32.1 C
Bhubaneswar
Sunday, July 20, 2025
Homeଓଡିଶାଯୋରନ୍ଦାମେଳାକୁ ଯାଇପାରିବେନି ବାହାର ସାଧୁସନ୍ଥ

ଯୋରନ୍ଦାମେଳାକୁ ଯାଇପାରିବେନି ବାହାର ସାଧୁସନ୍ଥ

ଢେଙ୍କାନାଳ : କରୋନାର ନୂଆ ଷ୍ଟ୍ରେନକୁ ନେଇ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ କଟକଣା ଜାରିକରିଛି ଜିଲ୍ଲା ପ୍ରଶାସନ। ଢ଼େଙ୍କାନାଳ ଜିଲ୍ଲା ମହିମା ଗାଦୀରେ ଆସନ୍ତା ୨୫ରୁ ହେବାକୁ ଥିବା ଯୋରନ୍ଦା ମେଳା ପ୍ରସ୍ତୁତିରେ ପରିବର୍ତ୍ତନ କରାଯାଇଛି। ଚଳିତବର୍ଷ ମେଳାକୁ କେବଳ ବିଧି ଭାବେ ପାଳନ କରାଯିବ। ଜିଲ୍ଲା ତଥା ରାଜ୍ୟ ବାହାର ସାଧୁସନ୍ଥଙ୍କ ଠାରୁ ଆରମ୍ଭ କରି ସର୍ବସାଧରଣଙ୍କୁ ମେଳାକୁ ବାରଣ କରାଯାଇଛି। କେବଳ ଜିଲ୍ଲାର ମହିମା ସାଧୁମାନଙ୍କ ମଧ୍ୟରେ ଚଳିତବର୍ଷ ଏହି ମେଳା ସୀମିତ ରହିବ। ତେବେ ମେଳାରେ ସାମିଲ ମହିମା ସାଧୁମାନଙ୍କର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। କୋଭିଡ କଟକଣା ମଧ୍ୟରେ ୫୦ଜଣ ସାଧୁଙ୍କ ମଧ୍ୟରେ ଝାଡ଼ବତୀ ଓ ଧ୍ୱନୀ ପ୍ରଜ୍ୱଳନ ମଧ୍ୟରେ ସୀମିତ ରହିବ ବୋଲି ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking