34.1 C
Bhubaneswar
Friday, March 29, 2024
Homeଓଡିଶାସମସ୍ୟାରେ ଜର୍ଜରିତ ଚିଙ୍ଗିରିଗୁଡ଼ା ଗାଁ : ଗାଁକୁ ନାହିଁ ରାସ୍ତା, ପିଇବା ପାଇଁ ପାଣି

ସମସ୍ୟାରେ ଜର୍ଜରିତ ଚିଙ୍ଗିରିଗୁଡ଼ା ଗାଁ : ଗାଁକୁ ନାହିଁ ରାସ୍ତା, ପିଇବା ପାଇଁ ପାଣି

ଝାରସୁଗୁଡା : ବିଭିନ୍ନ ସମସ୍ୟା ଘେରରେ ବୁଡି ରହିଛି ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦର ଚିଙ୍ଗରିଗୁଡା ଗାଁ । ସମଲେଶ୍ୱରୀ ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ଯୋଗୁଁ ଆଜି ଚିଙ୍ଗିରିଗୁଡ଼ା ଗାଁ ଭଗ୍ନସ୍ତୁପରେ ପରିଣତ ହୋଇସାରିଥିବେଳ ଏବେ କେବଳ ଗ୍ରାମରେ  ୮ ଟି ପରିବାର ଅଛନ୍ତି । ଗ୍ରାମର ମାତ୍ର ୧୦୦ ମିଟରର ଦୁରରେ ଚାଲିଛି କୋଇଲା ଖନନ । ବଡ଼ ବଡ଼ ବ୍ଲାଷ୍ଟିଂ ଯୋଗୁଁ ଥରି ଉଠୁଛି ଗାଁ । ବିରାଟ ପଥର ଖଣ୍ଡ ଉଡି ଆସି ଘର ଉପରେ ପଡୁଥିବାରୁ ଘରଦ୍ୱାର ଭାଙ୍ଗିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ଏତିକିରେ ଶେଷ ହୋଇ ନାହିଁ ଗ୍ରାମବାସୀଙ୍କ ସମସ୍ୟା । ସମଲେଶ୍ୱରୀ ଖୋଲାମୁହଁ କୋଇଲା ଖଣି ଓ କୋଇଲା ପରିବହନ ପାଇଁ ନିର୍ମିତ ହୋଇଥିବା ରେଳ ଧାରଣା ପାଇଁ ଚିଙ୍ଗରିଗୁଡା ଗ୍ରାମକୁ ଯାତାୟାତ କରିବା ପାଇଁ ଥିବା ରାସ୍ତା ବନ୍ଦ ହୋଇ ସାରିଛି ।

ଅନ୍ୟପଟେ ଏବେ ପ୍ରଚଣ୍ଡ ଖରାର ପ୍ରଭାବରେ ଗାଁରେ ଥିବା ଦୁଇଟି କୂଅ ଶୁଖି ପାଣି ଅପରିସ୍କାର ହୋଇ ସାରିଛି ଫଳରେ ଗ୍ରାମବାସୀମାନେ ସ୍ୱଚ୍ଛ ପାଣି ବୁନ୍ଦାଏ ପାଇ ପାରୁ ନାହାନ୍ତି । ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଚିଙ୍ଗରିଗୁଡା ଗ୍ରାମବାସୀ ବାରମ୍ବାର ସମଲେଶ୍ୱରୀ ଖୋଲାମୁହଁ କୋଇଲା ଖଣି କର୍ତୁପକ୍ଷଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ପ୍ରାକଶ କରିଛନ୍ତି । ଏମସିଏଲ ପକ୍ଷରୁ ଚିଙ୍ଗରିଗୁଡା ଗ୍ରାମକୁ କୋଇଲା ଖନନ ପାଇଁ ଅଧିଗ୍ରହଣ କରାଯିବା ପରେ  ଅଧିକାଂଶ ଗ୍ରାମବାସୀ ଗାଁ ଛାଡି ସାରିଲେଣି । ଏହାପରେ ଏମସିଏଲ ଚିଙ୍ଗରିଗୁଡା ଗ୍ରାମକୁ ଜଳ ଯୋଗାଣ ବନ୍ଦ କରି ଦେିଛି । ଫଳରେ ପାଣି, ରାସ୍ତାଘାଟ ବିନା ଅତି ଦୁଃଖ କଷ୍ଟରେ ଜୀବନ ବିତୁଥିଲେ ମଧ୍ୟ ଏମ୍‌ସିଏଲ୍ ପକ୍ଷରୁ ନିଯୁକ୍ତି, ଥଇଥାନ ଓ ଉପଯୁକ୍ତ କ୍ଷତି ପୂରଣ ନଦେଲେ ଗାଁ ଘର ଛାଡିବୁ ନାହିଁ ବୋଲିଗ୍ରାମବାସୀ କହିଛନ୍ତି ।

ଏହି ଗାଁକୁ ୧୯୮୪ ମସିହା ଠାରୁ କୋଇଲା ଖଣି କରିବା ପାଇଁ ଏମସିଏଲ ୪(୧) ନୋଟିସ କରିଥିଲା । ୨୬ ବର୍ଷପରେ ଗତ କିଛିମାସ ପୂର୍ବରୁ ଚିଙ୍ଗିରିଗୁଡ଼ା ଗ୍ରାମବାସୀଙ୍କୁ ଏମସିଏଲ ଓ ଜିଲ୍ଲା ପ୍ରଶାସନ ବିସ୍ଥାପିତ କରିଛି । ସେମାନଙ୍କୁ ଚାଷଜମି ସହିତ ଘରଡ଼ିହ ଅନୁସାରେ ଏମସିଏଲର ଆରଓଆର ପଲିସି ଅନୁସାରେ ବିସ୍ଥାପିତ କରାଯାଇ କ୍ଷତିପୁରଣ ଦିଆଯାଇଥିଲା । ସେହିପରି ଗାଁରେ ପିଢି଼ପିଢ଼ି ଧରି ରହିଆସୁଥିବା ଭୂମିହୀନମାନଙ୍କୁ ମଧ୍ୟ ଘର ପାଇଁ ୮ ଲକ୍ଷ ଟଙ୍କା ଓ ଥଇଥାନ ପାଇଁ ୪ ଡିସମିଲ ଜମି ମଧ୍ୟ ପ୍ରଦାନ କରାଯିବ ବୋଲି ଆରପିଡିଏସି ବୈଠକ ନିଷ୍ପତ୍ତି ନିଯାଇଥିଲା ।

ଯେଉଁମାନେ ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି ପାଇଛନ୍ତି ସେମାନେ ଗ୍ରାମ ଛାଡି ସାରିଲେଣି । ହେଲେ ଗାଁର ଏବେ ମଧ୍ୟ ରହିଥିବା ୮ଟି ପରିବାରକୁ ଏମ୍‌ସିଏଲ୍ ଏଯାଏଁ କ୍ଷତିପୂରଣ ଟଙ୍କା, ଘରଡ଼ିହ ଓ ନିଯୁକ୍ତି ଦେଇନଥିବାରୁ ପ୍ରତିଦିନ ମୃତ୍ୟୁସହ ସଂଗ୍ରମ କରୁଥିଲେ ହେଁ ଗାଁ ଛାଡ଼ି ଯାଇପାରୁନାହୁଁ ବୋଲି କହିଛନ୍ତି ଗ୍ରାମର ପଙ୍କଜିନୀ ନେଟି । ସେହିପରି ଏମ୍‌ସିଏଲ୍‌ରେ ୭ ଏକଡ଼ ୩୫ ଡ଼ିସମିଲ ଜମି ଯାଇଥିଲେ ସୁଦ୍ଧା ଟଙ୍କା କି ନିଯୁକ୍ତି ମିଳି ନାହିଁ ବୋଲି ଭଗବତୀ କିସାନ କହିଛନ୍ତି । ସେହିପରି କ୍ଷେତ୍ର କିସାନ, ପଙ୍କଜୀନି ନେଟି ପ୍ରମୁଖ ସୁଖବାସୀଙ୍କ ନିଜ ନାମରେ ଜମି ନଥିଲେ ମଧ୍ୟ ପିଢ଼ି ପିଢ଼ି  ଧରି ଏଠି ରହି ଆସୁଛନ୍ତି । ନିୟମ ଅନୁସାରେ ଏହି ସୁଖବାସୀମାନଙ୍କୁ ମଧ୍ୟ କ୍ଷତିପୂରଣ ମିଳିବା କଥା । କିନ୍ତୁ ତାହା ଏମ୍‌ସିଏଲ୍ ପ୍ରଦାନ କରି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking