33.1 C
Bhubaneswar
Thursday, April 25, 2024
Homeଓଡିଶାମହାପ୍ରଭୁଙ୍କୁ ଦର୍ଶନ କଲେ ଜେପି ନଡ୍ଡା

ମହାପ୍ରଭୁଙ୍କୁ ଦର୍ଶନ କଲେ ଜେପି ନଡ୍ଡା

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗତକାଲିଠୁ (ଗୁରୁବାର) ପୁରୀ ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି (ଶୁକ୍ରବାର) ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ସେବାୟତ ନଡ୍ଡାକୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ନଡ୍ଡା । ଏହା ସହିତ ପାର୍ଶ୍ୱ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ।

ମହାପ୍ରଭୁଙ୍କ ଅବକାଶ ଦର୍ଶନ କରି ମନ୍ଦିର ବେଢା ପରିକ୍ରମା କରିଥିଲେ ନଡ୍ଡା । ଏହା ପରେ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ମୂର୍ତ୍ତୀ ମଣ୍ଡପରେ ଆଶୀର୍ବାଦ ନେଇ ବାଇଶପାହାଚ ଦେଇ ପତିତପାବନଙ୍କୁ ଦର୍ଶନ କରି ଶ୍ରୀମନ୍ଦିରରୁ ବାହାରକୁ ଆସିଥିଲେ । ମହାପ୍ରଭୁ ଓ ତାଙ୍କ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରିଥିଲେ ନଡ୍ଡା । ବିମଳା ମାଆଙ୍କ ପୂଜା ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ରତ୍ନ ଭଣ୍ଡାର ବିଷୟରେ ପଚାରି ବୁଝିଥିଲେ ନଡ୍ଡା । ବାହାରୁ ରତ୍ନ ଭଣ୍ଡାର ଦେଖିବା ସହ ଜେପି ନଡ୍ଡା କହିଥିଲେ, ଏଭଳି ଘରର ଚାବି ଯଦି ହଜି ଯାଉଛି ଏହାଠୁ ବଡ ଦୁର୍ଭାଗ୍ୟର ବିଷୟ ଆଉ କଣ ହୋଇପାରେ।” କୌଳିକ ପଣ୍ଡା ଖାତାରେ ଦସ୍ତଖସ୍ତ କରିବା ସହ ଦକ୍ଷିଣା ମଧ୍ୟ ଦେଇଛନ୍ତି ଜେପି ନଡ୍ଡା । ଶ୍ରୀମନ୍ଦିରରୁ ପ୍ରାୟ 40 ମିନିଟରୁ ଅଧିକ ସମୟ ବିତାଇଥିବା ସୂଚନା ଦେଇଛନ୍ତି ସେବାୟତ । ଶ୍ରୀମନ୍ଦିର ଓ ଓଡିଶାରେ କିପରି ବିକାଶ ହେବ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ ।
ପ୍ରକାଶ ଥାଉ କି, ଗତକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନଡ୍ଡା । ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ବାଇକ ରାଲିରେ ତାଙ୍କୁ ପାଛୋଟି ନେଇଥିଲେ ଦଳୀୟ କର୍ମୀ । ଏହା ପରେ ଭୁବନେଶ୍ବର ଜନତା ମଇଦାନରେ ଶକ୍ତିକେନ୍ଦ୍ର କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ 2024 ପାଇଁ ପ୍ରସ୍ତୁତ ରହିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ସେ ପୁରୀ ଅଭିମୁଖେ ବାହାରିଥିଲେ । ଅଠରନଳାରେ ତାଙ୍କୁ ବିଜେପି ନେତା ଓ କର୍ମୀ ବିପୁଳ ସ୍ୱାଗତ କରିଥିଲେ । ପୁରୀରୁ ଭଦ୍ରକ ଗସ୍ତ କରିବେ ଜେପି ନଡ୍ଡା । ସେଠାରେ ବିଜେପି ବିରୋଧୀ ଦଳ ଉପନେତା ତଥା ବିଧାୟକ ବିଷ୍ଣୁସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking