ ଚକିତ କରିଛି ।

ଏହି ଘଟଣା କୈମୁର  ଜିଲ୍ଲା ମୋହନିଆ ଥାନା ଅନ୍ତର୍ଗତ ସୌନ୍ଧୀ ଗାଁର । ସେଠାରେ ଜଣେ ଭାଇ ୫୦୦ ଟଙ୍କା ପାଇଁ ନିଜ ସାନ ଭାଇକୁ ଏତେ ମାତ୍ରାରେ ପିଟିଥିଲା , ଶେଷରେ ତାର ପ୍ରାଣବାୟୁ ଚାଲିଗଲା । ପରେ ପୁଲିସ ସୂଚନା ପାଇ  ଶବ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ଅଭିଯୁକ୍ତ ଭାଇକୁ ପୋଲିସ ଗିରଫ କରିଛି । ତେବେ ଅଭିଯୁକ୍ତ ଭାଇ କହିଚି ଯେ, ତାର ସାନ ଭାଇ ସବୁବେଳେ ମଦ ପିଏ ଓ ତା ଠାରୁ ପଇସା ମାଗେ । ସେ ତାକୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ସାନଭାଇ ବୁଝୁନଥିଲା । ପରେ ବଡ ଭାଇ ପୂର୍ବରୁ ଦେଇଥିବା ଟଙ୍କା ମାଗିଥିଲା । ହେଲେ ସେ ଦେବାକୁ ମନା କରିଦେଲା । ଏହାପରେ ସେ ଏଥିରେ ରାଗିଯାଇ ତାକୁ ଖୁବ ପିଟିଥିଲା ଓ ଶେଷରେ ଜୀବନରୁ ମାରି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking