38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶମୁଖାପିନ୍ଧା ଯୁବକଙ୍କ ମଧ୍ୟରେ ଜେଏନୟୁ ସଭାପତି

ମୁଖାପିନ୍ଧା ଯୁବକଙ୍କ ମଧ୍ୟରେ ଜେଏନୟୁ ସଭାପତି

ନୂଆଦିଲ୍ଲୀ: ଜେଏନୟୁରେ ଦୁର୍ବୃତ୍ତଙ୍କ ଦାଦାଗିରିକୁ ସମଗ୍ର ଦେଶ ବିରୋଧ କରିଛି । ଗତକାଲି ସନ୍ଧ୍ୟାରେ ଏକାଧିକ ମୁଖା ପିନ୍ଧା ଦୁର୍ବୃତ୍ତ ଜେଏନୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ମୁଖାପିନ୍ଧା ଯୁବକଙ୍କ ମଧ୍ୟରେ ନିଜେ ଜେଏନୟୁ ସଭାପତି ମଧ୍ୟ ଭିତରକୁ ପଶିଥିବା ଭିଡିଓ ଭାଇରାଲ ହୋଇଛି । ଆକ୍ରମଣରେ ଜେଏନୟୁ ସଭାପତି ଐଶୀ ଘୋଷ୍ ଆହତ ହୋଇଥିବା କଥା ପଦାକୁ ଆସିଛି  । ଏଥିରେ ଜେଏନୟୁ ସଭାପତି ଐଶୀ ଘୋଷ୍ଙ୍କ ସମେତ ୨୮ ଜଣ ଆହତ ହୋଇଛନ୍ତି । ଗତକାଲି ରାତିରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦୁର୍ବୃତ୍ତମାନଙ୍କୁ ଠାବ କରି କଠୋର ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରିଛନ୍ତି । ଜେଏନୟୁ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସବୁଦିନ ପାଇଁ ବନ୍ଦ କରିଦେବା ପାଇଁ ଏଭଳି ଆକ୍ରମଣ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ଆଜି ଜେଏନ୍ୟୁ କ୍ୟାମ୍ପସ ବାହାରେ ମଧ୍ୟ ନ୍ୟାୟ ଦାବିରେ ଶତାଧିକ ଶିକ୍ଷାର୍ଥୀ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି । ତେବେ ଫ୍ଲାଗମାର୍ଚ୍ଚ ବେଳେ ଛାତ୍ରଛାତ୍ରୀମାନେ ଗୋ ବ୍ୟାକର ନାରା ଦେଇଛନ୍ତି । ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ କ୍ୟାଣ୍ଡେଲ ଲାଇଟ୍ ମାର୍ଚ୍ଚ କରି ଜେଏନୟୁ ଘଟଣାକୁ ନିନ୍ଦା କରିଛନ୍ତି । ହାଇଦ୍ରାବାଦରେ ମଧ୍ୟ ଶତାଧିକ ଛାତ୍ରଛାତ୍ରୀ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଶ୍ଚିମ ଗେଟ୍ ଦେଇ ୫୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ମୁଖା ପିନ୍ଧି କ୍ୟାମ୍ପସ ମଧ୍ୟକୁ ପଶି ଆସି ପ୍ରଥମେ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନେ କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ । କ୍ୟାମ୍ପସରେ ଥିବା ଅନେକ କାରକୁ ନଷ୍ଟ କରିଦେଇଛନ୍ତି ।
https://onakhabar.com/2020/01/06/jnu-issue/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking