31.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକା ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା : ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା : ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର: ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍‌ସୋ କୋର୍ଟ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାର ଆଜି ଶୁଣାଣି କରିଛନ୍ତି । ଜଜ୍ ଗୁରୁ ପ୍ରସାଦ ସାହୁ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ୫୫ ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ଦେଇଛନ୍ତି । ଉକ୍ତ ଜୋରିମାନା ଅନାଦେୟ ଆଉ ୨ ବର୍ଷ ୯ ମାସ ଜେଲ ଦଣ୍ଡ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପୀଡ଼ିତା ନାବାଳିକାଙ୍କୁ ୫ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମାମଲାର ବିଚାର ବେଳେ ମୋଟ ୨୨ ଜଣ ବୟାନକୁ ଆଧାର କରି କୋର୍ଟ ରାୟ ଶୁଣାଣି କରିଥିଲେ ।

ସୂଚନାଯୋଗ୍ୟ ଯେ ପାଟପୁର ଥାନା ଅନ୍ତର୍ଗତ ଜନୈକା ନାବାଳିକା ତାଙ୍କ ପରିବାର ସହ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବା ନିମନ୍ତେ ଯାଇଥିଲେ । ଗତ ୨୦୧୯ ମେ’ ୯ତାରିଖରେ ନାବାଳିକା ଜଣଙ୍କ ତାଙ୍କ ମା’ଙ୍କ ପାଖରେ ଶୋଇଥିଲେ । ଉକ୍ତ ବିବାହ ଉତ୍ସବରେ ଯୋଗ ଦେଇଥିବା ଭୀଷ୍ଣଗିରି ଗ୍ରାମର ଅଭିଯୁକ୍ତ ମୁନା ବାଡ଼ତ୍ୟା ନାବାଳିକାଙ୍କୁ ଶୋଇଥିବା ଅବସ୍ଥାରେ ହିଁ ଉଠାଇ ନେଇଥିଲେ । ନିକଟରେ ଥିବା ଏକ ପଡ଼ିଆରେ ବାରମ୍ବର ଦୁଷ୍ମର୍ମ କରିଥିଲେ । ଉକ୍ତ ଘଟଣାକୁ ଚପାଇ ଦେବା ନିମନ୍ତେ ନାବାଳିକାର ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ନାବାଳିକା ଜଣଙ୍କ ଅଚେତ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଭାବି ସେଠାରୁ ଚାଲି ଯାଇଥିଲେ । ପରେ ପରିବାର ଲୋକ କୌଣସି ପ୍ରକାରରେ ଘଟଣାକୁ ଜାଣି ନାବାଳିକାକୁ ଉଦ୍ଧାର କରିଥିଲେ ।

ଏ ନେଇ ପାଟପୁର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣା ପରଠାରୁ ଅଭିଯୁକ୍ତ ଜଣକ ମଣ୍ଡଳ କାରାଗାରରେ ବଚାରାଧୀନ ବନ୍ଦୀ ଭାବେ ଥିଲା । ଏହି ମାମଲାର ବିଚାର ବେଳେ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking