37.1 C
Bhubaneswar
Friday, May 20, 2022
Homeଓଡିଶାବିଜେପି ପାର୍ଟି ଅଫିସରେ ଯୁବତୀଙ୍କ ଲଙ୍କାକାଣ୍ଡ, ଜୁଏଲ ଓରାମ ଅଶ୍ଲୀଳ ବ୍ୟବହାର କରିଥିବା ଅଭିଯୋଗ

ବିଜେପି ପାର୍ଟି ଅଫିସରେ ଯୁବତୀଙ୍କ ଲଙ୍କାକାଣ୍ଡ, ଜୁଏଲ ଓରାମ ଅଶ୍ଲୀଳ ବ୍ୟବହାର କରିଥିବା ଅଭିଯୋଗ

ରାଉରକେଲା : କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ପରେ ସୁନ୍ଦରଗଡ଼ର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ନିଜ ଦଳର ଜଣେ ଯୁବନେତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଛି । ଅପମାନ ସହି ନପାରି ନେତ୍ରୀ ଜଣକ ସୋମବାର ପାର୍ଟି ଅଫିସ୍‌ରେ ପଶି ଭଙ୍ଗାରୁଜା କରିବା ସହ ସାଂସଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ସେ ଆଉ ବିଜେପିରେ କାର୍ଯ୍ୟ କରିପାରିବେନି ପୂର୍ବରୁ ସାଂସଦଙ୍କ ଏଭଳି ଆଚରଣ ନେଇ ଶୁଣିଥିଲେ ଏବେ ଅଙ୍ଗେ ଲିଭାଇଥିବା କହିଛନ୍ତି ଅଭିଯୋଗକାରିଣୀ ।

ଅଭିଯୋଗକାରୀ ଯୁବତୀ ଜଣଙ୍କ ସାଂସଦଙ୍କ ପ୍ରତିନିଧି ହୋଇଥିବା ବେଳେ କୌଣସି ଏକ ଅଫିସିଆଲ୍ କାର୍ଯ୍ୟକୁ ନେଇ ସେ ଫୋନ୍ କରିଥିଲେ । ଏହି ସମୟରେ ସେ ଯୁବତୀ ଜଣଙ୍କୁ ଅଭଦ୍ର ଆଚରଣ କରିବା ସହ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ କାନ୍ଦି ପକାଇଥିଲେ ଏବଂ ସେ ସାଂସଦଙ୍କ ସହ ବାର୍ତ୍ତାଳପର ଅଡିଓଟିକୁ ଗଣମାଧ୍ୟମକୁ ଦେଇଛନ୍ତି । ଏ ନେଇ ଥାନାରେ ସେ ମାମଲା ରୁଜୁ କରିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଅନ୍ୟ ଜଣେ ମହିଳା ଏ ଘଟଣାକୁ ନେଇ ଯୁବତୀଙ୍କୁ ବୁଝାଇବା ଲାଗି ଫୋନ୍ କରିଥିଲେ । ସାଂସଦ ଆଜି ସକାଳୁ ଟିକେ ଲୋଡ୍ ହୋଇଯାଇଥିବାରୁ ସେ ଏଭଳି କହିଦେଇଥିବା ସଫେଇ ଦେଇଥିଲେ ସେହି ମହିଳା ଜଣଙ୍କ । ଯୁବତୀ ଜଣଙ୍କ ଆହୁରି କହିଛନ୍ତି ଯେ  ମୁଁ ଜୁଏଲ ଓରାମଙ୍କୁ ସମ୍ମାନ ଦେଉଥିଲି, ମାତ୍ର ସେ ଅଭଦ୍ର । ମୋତେ ଅଶ୍ଳୀଳ ଭାଷାରେ ଇଙ୍ଗିତ କଲେ । ଯେଉଁ ଭାଷାରେ ଇଙ୍ଗିତ କରିଛନ୍ତି ତାହା ସହି ହେବନି । ସେ ମହିଳାଙ୍କୁ ଅସଦାଚରଣ କରୁଥିବା ମୋତେ ଅନେକ କହିଛନ୍ତି । ମୁଁ ବିଶ୍ୱାସ କରୁନଥିଲି, ଏବେ ପ୍ରମାଣ ପାଇଲି । ଜୁଏଲଙ୍କ ନାଁରେ ଝିରପାଣି ଥାନାରେ ଅଭିଯୋଗ କରିବି ବୋଲି କହିଛନ୍ତି ସେହି ଯୁବତୀ । ତେବେ ଘଟଣା ସମ୍ପର୍କରେ ଜୁଏଲ୍ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking