27.1 C
Bhubaneswar
Thursday, April 25, 2024
Homeଅପରାଧସହଯୋଗ କରିଲେନି ପୁଲିସ : ମେଡିକାଲରୁ ସ୍ୱାମୀ ନିଖୋଜ, ସାଇକେଲ ଧରି ଖୋଜୁଛନ୍ତି ସ୍ତ୍ରୀ

ସହଯୋଗ କରିଲେନି ପୁଲିସ : ମେଡିକାଲରୁ ସ୍ୱାମୀ ନିଖୋଜ, ସାଇକେଲ ଧରି ଖୋଜୁଛନ୍ତି ସ୍ତ୍ରୀ

ଝାରସୁଗୁଡା : ଚିକିତ୍ସାଳୟରେ ନିଖୋଜ ବ୍ୟକ୍ତିଙ୍କୁ ପୁଲିସ ଖୋଜିବାରେ ସହଯୋଗ କଲା ନାହିଁ । ଫଳରେ ସ୍ତ୍ରୀ ସାଇକେଲ ଧରି ସ୍ୱାମୀଙ୍କୁ ଖୋଜି ବୁଲୁଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜେନେରାଲ ୱାର୍ଡରେ ଚିକିତ୍ସିତ ହେଉଥିବା ଧନେଶ୍ୱର ଜାମଡୁଲିଆ(୨୫) ଗତ ୧୩ ତାରିଖରୁ ନିଖୋଜ ହୋଇଥିବା ତାଙ୍କ ପତ୍ନୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସ୍ୱାମୀଙ୍କ ନିଖୋଜ ପରେ ଜିଲ୍ଲା ଚିକିତ୍ସାଳୟରେ ଥିବା ବିଟ୍ ହାଉସର ପୁଲିସ କର୍ମଚାରୀଙ୍କୁ ଏ ବିଷୟରେ ଅବଗତ କରାଇ ଏକ ରିପୋର୍ଟ ଲେଖିବା ସହ ଖୋଜିବାରେ ସହଯୋଗ କରିବା ପାଇଁ ସେ ନିବେଦନ କରିଥିଲେ । ହେଲେ ବିଟ୍ ହାଉସରେ କାର୍ଯ୍ୟରତ ପୁଲିସ ତାଙ୍କୁ ଟାଉନ ଥାନାରେ ଅଭିଯୋଗ କରିବା ପାଇଁ କହିଥିଲେ । ତେବେ ମହିଳା ଜଣକ ଟାଉନ ଥାନା ଦେଖି ନାହିଁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କୌଣସି ଯାନବାହାନ ଚଳାଚଳ କରୁ ନଥିବାରୁ ତାଙ୍କୁ ସେଠାକୁ ନେବା ପାଇଁ ଅନୁରୋଧ କରିଥିଲେ । ହେଲେ ବିଟ୍ ହାଉସ ପୁଲିସ କିଛି ନ ଶୁଣିବାସହ ତାଙ୍କ ସ୍ୱାମୀଙ୍କୁ ଖୋଜିବାରେ ମଧ୍ୟ ସହଯୋଗ କରି ନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ପୁଲିସ କୌଣସି ସହଯୋଗ ନ କରିବାରୁ ସେ ବେଲପାହାଡସ୍ଥିତ ଘରକୁ ଫେରି ଏକ ସାଇକେଲରେ ସ୍ୱାମୀଙ୍କୁ ଖୋଜୁଥିବା କହିଛନ୍ତି । ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରକଙ୍କୁ ପଚାରିବାରୁ କହିଛନ୍ତି ଏହିପରି କିଛି ଅଭିଯୋଗ ଆମ ପାଖକୁ ଆସି ନାହିଁ । ହେଲେ ମଧ୍ୟ ଏହାର ତଦନ୍ତ କରି ଯଦି ଡିସଚାର୍ଜ ପୂର୍ବରୁ ରୋଗୀ ଜଣକ କୁଆଡ଼େ ନିଖୋଜ ହୋଇଛନ୍ତି ତେବେ ଚିକିତ୍ସାଳୟ ପକ୍ଷରୁ ପୁଲିସ ନିକଟରେ ଏକ ଅଭିଯୋଗ କରାଯିବ ।
ଗତ ୧୧ ତାରିଖ ଧନେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଗୋମାଡେରାସ୍ଥିତ ଟିଆରଏଲ ହସ୍ପିଟାଲକୁ ସ୍ତ୍ରୀ ସାବିତ୍ରୀ ନେଇଥିଲେ । ସେଠାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାପରେ ୧୩ ତାରିଖ ଧନେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ହୋଇଥିଲା । ଡାକ୍ତର ସାବିତ୍ରୀଙ୍କୁ ଲେଖିଥିବା ଔଷଧ ଓ ଡିସଚାର୍ଜ ପ୍ରଣାଳୀ ପୁରା ହେଲା ପରେ ସେମାନଙ୍କୁ ଛାଡି ଦିଆଯିବ ବୋଲି କହିଥିଲେ । ତେଣୁ ମହିଳା ଜଣକ ଔଷଧ ନେବା ପାଇଁ କାଉଣ୍ଟର ନିକଟକୁ ଯାଇଥିଲେ । ସେଠାରୁ ଜେନେରାଲ ୱାର୍ଡକୁ ଫେରିଲା ପେର ତାଙ୍କ ସ୍ୱାମୀ ଶଯ୍ୟାରେ ନଥିବା ଦେଖିବାକୁ ପାଇଥିଲେ । ଏନେଇ ଆଖପାଖ ଶଯ୍ୟାରେ ଥିବା ରୋଗୀଙ୍କୁ ପଚାରିବାରୁ ସେ ଏବେ ଶଯ୍ୟାରୁ ଉଠିକି ବାହାରକୁ ଯାଇଥିବା କହିଥିଲେ । ହେଲେ ଚିକିତ୍ସାଳୟ ବାହାରେ ସାବିତ୍ରୀ ବହୁ ଖୋଜାଖୋଜି ପରେ ମଧ୍ୟ ସ୍ୱାମୀକୁ ପାଇ ନଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking