32.1 C
Bhubaneswar
Thursday, March 28, 2024
Homeଓଡିଶାମହାପ୍ରୟାଣ ଗାଡ଼ି ଥାଇ ମଧ୍ୟ ଶବ ନେବା ପାଇଁ ମିଳିଲାନି

ମହାପ୍ରୟାଣ ଗାଡ଼ି ଥାଇ ମଧ୍ୟ ଶବ ନେବା ପାଇଁ ମିଳିଲାନି

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଥିବା ସତ୍ୱେ ଶବ ନେବା ପାଇଁ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ୧୫ଶହ ଟଙ୍କା ପ୍ରଦାନ କରି ଅନ୍ୟ ଏକ ଗାଡ଼ିରେ ନିଜ ବାପାଙ୍କର ମୃତଦେହ ଘରକୁ ନେଇଥିବା ଅଭିଯୋଗ କରିଛନ୍ତି ଲଇକେରା ବ୍ଲକ୍ ସାରସମାଲ ଗ୍ରାମର ତ୍ରିମନ ରୋହିଦାସ ।
ସେ କହିଛନ୍ତି ଯେ, ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ହୋଇଥିଲା । ଫଳରେ ବାପାଙ୍କ ମୃତଦେହକୁ ଘରକୁ ନେବା ପାଇଁ ସେ ହସ୍ପିଟାଲ କର୍ମଚାରୀଙ୍କ ନିକଟରେ ମହାପ୍ରୟାଣ ଗାଡ଼ିର ସୁବିଧା କରିବା ପାଇଁ କହିଥିଲେ । ତେବେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଉପସ୍ଥିତ ନଥିବା ତାଙ୍କୁ କିଛି କର୍ମଚାରୀ କହିଥିଲେ । ଏହାସହ ସରକାରୀ ଗାଡ଼ିରେ ଶବ ନେଲେ ମଧ୍ୟ ଟଙ୍କା ଦେବାକୁ ପଡ଼ିଥାଏ ଯେତିକି ଘରୋଇ ଗାଡିରେ ଶବ ନେଲେ ଦେବାକୁ ପଡ଼ୁଛି । ମହାପ୍ରୟାଣ ଗାଡ଼ିରେ ମଧ୍ୟ ସେତିକି ଟଙ୍କା ଦେବାକୁ ପଡ଼ିବ ବୋଲି କେତେକ କର୍ମଚାରୀ ତାଙ୍କୁ କହିଥିଲେ ବୋଲି ତ୍ରିମନ ଅଭିଯୋଗ କରିଛନ୍ତି ।
ତେଣୁ ଦୀର୍ଘ ସମୟ ଚିକିତ୍ସାଳୟରେ ଶବ ପଡ଼ି ରହିବା ପରେ ଅନ୍ୟ ଏକ ଶବ ବୁହା ଘରୋଇ ଗାଡ଼ିରେ ୧୫ଶହ ଟଙ୍କା ଦେଇ ମୃତଦେହ ନେବାକୁ ବାଧ୍ୟ ହୋଇଥିଲେ ବୋଲି ତ୍ରିମନଙ୍କ ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକ ଘଟଣା ବିଷୟରେ ସୂଚନା ମିଳିନଥିବା କହିଛନ୍ତି । ଏଥିସହ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଅଛି । ତେଣୁ ଲୋକଙ୍କୁ ମିଛ କହିବା ସହ କାର୍ଯ୍ୟରେ ଅବହେଳା କରି ଏହି ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking