38.1 C
Bhubaneswar
Tuesday, April 23, 2024
Homeଓଡିଶାରାଜ୍ୟରେ ଚାକିରି ବିକ୍ରି ହେଉଛି: ସାଲୁଜା

ରାଜ୍ୟରେ ଚାକିରି ବିକ୍ରି ହେଉଛି: ସାଲୁଜା

ଭୁବନେଶ୍ୱର: ରାଜ୍ୟରେ ୮ଲକ୍ଷ ୮୦ହଜାର ୧୭୫ଜଣଙ୍କର ଏମ୍ଲାୟମେଣ୍ଟ ଏକ୍‌ଚେଞ୍ଜରେ ବେକାରୀ ଯୁବକଯୁବତୀଙ୍କ ନାଁ ରେଜିଷ୍ଟେର ହୋଇଛି । ରାଜ୍ୟରେ ସେମାନଙ୍କୁ ଚାକିରୀ ମିଳୁନାହିଁ । କିନ୍ତୁ ବଲାଙ୍ଗୀରର ମନୋଜ ମିଶ୍ରଠାରୁ ଆରମ୍ଭ କରି ଭୁବନେଶ୍ୱରର ଛଟେଇ ପର୍ଯ୍ୟନ୍ତ ଯେତେସବୁ ଫେକ୍ ସାର୍ଟିଫିକେଟ କାରବାର ଚାଲୁଛି ନକଲି ମାର୍କସିଟର କାରବାର ହେଉଛି ସେସବୁ ତାଙ୍କର ସରକାରଙ୍କ ସାଙ୍ଗରେ ଟାୟଅଫ ଅଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ନକଲି ସାର୍ଟିଫିକେଟ ମାଧ୍ୟମରେ ପିଲା ସରକାରୀଙ୍କ ବିଭିନ୍ନ ପଦବୀରେ ଚାକିରି ପାଇ ଟଙ୍କା କାରବାର କରୁଛନ୍ତି । ଶିକ୍ଷକ ଚାକିରି ପାଇଁ ୨୦ଲକ୍ଷ,ଆର୍‌ଆଇ ଚାକିରି ପାଇଁ ୨୫ଲକ୍ଷ,ଜେଇଇ ପାଇଁ ୩୦ଲକ୍ଷ, ଏବଂ ଆସିଷ୍ଟାଣ୍ଡ ଇଞ୍ଜିନିଅର ପାଇଁ ୫୦ ଲକ୍ଷ ଟଙ୍କା କାରବାର କରଯାଉଛି । ଏମାନଙ୍କ ପଛରେ ବିଜେଡି ସରକାରଙ୍କର ହାତ ଅଛି ସେମାନେ ଏ ପିଲାମାନଙ୍କୁ ଚାକିରି କରାଇବାରେ ସାହାର୍ଯ୍ୟ କରୁଛନ୍ତି । ଯେଉଁଭଳି ଭାବେ େଓଷ୍ଟବେଙ୍ଗଲ,ବିହାରରେ ଚାକିରୀ ବିକ୍ରି ହେଉଥିଲା ସେଇଭଳି ଭାବେ ଆଜି ଓଡିଶାରେ ମଧ୍ୟ ଚାକିରି ବିକ୍ରି କରାଯାଉଛି । ମେଧାବି ଛାତ୍ରଛାତ୍ରୀମାନେ ବହୁତ ଜାଗାରେ ଚାକିରି ପାଉନାହାନ୍ତି,ଏବଂ ଆଜି ମଧ୍ୟ କୋରାପୁଟ ବିଧାୟକ ଅଭିଯୋଗ କରିଥିଲେ ପୋଷ୍ଟାଲରେ ୨୫ଜଣ ଚାକିରି ପାଇଥିଲେ ସେଥିମଧ୍ୟରୁ ୨୩ଜଣ ଯାଇନାହାନ୍ତି । ଓଡିଶାରେ ଗୋଟିଏ ବଡ ର‌୍ୟାକେଟ ଚାଲିଛି ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking