ଝାଡଖଣ୍ଡରେ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ

ରାଂଚି : ଝାଡଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର କରାଯାଇଛି | ପୂର୍ବଚନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସି ଦଳୀୟ ପ୍ରର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍ତି | ନିର୍ବାଚନ ପ୍ରଚାର ସହ ସେ ରୋଡ ସୋ’ ମଧ୍ୟ କରିଛନ୍ତି | ରାହୁଲ ଗାନ୍ଧୀ ଝାଡଖଣ୍ଡ ବାସୀଙ୍କୁ ବିଶ୍ୱାସ ଦେବାକୁ ଚାହିଁଛନ୍ତି ଯେ କଂଗ୍ରେସ ଯେଭଳି ଭାବରେ କ୍ଷମତାକୁ ଆସିବା ପରେ ଛତିଶଗଡରେ ପରିସ୍ଥିତିକୁ ବଦଳାଇ ଦେଇଛନ୍ତି ସେହିପରି ଏଠାରେ ମଧ୍ୟ କ୍ଷମତାକୁ ଆସିଲେ କଂଗ୍ରେସ ପୁରା ରାଜ୍ୟର ଚେହେରା ବଦଳାଇ ଦେବ | କଂଗ୍ରେସ ଓ ତାର ସହଯୋଗୀ ଦଳ କ୍ଷମତାକୁ ଆସିବା କ୍ଷଣି ସମସ୍ତ କୃଷି ରୂଣ ଛାଡ କରିବେ | ଆଦିବାସୀ ଅଧ୍ୟୁଷିତ ଝାଡଖଣ୍ଡର ବିକାଶ କରାଯିବ ବୋଲି ସେ କହିଛନ୍ତି |

ବିଜେପି ଉପରେ ରାହୁଲ ବର୍ଷିଛନ୍ତି | ବିଜେପି ସରକାର ଝାଡଖଣ୍ଡରେ ଥିବା ବେଳେ ଆଦିବାସୀ ଲୋକଙ୍କର ଜମି ନେଇ ଶିଳ୍ପପତିଙ୍କୁ ଦିଆ ଯାଇଛି ,କଂଗ୍ରେସ କ୍ଷମତାକୁ ଆସିଲେ ଆଦିବାସୀ ବିଲ ଆଣି ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରାଯିବ | ବିଜେପି ବେଆଇନ ଭାବେ ଆଦିବାସୀଙ୍କର ଯେଉଁ ଜମି ନେଇ ବେଆଇନ କାରବାର କରିଛି ତାର ପରିସମାପ୍ତି କରାଯିବ | ଟାଟାକୁ ଦିଆ ଯାଇଥିବା ଜମିକୁ ଫେରସ୍ତ କରାଯାଇ ଆଦିବାସୀମାନଙ୍କୁ ଦିଆ ଯାଇଛି | ଇତିହାସରେ ଏହା ପ୍ରଥମ ଘଟଣା ବୋଲି ଛତିଶଗଡରେ ହୋଇଥିବା ଘଟଣାର ଉଦାହରଣ ଦେଇଛନ୍ତି ରାହୁଲ | ବିଜେପି ଯେଉଁଠାରେ ସରକାର କରିଛି ସେଠାରେ ଶିଳ୍ପପତିମାନଙ୍କୁ ସହଜରେ ଜମି ମିଳି ଯାଉଛି | କିନ୍ତୁ ଚାଷୀ ଓ ଆଦିବାସୀମାନଙ୍କୁ ଜମି ମିଳୁନାହିଁ କିମ୍ବା ଧାନର ଉପଯୁକ୍ତ ମୂଲ୍ୟ ଦିଆ ଯାଉନାହିଁ | ଛତିଶଗଡରେ ଆମେ ଧାନଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେଇଛୁ ଓ କଂଗ୍ରେସ ଶାସିତ ରାଜ୍ୟରେ ରୂଣ ଛାଡ କରିଛୁ | ରାହୁଲ କହିଛନ୍ତି ଜଳ,ଜଙ୍ଗଲ,ଜମି ଉପରେ ଆଦିବାସୀମାନଙ୍କ ଅଧିରକାରକୁ ସୁରକ୍ଷିତ ରକାଯିବ | ଝାଡଖଣ୍ଡ ପାଇଁ ଅର୍ଥର ଅଭାବ ହେବ ନାହିଁ | ବିଜେପି ସପରକାର ଝାଡଖଣ୍ଡବାସୀଙ୍କୁ ଶୋଷଣ କରିଛି | ଏପରିକି ଛତିଶଗଡରେ ମଧ୍ୟ ଏପରି କାର୍ଯ୍ୟ କରିଥିଲା | ହେଲେ କଂଗ୍ରେସ ଆସିଲା ପରେ ସ୍ଥିତି ବଦଳିଛି |

କେନ୍ଦ୍ର ବିଜେପି ସରାକରଙ୍କ ବିମୁଦ୍ରାକତରଣ ନିତୀ ଯୋଗୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେବାକୁ ପଡିଥିଲା | ଲୋକେ ପୋଡି ହୋଇ ମରିଥିଲା ବେଳେ ବ୍ୟାଙ୍କ ଆଗରେ ପଇସା ପାଇଁ ଲାଇନ ଲଗାଇବାକୁ ପଡିଥିଲା | କିନ୍ତୁ କୌଣସି ଅସାଧୁ ବ୍ୟକ୍ତିଙ୍କୁ ଲାଇନ ଲଗାଇ ପଇସା ଆଣିବାର ଦେଖା ଯାଇ ନଥିଲା | ବିମୁଦ୍ରାକରଣ ଓ ଜିଏସଟିରୁ କେଉଁମାନେ ସୁବିଧା ପାଇଛନ୍ତି ନା ସେମାନେ ହେଲେ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁମାନେ | ପ୍ରଧାନମନ୍ତ୍ରୀ ମୋଦୀଙ୍କର 10 ,15 ଜଣ ଶିଳ୍ପପତି ବନ୍ଧୁ ନିଜ ନିଜର ବ୍ୟବସାୟକୁ ସୁଦୃଢ କରି ପାରିଲେ | ରାହୁଲ କହିଛନ୍ତି ବିଜେପିର ଗୋଟିଏ ମାତ୍ର କାର୍ଯ୍ୟ ହେଉଛି ଝାଡଖଣ୍ଡର କୃଷକ ଓ ସାଧାରଣ ଲୋକଙ୍କ ଅର୍ଥକୁ ନେଇଯିବା ଓ ଆଦିବାସୀମାନଙ୍କ ଜମି ଛଡାଇ ନେଇ ତାଙ୍କର ସେହି 10 ,15 ଜଣ ଶିଳ୍ପପତି ବନ୍ଧୁଙ୍କୁ ଦେବା | ଆମେ ଏଭଳି ସରକାର ଚାହୁଁନାହୁଁ | ଆମେ ଚାହୁଁ ଗରିବା ଓ ଆଦିବାସୀମାନଙ୍କ ସରକାର | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଠିକି ଯାଉଛନ୍ତି ସେଠି “ମେକ୍ ଇନ ଇଣ୍ଡିଆ” କଥା କହୁଛନ୍ତି | କିନ୍ତୁ ଏଥିରେ ଜଣେ ହେଲେ ଝାଡଖଣ୍ଡ ଯୁବକ ନିଯୁକ୍ତି ପାଇ ପାରି ନାହାଁନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି |
ଝାଡଖଣ୍ଡରେ 5ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି | ନଭେମ୍ବର 30ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି | ଆସନ୍ତା 7 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ | କଂଗ୍ରେସ ଜେଏମେମ ଓ ଆରଜେଡି ସହ ମିଶି ନିର୍ବାଚନ ଲଢୁଛି |