ଜୁନିୟର ହକି ବିଶ୍ବକପ : ୨ୟ ଦିନରେ ଦମଦାର ଖେଳ ପ୍ରଦର୍ଶନ କଲା ଆର୍ଜେଣ୍ଟିନା

ଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଜୁନିୟର ହକି ବିଶ୍ଵକପର ଆଜି ଦ୍ୱିତୀୟ ଦିନ । ମଇଦାନରେ ଆଜି ପ୍ରଥମ ମ୍ୟାଚରେ ବିଜୟ ଟୀକା ପିନ୍ଧିଛି ଆର୍ଜେଣ୍ଟିନା । ମଇଦାନରେ ନିଜର ଦମଦାର ଖେଳ ପ୍ରଦର୍ଶନ କରିଛି ଆର୍ଜେଣ୍ଟିନା । ୧୪-୦ର ବଡ ଗୋଲ ବ୍ୟବଧାନରେ ଆର୍ଜେଣ୍ଟିନା ଇଜିପ୍ଟିକୁ ମାତ ଦେଇଛି । ପ୍ରଥମ କ୍ୱାଟରରୁ ହିଁ ଲଗାତାର ଭାବରେ ଆଟାକିଙ୍ଗ୍ ଗେମ୍ ଖେଳି ଚାଲିଥିଲା ଆର୍ଜେଣ୍ଟିନା । ଇଜିପ୍ଟ ଗୋଟିଏ ବି ଗୋଲ କରିବାକୁ ସକ୍ଷମ ହୋଇନଥିଲା । ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ ଏବଂ କୋରିଆ । ମାଇଲ୍ସ ବୁକେନ୍‌ଙ୍କ ଦମଦାର ପ୍ରଦର୍ଶନ ବଳରେ କୋରିଆକୁ ୫-୧୨ ଗୋଲରେ ହରାଇଛି ନେଦରଲାଣ୍ଡ । ବର୍ତ୍ତମାନ ସ୍ପେନ୍‌ ଏବଂ ଆମେରିକା ମଧ୍ୟରେ ଜାରି ରହିଛି ମୁକାବିଲା । ଶେଷ ମ୍ୟାଚରେ କାନାଡାକୁ ଟକ୍କର ଦେବ ଭାରତୀୟ ହକି ଟିମ ।

LEAVE A REPLY

Please enter your comment!
Please enter your name here