26.1 C
Bhubaneswar
Friday, March 29, 2024
Homeଅପରାଧଜେଏନୟୁ ହିଂସା କାଣ୍ଡ ଘଟଣା : ୯ ମୁଖାପିନ୍ଧା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ

ଜେଏନୟୁ ହିଂସା କାଣ୍ଡ ଘଟଣା : ୯ ମୁଖାପିନ୍ଧା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ

ନୂଆଦିଲ୍ଲୀ: ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ଘଟଣାର ପର୍ଦାଫାସ । ଗତ ରବିବାର ରାତିରେ ଜେଏନୟୁ କ୍ୟାମ୍ପସରେ ମୁଖାପିନ୍ଧି କିଛି ଦୁର୍ବୃତ୍ତ ଛାତ୍ରଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ପୋଲିସ ଏହି ଘଟଣାର ତଦନ୍ତ ପରେ ଏହି ଆକ୍ରମଣ ପଛରେ ଏବିଭିପିର ହାତ ଥିବା ବାମପନ୍ଥୀ ଛାତ୍ର ସଂଗଠନ ଦାବି କରୁଥିବା ବେଳେ ପୋଲିସର ରିପୋର୍ଟ ଘଟଣାରେ ଆଣି ଦେଇଛି ନୂଆ ମୋଡ଼ । ପୁଲିସ୍ କହିଛି ସେମାନେ ଅଧିକାଂଶ ବାମପନ୍ଥୀ ଛାତ୍ରଛାତ୍ରୀ । ଦିଲ୍ଲୀ ପୁଲିସ୍ ପିଆରଓ ଏମ୍ଏସ୍ ରାନ୍ଧୱା କହିଛନ୍ତି, କ୍ରାଇମ୍ ବ୍ରାଞ୍ଚ ଜେଏନ୍ୟୁ ହିଂସା ସମ୍ପର୍କିତ ଅପରାଧିକ ମାମଲାର ତଦନ୍ତ କରୁଛି । କିନ୍ତୁ ଦେଖାଯାଉଛି ଏହି ମାମଲା ସମ୍ପର୍କିତ କିଛି ଭୁଲ ତଥ୍ୟର ପ୍ରଚାର କରାଯାଉଛି ।
ଦିଲ୍ଲୀ ପୁଲିସ୍ ଅଭିଯୋଗ ଆଣିଛି, ଜେଏନୟୁଏସୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀ ମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିଲେ । ମୁଖାପିନ୍ଧି ଛାତ୍ରଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ହେଲେ ଖୋଦ୍ ବାମପନ୍ଥୀ ଛାତ୍ର ସଂଗଠନର ନେତା ଓ ସଦସ୍ୟ । ଏନେଇ ସିସିଟିଭିରେ କଏଦ ହୋଇଥିବା କିଛି ଫୁଟେଜ୍ ମଧ୍ୟ ପୋଲିସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ସିସିଟିଭି ଫୁଟେଜରୁ ମୁଖାପିନ୍ଧି ଆକ୍ରମଣ କରିଥିବା ଛାତ୍ରନେତାଙ୍କ ପରିଚୟ ସ୍ପଷ୍ଟ ଜଣାପଡ଼ୁଛି । ସିସିଟିଭିରୁ ମିଳିଥିବା ପ୍ରମାଣ ଅନୁସାରେ ସେମାନଙ୍କୁ ଦୋଷୀ ବୋଲି କହିଛି ପୋଲିସ ।
ଦିଲ୍ଲୀ ପୁଲିସ୍ ଚିହ୍ନଟ କରିଥିବା ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି । ପୁଲିସ୍ ୯ ଜଣଙ୍କ ନାମ ଘୋଷଣା କରିବା ସହ ତାଙ୍କ ଫଟୋ ରିଲିଜ୍ କରିଛି ।  ଆମେ କିଛି ଭାଇରାଲ ଭିଡିଓ ଏବଂ ଅନ୍ୟ ତଦନ୍ତରୁ କିଛି ଜଣଙ୍କୁ ଚିହ୍ନଟ କରିପାରିଛୁ । ଏହି ବ୍ୟକ୍ତିମାନଙ୍କୁ ନୋଟିସ୍ କରାଯିବା ସହ ଏହି ଘଟଣାବେଳେ ସେମାନଙ୍କ ଉପସ୍ଥିତି ନେଇ ପଚରାଉଚରା କରାଯିବ ।
ସେ କହିଛନ୍ତି ଏଥିରେ ଜେଏନୟୁଏସୟୁ ସଭାପତି ଆଈଶି ଘୋଷ ସମ୍ପୃକ୍ତ ଥିଲେ।

ଅନ୍ୟମାନେ ହେଲେ ବିକାଶ ପଟେଲ (କୋରିଆନ୍ ଷ୍ଟଡିଜ୍)

ପଙ୍କଜ ମିଶ୍ର (ସ୍କୁଲ ଅଫ୍ ସୋଶାଲ ସାଇନ୍ସ)

ଚୁନଚୁନ୍ କୁମାର (ପୂର୍ବତନ ଜେଏନୟୁ ସଭାପତି)

ଯୋଗେନ୍ଦ୍ର ଭରଦ୍ୱାଜ (ପିଏଚଡି, ସଂସ୍କୃତ)

ଡୋଲନ୍ ସାମନ୍ତରା (ସ୍କୁଲ ଅଫ୍ ସୋଶାଲ ସାଇନ୍ସ)

ସୁଚେତା ତାଲୁକଦାର (ସ୍କୁଲ ଅଫ୍ ସୋଶାଲ ସାଇନ୍ସ)

ପ୍ରିୟ ରଞ୍ଜନ (ସ୍କୁଲ ଅଫ୍ ଲାଙ୍ଗୁଏଜ୍ ଆଣ୍ଡ କଲଚରାଲ ଷ୍ଟଡିଜ୍)

ଏବଂ ଭାସ୍କର ବିଜୟ

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking