33.1 C
Bhubaneswar
Thursday, April 25, 2024
Homeଓଡିଶାଅନୁଗୁଳନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗର ବିଚାର କରି ଅନୁଗୁଳ ଫାଷ୍ଟଟ୍ରାକ୍ କୋର୍ଟର ସ୍ୱତନ୍ତ୍ର ବିଚାରପତି ପିଆର ବହିଦାର ଅଭିଯୁକ୍ତଙ୍କୁ ମଙ୍ଗଳବାର ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ଆଠମଲ୍ଲିକ ଥାନା ଅଞ୍ଚଳରେ ୨୦୧୬ ମେ’ ୧୨ ତାରଖରେ ଜନୈକା ନାବାଳିକା ଗାଁ ମୁଣ୍ଡରେ ଥିବା ଏକ ନଳକୂଅକୁ ପାଣି ଆଣିବାକୁ ଯାଇଥିଲା । ଏହି ସମୟରେ ସେଠାରେ ଥିବା ଗାଁର ରବିନ୍ଦ୍ର ବେହେରା(୩୬) ନାମକ ଜଣେ ବ୍ୟକ୍ତି ତାଙ୍କୁ ଘରକୁ ଡାକିଥିଲେ । କାହିଁକି ଡାକୁଛ କହି ରବିନ୍ଦ୍ରଙ୍କ ଘର ବାରଣ୍ଡାକୁ ଯିବା କ୍ଷଣି ଘରକୁ ଟାଣିନେଇ ଦୁଷ୍କର୍ମ କରିଥିଲେ ।

ଘରକୁ ନଆସିବାରୁ ନାବାଳିକାର ସମ୍ପର୍କୀୟ ଜେଜେ ମା’ ସନ୍ଦେହରେ ରବୀନ୍ଦ୍ରଙ୍କ ଘର ଭିତରେ ପଶି ଘଟଣା ସମ୍ପର୍କରେ ଜାଣିଥିଲେ । ଜେଜେ ମା’ ପାଟି କରିବାରୁ ରବୀନ୍ଦ୍ର ସେଠାରୁ ଫେରାର୍ ହୋଇଯାଇଥିଲା । ଏ ନେଇ ପରିବାର ତରଫରୁ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରବୀନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ବହିଦାର ୧୨ ଜଣ ସାକ୍ଷ୍ୟ ଓ ୧୭ଟି ଦଲିଲକୁ ଭିତ୍ତିକରି ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ମୋକଦମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking