30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଧାନବାଦରେ ଜଜ୍ ହତ୍ୟା ମାମଲା : ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଝାଡ଼ଖଣ୍ଡ ସରକାରଙ୍କୁ...

ଧାନବାଦରେ ଜଜ୍ ହତ୍ୟା ମାମଲା : ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଝାଡ଼ଖଣ୍ଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଧାନବାଦ ଅତିରିକ୍ତ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ମାମଲାରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ମାମଲାରେ ବର୍ତ୍ତମାନ ସୁଦ୍ଧା କ’ଣ ତଦନ୍ତ କରାଯାଇଛି ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଜଣାଇବା ପାଇଁ କୁହାଯାଇଛି । ଝାଡ଼ଖଣ୍ଡ ହାଇକୋର୍ଟ ନିଜଆଡ଼ୁ ଏହି ମାମଲାକୁ ଉଠାଇବା ସହ ରାଜ୍ୟ ସରକାରଙ୍କୁ ଏହାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଚେତ୍ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ଚେତାବନୀ ଦେଇଥିଲେ । ହାଇକୋର୍ଟରେ ଚାଲିଥିବା ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟଙ୍କ କୌଣସି ଅଭିପ୍ରାୟ ନଥିବା ବେଳେ ତଦନ୍ତ ଉପରେ ନଜର ରଖିବାକୁ ଚାହାନ୍ତି । ଜଜ୍‌ଙ୍କୁ ହତ୍ୟା କରାଯିବାର କିଛି ଘଣ୍ଟା ପରେ ପ୍ରଧାନ ବିଚାରପତି ଏନ୍‌ଭି ରମନା ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (ଏସ୍‌ସିବିଏ) ଅଧ୍ୟକ୍ଷ ବିକାଶ ସିଂହ ପ୍ରଧାନ ବିଚାରପତିଙ୍କ ନିକଟରେ ଜଜ୍ ହତ୍ୟା ମାମଲା ଉଠାଇଥିଲେ । ସେ କହିଛନ୍ତି, ଏହା ବିଚାର ବିଭାଗର ସ୍ୱାଧୀନତା ଉପରେ ଆକ୍ରମଣ । ବିଚାର ବିଭାଗର ସ୍ୱାଧୀନତା ପାଇଁ ଜଜ୍‌ମାନଙ୍କୁ ସୁରକ୍ଷିତ ରଖିବା ଆବଶ୍ୟକ । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଜଜ୍ ହତ୍ୟା ମାମଲାରେ ଝାଡ଼ଖଣ୍ଡ ପୁଲିସ ଦୁଇଜଣ ଅଟୋଚାଳକ ଲଖନ ବର୍ମା ଓ ତାଙ୍କ ସହଯୋଗୀ ରାହୁଳ ବର୍ମାଙ୍କୁ ଗିରଫ କରିଛି । ଏହା ସହିତ ବୁଧବାର ରାତିରେ ସମ୍ପୃକ୍ତ ଅଟୋକୁ ଗିରିଡ଼ିହରୁ ଜବତ କରିଛି । ଜଜ୍‌ଙ୍କୁ ଅଟୋରେ ଧକ୍କା ମାରିଥିବା ଲଖନ ସ୍ୱୀକାର କରିଥିବା ବେଳେ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏଡିଜି ଅପରେସନ୍ ସଞ୍ଜୟ ଆନନ୍ଦ ଲାଟକରଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking