30.1 C
Bhubaneswar
Wednesday, April 24, 2024
Homeଓଡିଶାକଟକହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପରଲୋକ

ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପରଲୋକ

କଟକ: ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ର (୮୯)ଙ୍କ ପରଲୋକ ଘଟିଛି । ସିଡିଏ ସେକ୍ଟର-୬ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶେଷଶଯ୍ୟା ନିକଟରେ ପୁତ୍ର ବିଶିଷ୍ଟ ଆଇନଜୀବୀ ଅରୁଣ କୁମାର ମିଶ୍ର, ଜ୍ୱାଇଁ ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ହାଇକୋର୍ଟର ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଆଇନଜୀବୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ।
୧୯୩୨, ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ମିଶ୍ର ୧୯୫୫ରୁ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ।

ସେ ୧୯୭୫ରେ ଓଡ଼ିଶା ବୋର୍ଡ ଅଫ୍ ୱାକଫ୍‌?ର ଷ୍ଟାଣ୍ଡିଂ କାଉନସିଲ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୭୮ ମେ ୧୫ରୁ ୨୪ ସେପ୍େଟମ୍ବର ୧୯୮୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ ଷ୍ଟାଣ୍ଡିଂ କାଉନସିଲ ଭାବେ କାର୍ଯ୍ୟ କରିଥିଲେ । ୧୯୭୭ ଅଗଷ୍ଟ ୮ରୁ ସେ ଏଲ୍‌?ଆଇସିର ଆଇନ ପରାମର୍ଶଦାତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୭୯ ଜାନୁଆରିରେ ତାଙ୍କୁ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆର ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ମିଳିଥିଲା । ସାମ୍ବିଧାନିକ ଓ ଦେୱାନୀ ଆଇନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ଯୋଗୁଁ ସେ ରାଜ୍ୟରେ ଜଣେ ସୁନାମଧନ୍ୟ ଆଇନଜୀବୀ ଭାବେ ପରିଚୟ ସୃଷ୍ଟି କରିଥିଲେ । ୧୯୮୩ ଜୁନ୍ ୧ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୧୯୯୪, ଡିସେମ୍ବର ୨୩ରେ ସେ ବିଚାରପତି ପଦରୁ ଅବସର ନେଇଥିଲେ । ହାଇକୋର୍ଟର ବିଚାରପତି ଭାବେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ?ରାୟ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking