32.1 C
Bhubaneswar
Thursday, March 28, 2024
Homeଓଡିଶାମେ’ ପହିଲାରୁ ଝାରସୁଗୁଡାରୁ ପାଟ୍‌ନା ଓ ଗୌହାଟୀକୁ ଉଡିବ ବିମାନ

ମେ’ ପହିଲାରୁ ଝାରସୁଗୁଡାରୁ ପାଟ୍‌ନା ଓ ଗୌହାଟୀକୁ ଉଡିବ ବିମାନ

ଝାରସୁଗୁଡା : ମେ ମାସ ୧ ତାରିଖରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ ବୋଲି ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ସ୍ପାଇସଜେଟ୍‌ର ୭୮ ସିଟ୍ ବିଶିଷ୍ଟ ବିମାନ କ୍ୟୁ ୪୦୦ ବିମାନ ଝାରସୁଗୁଡାରୁ ପାଟନାକୁ ଚଳଆଚଳ କରିବ । ଏହି ବିମାନ ପ୍ରତିଦିନ ପାଟନାରୁ ବାହାରି ଝାରସୁଗୁଡ଼ାକୁ ଅପରାହ୍ନ ୪ଟା ୨୦ ମିନିଟ୍‌ରେ ପହଂଚିବା ସହ ଅପରାହ୍ନ ୪ଟା ୫୦ ମିନିଟରେ ପାଟନା ଅଭିମୁଖେ ଯାତ୍ରା କରିବ । ଏହାପରେ ପାଟନାରୁ ଏହି ବିମାନ ଗୌହାଟି ଅଭିମୁଖେ ଉଡ଼ିବ । ଫଳରେ ଝାରସୁଗୁଡ଼ାରୁ ଗୌହାଟିକୁ ମଧ୍ୟ ଯାତ୍ରୀମାନେ ଯାତାୟାତ କରିବା ଦିଗରେ ଏହି ବିମାନ ସହାୟକ ହେବ । ଉତର-ପୂର୍ବ ଭାରତ ସହ ଆକାଶ ମାର୍ଗରେ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶା ଯୋଡ଼ି ହେବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସମୟକ୍ରମେ ଝାରସୁଗୁଡ଼ା ଦେଶର ପ୍ରମୁଖ ସହର ଗୁଡ଼ିକ ସହ ଆକାଶ ମାର୍ଗରେ ଯୋଡ଼ି ହେବା ସହ ପଶ୍ଚିମ ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼ର ସୀମାନ୍ତ ଅଂଚଳବାସୀଙ୍କ ପାଇଁ ବିମାନସେବା କ୍ଷେତ୍ରରେ ଏକ ପସନ୍ଦଯୋଗ୍ୟ ବିମାନବନ୍ଦର ହେବାକୁ ବସିଛି । ପ୍ରକାଶ ଯୋଗ୍ୟ ଯେ, ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବର୍ତମାନ ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗଲୋରକୁ ବିମାନ ଚଳାଚଳ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking