26.1 C
Bhubaneswar
Friday, March 29, 2024
Homeମନୋରଞ୍ଜନ‘ଏକ ଭିଲାନ୍ ରିଟର୍ଣ୍ଣସ’ ପାଇଁ ଏତିକି ଫିସ ଦାବି କଲେ ଜନ୍ ଆବ୍ରାହମ

‘ଏକ ଭିଲାନ୍ ରିଟର୍ଣ୍ଣସ’ ପାଇଁ ଏତିକି ଫିସ ଦାବି କଲେ ଜନ୍ ଆବ୍ରାହମ

ନୂଆଦିଲ୍ଲୀ : ବଲିଉଡରେ ନିଜର ଦମଦାର ବଡି ଓ ଜବଦସ୍ତ ଆକ୍ସନ୍‌ରେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତା ଜନ୍ ଆବ୍ରାହମ । ତାଙ୍କର ଆକ୍ସନ ଲୁକ୍‌ ପାଇଁ ଫିଲ୍ମ ଗୁଡିକ ସବୁବେଳେ ଚର୍ଚ୍ଚାରେ ଥାଏ । କିନ୍ତୁ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି କି ଜନ କୁଆଡେ ତାଙ୍କ ଫିଲ୍ମ ପାଇଁ ଚାର୍ଜ ବଢାଇ ଦେଇଛନ୍ତି। ଜନ୍ ଆବ୍ରାହମ୍ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ପଠାନ୍’ ପାଇଁ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି। ଏହା ବ୍ୟତୀତ ଜନ୍ ଅନ୍ୟ ଏକ ଫିଲ୍ମ ମଧ୍ୟ ସାଇନ୍ କରିଛନ୍ତି, ଯେଉଁଥି ପାଇଁ ସେ ୨୦ କୋଟି ଟଙ୍କାରୁ ଅଧିକ ଫି ଦାବି କରିଛନ୍ତି। ଜନ୍ ଆବ୍ରାହମ୍ ମୋହିତ୍ ସୁରୀଙ୍କ ଫିଲ୍ମ ‘ଏକ ଭିଲାନ୍ ରିଟର୍ଣ୍ଣସ’ରେ ମଧ୍ୟ ସାଇନ୍ କରିଛନ୍ତି । ଆଉ ଏହି ଫିଲ୍ମ ପାଇଁ ସେ ୨୧ କୋଟି ଟଙ୍କା ଫି ନେଇଛନ୍ତି । କୁହାଯାଉଛି ଯେ କୋଭିଡ୍ କାଳରେ କିଛି ଅଭିନେତା ସିନେମା ପାଇଁ ତାଙ୍କ ଫି ହ୍ରାସ କରିଥିବା ବେଳେ ଜନ୍ କିନ୍ତୁ ତାଙ୍କ ଫି ବୃଦ୍ଧି କରିଥିଲେ। ‘ଏକ ଭିଲାନ ରିଟର୍ଣ୍ଣସ’ ଫିଲ୍ମ ଜୁଲାଇ ୨୦୨୨ରେ ରିଲିଜ ହେବ। ଫିଲ୍ମରେ ଜନଙ୍କ ସହିତ ଅର୍ଜୁନ କପୁର, ଦିଶା ପଟାନୀ ଏବଂ ତାରା ସୁତାରିୟା ପ୍ରମୁଖ ଭୂମିକାରେ ନଜର ଆସିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୋହିତ ସୁରୀ । ଫିଲ୍ମଟି ସିଦ୍ଧାର୍ଥ, ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖଙ୍କ ଫିଲ୍ମ ‘ଏକ ଭିଲେନ’ର ସିକ୍ୱେଲ ଅଟେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking