31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଏୟାରଟେଲ ପରେ ମୁମ୍ବାଇରେ ୫ଜି ଟ୍ରାଏଲ ଆରମ୍ଭ କଲା ଜିଓ

ଏୟାରଟେଲ ପରେ ମୁମ୍ବାଇରେ ୫ଜି ଟ୍ରାଏଲ ଆରମ୍ଭ କଲା ଜିଓ

ନୂଆଦିଲ୍ଲୀ: ୫ଜି ଉପରେ କାମ ଆରମ୍ଭ ହୋଇସାରିଛି । ଏହାକୁ ନେଇ ଟେଲିକମ କମ୍ପାନୀମାନେ ଟ୍ରାଏଲ ବି କରୁଛନ୍ତି । ଏବେ ଭାରତୀ ଏୟାରଟେଲ ୫ଜି ଟ୍ରାଏଲ ଗୁରୁଗ୍ରାମରେ ଆରମ୍ଭ କରିଛି । ଏଥିରେ ଡାଉନଲୋଡ ସ୍ପିଡ ୧ ଜିବିପିଏସ ପର୍ଯ୍ୟନ୍ତ ରହିଛି । ଏବେ ଖବର ଆସିଛି ଯେ, ରିଲାଏନ୍ସ ଜିଓ ବି ମୁମ୍ବାଇରେ ୫ଜି ଟ୍ରାଏଲ କରିଛି । ୫ଜି ଟ୍ରାଏଲ ପାଇଁ ଏହା ଦେଶରେ ହିଁ ଡେଭଲଅପ କରାଯାଇଥିବା ୫ଜି ଉପକରଣ ଓ ଟେକ୍ନୋଲୋଜୀ ବ୍ୟବହାର କରିଛି । ଏହାବ୍ୟତୀତ ଅନ୍ୟ ଭେଣ୍ଡର୍ସମାନେ ଯେମିତିକି ସାମସଙ୍ଗ, ଏରିସନ ଓ ନୋକିଆ ସହ କଥା ହେଉଛନ୍ତି, ଯାହାଦ୍ୱାରା ଆସନ୍ତା ସମୟରେ ଅନ୍ୟ ସହରରେ ବି ଟ୍ରାଏଲ କରାଯାଇପାରିବ । ୫ଜି ଉପକରଣ କୁ ଭାରତରେ ଲୋକାଲ ପାର୍ଟନର ସାହାଯ୍ୟରେ ମ୍ୟାନୁଫାକ୍‌ଚର କରାଯାଇଛି । ସାଇଡ ଡିପ୍ଲୋଏଡ ମାମଲାରେ ଜିଓର ୫ଡି ଟ୍ରାଏଲ ଅନେକ ବଡ । ଟ୍ରାଏଲକୁ ଖୁବ ଶୀଘ୍ର ଅନ୍ୟ ସହର ଓ ଅଂଚଳରେ ଆରମ୍ଭ କରାଯିବ । ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଓ ହାଇଦ୍ରାବାଦରେ ଜିଓ ଟ୍ରାଏଲ ପାଇଁ ଆବେଦନ କରିଛି ।  ଭାରତୀ ଏୟାରଟେଲ ଏରିସନ ସହିତ ପାର୍ଟନରସିପ କରି ଗୁରୁଗ୍ରାମରେ ୫ଜି ଟ୍ରାଏଲ ଆରମ୍ଭ କରିଛି । ଏୟାରଟେଲକୁ ଦିଲ୍ଲୀ/ଏନସିଆର, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ ୫ଜି ଟ୍ରାଏଲ ପାଇଁ ସ୍ପେକ୍ଟ୍ରମ ଉପଲବ୍ଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking