29.1 C
Bhubaneswar
Wednesday, April 24, 2024
Homeମହିଳା ଟି-୨୦ ଆଇପିଏଲ୍ -2023 Auctionମହିଳା ପ୍ରିମିୟର ଲିଗରେ ଝୁଲଣ ଗୋସ୍ୱାମୀଙ୍କୁ ବଡ ପଦବୀ; ଏହି ଖେଳାଳି ହେବେ ମୁଖ୍ୟ କୋଚ

ମହିଳା ପ୍ରିମିୟର ଲିଗରେ ଝୁଲଣ ଗୋସ୍ୱାମୀଙ୍କୁ ବଡ ପଦବୀ; ଏହି ଖେଳାଳି ହେବେ ମୁଖ୍ୟ କୋଚ

ମୁମ୍ବାଇ: ଆସନ୍ତା ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି । ଏଥିପାଇଁ ୫ଟି ଦଳ ମଧ୍ୟ କିଣାସରିଛି । ଆଇପିଏଲର ୩ଟି ଟିମ୍ ମଧ୍ୟ ମହିଳା ପ୍ରିମୟର ଲିଗରେ ଭାଗ ନେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ସହିତ ମୁମ୍ବାଇ ଇଣ୍ଡିଆନ୍ସ ନାଁରେ ୩ଟି ଦଳ ଖଳିବେ ମହିଳା ପ୍ରିମିୟର ଲିଗ୍ । ତେବେ ଏହି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଭାରତର ଚକଦା ଏକ୍ସପ୍ରେସଙ୍କୁ ମିଳିଛି ଏକ ବଡ ଦାୟିତ୍ୱ ।

ସୂଚନା ଅନୁସାରେ, ଟିମ ଇଣ୍ଡିଆର ପୂର୍ବତନ ଫାଷ୍ଟ ବୋଲର ଝୁଲଣ ଗୋସ୍ୱାମୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ବୋଲିଂ କୋଚ ଭାବରେ ଦାୟିତ୍ୱ ମିଳିଛି । ନିଜର ସ୍ୱିଙ୍ଗ ବୋଲିଂରେ ବିପକ୍ଷ ଦଳକୁ ଚକମା ଦେବାରେ ମାହିର ଥିଲେ ଝୁଲଣ । ସେଥିପାଇଁ ମୁମ୍ବାଇ ତାଙ୍କୁ ଦଳର ବୋଲିଂ କୋଚ ଭାବେ ନିୟୋଜିତ କରିଛି । ଦମଦାର ବୋଲିଂ ଏବଂ ଭାରତୀୟ ମହିଳା ଦଳରେ ତାଙ୍କର ଅବଦାନ ଯୋଗୁଁ ତାଙ୍କୁ ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି । ଝୁଲଣଙ୍କ ବ୍ୟତୀତ ଇଂଲଣ୍ଡର ପୂର୍ବତନ ଅଧିନାୟକ ଚାରଲଟ ଏଡୱାର୍ଡସଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ ଭାବରେ ଦାୟିତ୍ୱ ଦିଆଯାଇଛି । ଏହାବ୍ୟତୀତ ଭାରତର ପୂର୍ବତନ ଖେଳାଳି ଦେବିକା ପାଲସୀକର ଦଳର ବାଲିଂ କାଚ ପଦବୀରେେ ନିଯୁକ୍ତି ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking