28.1 C
Bhubaneswar
Wednesday, April 24, 2024
Homeଓଡିଶାଚାରି ମାସ ହେଲା ସ୍କୁଲ ବାରଣ୍ଡାରେ ସତ୍ୟାନନ୍ଦ

ଚାରି ମାସ ହେଲା ସ୍କୁଲ ବାରଣ୍ଡାରେ ସତ୍ୟାନନ୍ଦ

ଝାରସୁଗୁଡା : ଖଏରକୁନୀ ଗ୍ରାମର ବିଦ୍ୟାଳୟ ବାରଣ୍ଡାରେ ଚାରି ମାସ ହେଲାଣି ବୃଦ୍ଧ ସତ୍ୟାନନ୍ଦ ସାହୁ(୮୦) ମୁଣ୍ଡ ଗୁଞ୍ଜିଛନ୍ତି । ଡିସେମ୍ବର ମାସର ଅସହ୍ୟ ଶୀତଠୁ ନେଇ ଏପ୍ରିଲ ମାସର ପ୍ରବଳ ଖରାରେ ମଧ୍ୟ ତାଙ୍କର ରହିବାର ସ୍ଥାନ ପାଲଟିଛି ଏହି ସ୍କୁଲ ବାରଣ୍ଡା । କାରଣ ଗତ ଡିସେମ୍ବର ମାସ ୨୨ ତାରିଖ ରାତିରେ ସତ୍ୟାନନ୍ଦଙ୍କ କୁଡିଆରେ ନିଆଁ ଲାଗିବାରୁ ତାହା ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିଲା । ସତ୍ୟାନନ୍ଦଙ୍କ ନିଜର ବୋଲି କେହି ନାହାନ୍ତି ।  ତାଙ୍କର ସବୁକିଛି ଥିଲା ସେହି କୁଡିଆ । ସେଠାରେ ହିଁ ସେ ଛୋଟ ବରା ପକୁଡି ଦୋକାନଟିଏ କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ କୁଡିଆରେ ନିଆଁ ଲାଗି ଆଖି ପିଛୁଳାକେ ତାଙ୍କର ସଂଚିତ ଅର୍ଥ, ସମସ୍ତ ସାମଗ୍ରୀ ଏବଂ ତାଙ୍କ ରୋଜଗାରର ମାଧ୍ୟମ ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା ।

ଆଖି ଆଗରେ ଘର ହୁ ହୁ ହୋଇ ଘର ଜଳି ଯିବାପରେ ବୃଦ୍ଧ ସତ୍ୟାନନ୍ଦ ନିରାଶ ଓ ଅସହାୟ ହୋଇପଡିଥିଲେ । ଏହି ଖବରଟି ଗଣ ମାଧ୍ୟମରେ ପ୍ରକାଶ ହେବାପରେ  ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ ଲଖନପୁର ଆରଆଇଙ୍କୁ ଘଟଣାସ୍ଥଳକୁ ପଠାଇ  ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏହି ତଥ୍ୟକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଶୀଘ୍ର ସତ୍ୟାନନ୍ଦଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ରହିବା ପାଇଁ ଉପଯୁକ୍ତ ସରାକରୀ ସହାୟତା ଯୋଗାଇ ଦିଆଯିବବୋଲି କହିଥିଲେ । ହେଲ ସରକାରୀ କାଗଜ କଲମରେ ସତ୍ୟାନନ୍ଦଙ୍କୁ ଘର ଓ କ୍ଷତି ପୂରଣ ମିଳିବା ବହୁ ବିଳମ୍ବ ହେଉଛି । ଏହି ଘଟଣାକୁ ୪ ମାସ ବିତି ଯାଇଥିଲେ ହେଁ ତାଙ୍କୁ କୌଣସି କ୍ଷତିପୂରଣ ମିଳି ନାହିଁ କି ରହିବା ପାଇଁ ଘର ମିଳି ନାହିଁ । ଫଳରେ ସେ ଦୁଃଖ କଷ୍ଟରେ ଏହି ସ୍କୁଲ ବାରଣ୍ଡାରେ ପଡି ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ଏବେ ଖଏରକୁନୀ ଗ୍ରାମବାସୀ ଦୁଇ ଓଳି ଖାଇବାକୁ ଦେବା ସହ ସତ୍ୟାନନ୍ଦଙ୍କୁ ପାରୁ ପର୍ଯ୍ୟନ୍ତ ସହଯୋଗ କରିବା ସହ ଶୀଘ୍ର ସରକାର ଅବା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପାଇଁ ଘର ଖଣ୍ଡିଏ ଯୋଗାଇ ଦିଆଯାଉ ବୋଲି କହିଛନ୍ତି । ଏନେଇ ଅଧିକ ସୂଚନା ପାଇଁ ଲଖନପୁର ତହସିଲାଦାରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇ ନଥିଲା । ତେବେ ବୃଦ୍ଧ ସତ୍ୟାନନ୍ଦଙ୍କ ଦୁଃଖ ପ୍ରଶାସନକୁ କେବେ ଦିଶିବ ଏବଂ ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking