39.1 C
Bhubaneswar
Wednesday, April 24, 2024
Homeଓଡିଶାଯୁବକଙ୍କୁ ଛୁରା ମାଡ କରି ୬ କିନ୍ନର ଗିରଫ

ଯୁବକଙ୍କୁ ଛୁରା ମାଡ କରି ୬ କିନ୍ନର ଗିରଫ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କିନ୍ନର ଉପଦ୍ରବ। ଗତ ୨୪-୨୫ ତାରିଖ ବିଳମ୍ବିତ ରାତିରେ ପ୍ରସନ୍ନ ପଣ୍ଡା ଛକରେ ୬ ଜଣ କିନ୍ନର ଜଣେ ବ୍ୟକ୍ତିଙ୍କୁ ଛୁରା ମାଡ଼ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ବେହେରାପାଟ ଅଂଚଳର ଦୌଲତ ବେହେରା(୩୦) ବୋଲି ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।  ସୂଚନା ଅନୁଯାୟୀ ଦୌଲତ ବେହେରାପଟ ଦେଇ ଆସୁଥିବାବେଳେ କିନ୍ନରମାନେ ତାଙ୍କୁ ରୋକିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ କିନ୍ନରମାନେ ଦୌଲତଙ୍କ ପେଟରେ ଛୁରାମାଡ କରି ଫେରାର ହୋଇଯାଇଥିଲେ । ଏନେଇ ସେ ତାଙ୍କ ସାଙ୍ଗକୁ ଫୋନ ମାଧ୍ୟମରେ ଜଣାଇବା ପରେ ତାଙ୍କ ସାଙ୍ଗ ଘଟଣାସ୍ଥଳରୁ ଦୌଲତଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏନେଇ ସଦର ଥାନାରେ ଦୌଲତଙ୍କ ପରିବାରବର୍ଗ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ୬ ଜଣ କିନ୍ନରଙ୍କୁ ଗିରଫ କରିବା ସହ  କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking