34.1 C
Bhubaneswar
Friday, March 29, 2024
Homeଓଡିଶା୨ ସପ୍ତାହ ହେଲାଣି ଅନଶନରେ ଗ୍ରାମବାସୀ

୨ ସପ୍ତାହ ହେଲାଣି ଅନଶନରେ ଗ୍ରାମବାସୀ

ଝାରସୁଗୁଡା : ନିଯୁକ୍ତି, କ୍ଷତିପୂରଣ ଏବଂ ଥଇଥାନ ଦାବିରେ ଆଜିକୁ ଦୁଇ ସପ୍ତାହ ହେଲାଣି ଦର୍ଲ୍ଲିପାଲି ଗ୍ରାମବାସୀ ଲଖନପୁର ଖଣିକ୍ଷେତ୍ର ଜିଏମ୍ ଅଫିସ୍ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି । ହେଲେ ମଧ୍ୟ ତାଙ୍କର ଦାବିଗୁଡିକୁ ପୂରଣ କରିବା ପାଇଁ ଏପର୍ଯ୍ୟନ୍ତ ଏମ୍‌ସିଏଲ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ମଧ୍ୟ ନିଦା ବିଷ୍ଣୁ ପରି ଚାହିଁ ରହିଛି । ଗ୍ରାମବାସୀ ଦୀର୍ଘ ୧୪ ଦିନ ହେଲାଣି ଖରା ବର୍ଷାରେ ଜୀବନକୁ ବାଜି ଲଗାଇ ଅନଶନ ବସିଥିଲେ ହେଁ ବିଡମ୍ବନାର ବିଷୟ ପ୍ରଶାସନ କିମ୍ବା ଏମସିଏଲ ପକ୍ଷରୁ ସେମାନଙ୍କ ସହ ଥରୁଟିଏ ଆଲୋଚନା ମଧ୍ୟ କରାଯାଇ ନାହିଁ । ଫଳରେ ଗ୍ରାମବାସୀ ମଧ୍ୟ ସେମାନଙ୍କର ଅନଶନ ଜାରି ରଖି କହିଛନ୍ତି ଯେଉଁ ଦିନ ପର୍ଯ୍ୟନ୍ତ ଏମ୍‌ସିଏଲ୍ ସେମାନଙ୍କର ସମସ୍ତ ଦାବି ପୂରଣ ନ କରିବ ସେଦିନ ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ।

ସୂଚନାଯୋଗ୍ୟ,  ୧୯୯୫ ମସିହାରେ ଏମସିଏଲ ପକ୍ଷରୁ ତିଆରି ହୋଇଥିବା ନିଯୁକ୍ତି ଓ କ୍ଷତିପୂରଣର କଟଅଫ୍ ଡେଟକୁ ପରିବର୍ତ୍ତନ କରି ୨୦୧୮ ମସିହାରେ ଦର୍ଲ୍ଲିପାଲି ଗ୍ରାମରେ ଏମ୍‌ସିଏଲ୍ କରିଥିବା ସର୍ଭେ ଅନୁସାରେ ନିଯୁକ୍ତି, କ୍ଷତିପୂରଣ ଏବଂ ଥଇଥାନ କରାଯାଉ ବୋଲି ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମତିର ସଭାପତି  ବିରଂଚି ସାହୁ, ଉପଦେଷ୍ଟା ଗୋପିନାଥ ମାଝୀ ପ୍ରମୁଖ କହିଛନ୍ତି । ବେଲପାହାଡ ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଗତ ୧୯୯୫ ମସିହାରୁ ଦର୍ଲିପାଲି ଗ୍ରାମକୁ ବିସ୍ଥାପିତ କରିବା ପାଇଁ ନୋଟିସ ଜାରି କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଗ୍ରାମର ଅନେକ ପରିବାରଙ୍କୁ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ଓ ବିଭିନ୍ନ ପ୍ରକାର ମୌଳିକ ସୁବିଧା ଏମସିଏଲ ପକ୍ଷରୁ ପ୍ରଦାନ କରାଯାଇ ନାହିଁ । ହେଲେ ପ୍ରଥମେ ଗ୍ରାମବାସୀଙ୍କ ଏହି ସମସ୍ୟାଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ଖଣି ସମ୍ପ୍ରସାରଣ ପାଇଁ  ଗ୍ରାମବାସୀଙ୍କୁ ଜୋରଜବରଦସ୍ତ ତଡିଦେବା ପାଇଁ ଏମସିଏଲ ଯୋଜନା ଚଲାଇଛି ବୋଲି ଅନଶନକାରୀମାନେ କହିଛନ୍ତି । ଏହାସହ ଏମସିଏଲ କୋଇାଲା ଉତ୍ପଦନ ବୃଦ୍ଧି ପାଇଁ ଗ୍ରାମ ନିକଟରେ ଥିବା ଖଣିରେ ପ୍ରତିଦିନ ଭାରି ମାତ୍ରାର ବ୍ଲାଷ୍ଟିଙ୍ଗ କରୁଛି ।

ଫଳରେ ଗ୍ରାମବାସୀ ନିଜ ଜୀବନ ସହିତ ସଂଘର୍ଷ କରି ସର୍ବଦା ବିପଦରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ, ନିଯୁକ୍ତି ଓ ଥଇଥାନ ପ୍ରଦାନକରି ବିସ୍ଥାପନ କରାଯିବାପରେ ଖଣି କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଗ୍ରାମବାସୀ ଆହୁରି ମଧ୍ୟ କହିଛନ୍ତି ସେମାନଙ୍କୁ ଭିକ ନୁହେଁ ହକ୍ ଦରକାର, ନିଯୁକ୍ତି ଓ କ୍ଷତିପୂରଣ ସେମାନଙ୍କ ଅଧିକାର । ତେଣୁ କୋଇଲା ଖନନ ପାଇଁ ଲୋକଙ୍କ ଘରଦ୍ୱାରକୁ ମାଟିରେ ମିଶାଉଥିବା ଏମ୍‌ସିଏଲ୍ ସେମାନଙ୍କ ଦାବି ପୂରଣ ନ କରିବା ଯାଏଁ ଅନଶନ ଜାରି ରହିବ ବୋଲି ଗ୍ରାମବାସୀ ରୋକଠୋକ୍ ଭାବରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking