26.1 C
Bhubaneswar
Friday, March 29, 2024
Homeଅପରାଧଖବର ସଂଗ୍ରହ ବେଳେ ଟେଣ୍ଡର ମାଫିଆଙ୍କ ଆକ୍ରମଣରେ ସାମ୍ବାଦିକ ଆହତ ଥାନାରେ ଅଭିଯୋଗ 

ଖବର ସଂଗ୍ରହ ବେଳେ ଟେଣ୍ଡର ମାଫିଆଙ୍କ ଆକ୍ରମଣରେ ସାମ୍ବାଦିକ ଆହତ ଥାନାରେ ଅଭିଯୋଗ 

ମୟୁରଭଞ୍ଜ: ଉଗ୍ରବାଦକୁ ଆପଣାଇଲେ ଟେଣ୍ଡର ମାଫିଆ ଠିକାଦାର। ଉଗ୍ରବାଦ ଟେଣ୍ଡର ମାଫିଆଙ୍କ ଆକ୍ରୋଶର ଶିକାର ହେଲେ ଖବର ସଂଗ୍ରହ କରୁଥିବା ସାମ୍ବାଦିକ। ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ। ତେବେ ବିଭିନ୍ନ ସମୟରେ ଟେଣ୍ଡର ପେପର କିଣା ଏବଂ ଫିକ୍ସିଂକୁ କେନ୍ଦ୍ରକରି ଅନେକ ସ୍ଥାନରେ ଗଣ୍ଡଗୋଳ ହେଉଥିଲା। ସେହିଭଳି ଠାକୁରମୁଣ୍ଡା ବ୍ଳକରେ ମଧ୍ୟ ହେଉଥିବା ଖବରପାଇ ଜୈନେକ ସ୍ଥାନୀୟ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟେଣ୍ଡର ମାଫିଆଙ୍କ ଦ୍ୱାରା ଆକ୍ରମଣ ଶିକାର ହୋଇ ଆହତ ହଇଛନ୍ତି । ଏନେଇ ଠାକୁରମୁଣ୍ଡା ଥାନାରେ  ଦୁଇଟି ପୃଥକ ପୃଥକ ମାମଲା ରୁଜୁ  ହୋଇଛି। ସାମ୍ବାଦିକ ଉପରେ ଆକ୍ରମଣକୁ କେନ୍ଦ୍ରକରି ଗୋଟିଏ ମାମଲା ହଇଥିବା ବେଳେ ଜବାବରେ ଅନ୍ୟଟି ଆତ୍ମରକ୍ଷା ପାଈଁ ଟେଣ୍ଡର ମାଫିଆ ଗୋଷ୍ଠୀ ପକ୍ଷରୁ କାଉଣ୍ଟର କେଶ ହୋଇଥିବା ଜଣାପଡିଛି  ।
ଘଟଣାରୁ ପ୍ରକାଶ ଯେ,ଠାକୁରମୁଣ୍ଡା ବ୍ଲକରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଜାତୀୟ ରୁର୍ବାନ ମିଶନ କାର୍ଯ୍ୟକାରୀ ହେଉଛି। ସହରାଞ୍ଚଳରେ ମିଳୁଥିବା ସୁବିଧା ସୁଯୋଗ ଗ୍ରାମାଞ୍ଚଳର ଆମଆଦମୀଙ୍କ ନିକଟରେ ପହଞ୍ଚାଇବା ଏହି ମିଶନର ଆଭିମୁଖ୍ୟ। ରୁର୍ବାନ ମିଶନ ଯୋଜନା ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକର ୪ଟି ପଞ୍ଚାୟତର କେତକ ଗ୍ରାମରେ ସିମେଣ୍ଟ କଂକ୍ରିଟରାସ୍ତା ନିର୍ମାଣ ପାଇଁ ଗତ ଜାନୁଆରୀ ୨୭ ତାରିଖରେ ଟେଣ୍ଡର ପାଈଁ ବିଡ଼ିଓଙ୍କ କାର୍ଯ୍ୟାଳୟରୁ ବିଜ୍ଞାପନ ପ୍ରକାଶ ହୋଇଥିଲା। ଏଥିପାଇଁ ସିଲଡ଼ ଟେଣ୍ଡର ଆହ୍ୱାନ କରାଯାଇଥିବାରୁ ବ୍ଲକ କାର୍ଯ୍ୟାଳୟରୁ ଟେଣ୍ଡର ପପେର କିଣିବାକୁ ଥିବାରୁ ଟେଣ୍ଡର ନିମନ୍ତେ ବିଜ୍ଞାପନରେ ପ୍ରକାଶ ପାଇଥିବା ପଞ୍ଚାୟତର କାମପାଇଁ ଅନ୍ୟ ପଞ୍ଚାୟତର ଠିକାଦାରମାନଙ୍କୁ ଟେଣ୍ଡର ପପେର କିଣାକୁ ବିରୋଧ କରି ବାଧାସୃଷ୍ଟି କରୁଥିଲେ କିଛି ଟେଣ୍ଡର ମାଫିଆମାନେ । ଏହି ଖବରପାଇ ସାମ୍ୱାଦିକ ଜଣକ ଖବର ସଂଗ୍ରହ କରୁଥିବା ବେଳେ ଆକ୍ରମଣ କରିଥିଲେ କିଛି ମାଫିଆ। ତେବେ ଆଶ୍ଚର୍ଯ୍ୟର ଜଣେ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ବାଧା ସୃଷ୍ଟି କରିବା ସହିତ ନ୍ୟସ୍ତସ୍ୱାର୍ଥ ଟେଣ୍ଡର ମାଫିଆ ମାନେ ଉଗ୍ରବାଦ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ସେଠାରେ ଉପସ୍ଥିତ ରହିଥିବା ପୋଲିସ କଣ କରୁଥଲା ତାକୁ ନେଇ ପୋଲିସର ନିରପେକ୍ଷତା ଓ ଦାୟିତ୍ବ ପରାଣୟତା ପ୍ରତି ସନ୍ଦେହ ସୃଷ୍ଟି କରୁଥିବା ବେଳେ ପୋଲିସର ନିରବତାକୁ ସବୁ ମହଲରେ ନିନ୍ଦା କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ମୁତୟନ ହୋଇଥିବା ପୋଲିସ କର୍ମଚାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ନିଲମ୍ବନ କରାଯିବାକୁ ଦାବି ହେଉଛି।ତେବେ ଟେଣ୍ଡର ମାଫିଆ ମାନେ ସାମ୍ବାଦିକଙ୍କୁ ବିଧା ଗୋଇଁଠା ମାରିଥିଲେ ବି ପୋଲିସ ନିରବ ଦର୍ଶକ ରହିବା ବେଶ ରହସ୍ୟମୟ । ଏଠାରେ ପ୍ରଶ୍ନ ଉଠେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ମୁତୟନ ହଇଥିଲେ ନାଁ ଟେଣ୍ଡର ମାଫିଆଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଏହାର ଉଚସ୍ତରୀୟ ତଦନ୍ତ ନିତାନ୍ତ ଜରୁରି । ଠାକୁରମୁଣ୍ଡା ଥାନାରେ ଏସମ୍ପର୍କରେ ସାମ୍ବାଦିକ  ବିମଳ ସେନାପତି ଏତଲା ଦାଏର କରିଥିବା ବେଳେ ଜାଣିପାରି ଆକ୍ରମଣକାରୀଙ୍କ ପକ୍ଷରୁ ଆତ୍ମରକ୍ଷା ପାଇଁ ନୀଳମାଧଵ ଦଣ୍ଡପାଟ ନାମକ ଜୈନେକ  ଯୁବକ ଜାତିଆଣ ଆକ୍ଷେପ ଆଭିଯୋଗ କରି ଆହତ ସାମ୍ବାଦିକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିବା ଜଣାପଡିଛି। ପୋଲିସ ଉଭୟ ଅଭିଯୋଗକୁ ଭିତ୍ତିକରି କେଶ ନମ୍ବର ୧୭ ଓ ୧୮ ଅନୁଯାୟୀ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁକରି ତଦନ୍ତଜାରି ରଖିଛି।ତେବେ ଘଟଣାକୁ ନେଇ   ଠାକୁରମୁଣ୍ଡା ଡାକବଙ୍ଗଳା ଠାରେ  ପାଞ୍ଚପିଢର ସମସ୍ତ ସାମ୍ବାଦିକ ଓ ଠାକୁରମୁଣ୍ଡା ସାମ୍ବାଦିକ ସଂଘର ଏକ ଜରୁରୀବୈଠକ ବସି  ଘଟଣାର  ନିନ୍ଦା କରାଯିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି  । ବୈଠକ ପରେ ସାମ୍ବାଦିକମାନେ ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟଳୟରେ ଭେଟି ଅବଗତ କରିଥିଲେ ଏବଂ ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ସହିତ ଏପରି ମାଫିଆଙ୍କୁ ବ୍ଲକ ପରିସରରେ ଆଶ୍ରୟ ନ ଦେବା ପାଇଁ   ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ପ୍ରତ୍ୟକ୍ଷଦର୍ଶୀ ହୋଇଥିଲା ବେଳେ ଘଟଣାକୁ ନେଇ ତଦନ୍ତ ଆଳରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ବଦଳରେ ଦିନ ଗଡାଇ ଖୋଲା ଆକାଶ ତଳେ ବୁଲିବା ପାଇଁ ଛାଡ଼ିଦେବା ଭଳି ଘଟଣା ପୋଲିସର କାର୍ଯ୍ୟକଳାପକୁ ଅଧିକ ସନ୍ଦେହଜନକ କରୁଛି ବୋଲି ସ୍ଥାନୀୟ ଅଞ୍ଚଳର ସବୁ ମାହାଲରେ ଆଲୋଚନା ପର୍ଯ୍ୟାଲୋଚନା ଯୋର ଧରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking