27.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଲେ ଅନୁପଙ୍କ ପରିବାର

ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଲେ ଅନୁପଙ୍କ ପରିବାର

ଝାରସୁଗୁଡ଼ା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସନ୍ଧ୍ୟାରୁ ଅନୁପଙ୍କ ପରିବାର ବସିଛନ୍ତି । ସେମାନେ ଧାରଣାରେ ବସି ନାହାନ୍ତି ବରଂ ନିଜ ଜୀବନର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିବା କହଛିନ୍ତି । ଏହାସହ ଛତଶିଗଡ ଼ପଲୁସି ବଘରାଚକାସ୍ଥିତ ତାଙ୍କ ବାସଭବନକୁ ଆସି ପରିବାରବର୍ଗଙ୍କୁ ଡରାଉଥିବା ସେମାନେ ଅଭିଯୋଗ କରିିଛନ୍ତି । ବାରମ୍ବାର ଛତିଶଗଡ଼ ପୁଲିସ ସେମାନଙ୍କ ଘରେ ଚଢାଉ କରିବା ସହ ଆଜି ଘରକୁ ଆସି ଅନପୁଙ୍କ ପଅୁକୁ ୨୩ ତାରିଖ ଥାନାରେ ହାଜର ହେବା ପାଇଁ ନୋଟିସ ଦେଇଛି। ଏହି ହତ୍ୟାକାଣ୍ଡରେ ଅନୁପ ତଥା ତାଙ୍କ ପରିବାରବର୍ଗଙ୍କ ସମ୍ପୃକ୍ତି ନଥିଲେ ମଧ୍ୟ ଛତିଶଗଡ଼ ପୁଲିସ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବାରୁ ଜୀବନ ସୁରକ୍ଷା ପାଇଁ ଶନିବାର ରାତିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶ୍ରୟ ନେଇଥିବା ସେମାନେ କହିଛନ୍ତି ।
ସୂଚନା ଅନୁଯାୟୀ, ଛତିଶଗଡ଼ ପୁଲିସ ଅନୁପ ସାଏଙ୍କୁ ମାନସିକ ଚାପ ପକାଉଛି । ଅନୁପ ନିର୍ଦ୍ଦୋଷ ଅଟନ୍ତି । ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି । ଏହାସହ ଛତିଶଗଡ ପୁଲିସ ତାଙ୍କୁ ତଦନ୍ତ ସମୟରେ ମାନସିକ ଚାପ ପକାଇ କଳ୍ପନା ଓ ବବଲିଙ୍କୁ ସେ ହତ୍ୟା କରିଥିବା ସ୍ୱୀକାର କରିବା ପାଇ ଁକହୁଛି । ଯଦି ସେ ହତ୍ୟା କରିଥିବା ସ୍ୱୀକାର ନ କରିବେ ତେବେ ତାଙ୍କ ପରିବାରବର୍ଗଙ୍କୁ ଗିରଫ କରାଯିବ ବୋଲି ଭୟଭୀତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଛତିଶଗଡ ପୁଲିସର ଅତ୍ୟାଚାରରୁ ସୁରକ୍ଷିତ ରହିବା ପାଇଁ ଅନୁପଙ୍କ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିବା କହିଛନ୍ତି । ସେମାନେ କହିଛନ୍ତି, ଆମେ ଘରେ ସୁରକ୍ଷିତ ନୋହୁଁ । ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସି ରହିବୁ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁପଙ୍କ ମା ହେମଲତା ସାଏ, ବଡ ଭାଇ ପ୍ରମୋଦ ସାଏ, ଭାଉଜ ଗୀତାଞ୍ଜଳି ସାଏ, ସ୍ତ୍ରୀ ସୁଷମା ଦେ, ପୁଅ ଶୁଭମ ସାଏ, ଝିଅ ଶୁଭ୍ରସ୍ମିତା ସାଏ ଓ ପୁତୁରା ସଂଗ୍ରାମ ସାଏ ବସିରହିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking