38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶହାରିବା ଭୟରେ ବନ୍ଧୁକ ଧରି ଜନଜାତିଙ୍କ ହକ୍‌କୁ ଛଡାଇବା ପାଇଁ ଚାହୁଁଛି କଂଗ୍ରେସ -...

ହାରିବା ଭୟରେ ବନ୍ଧୁକ ଧରି ଜନଜାତିଙ୍କ ହକ୍‌କୁ ଛଡାଇବା ପାଇଁ ଚାହୁଁଛି କଂଗ୍ରେସ – ଧର୍ମେନ୍ଦ୍ର ପ୍ରଧାନ

 
 ଓଡିଆ ଭାଷାଭାଷୀ ଅଂଚଳ ମୋନହରପୁର, ଖରସୁଆଁ ଏବଂ ମଜଗାଓଁରେ କଲେ ପ୍ରଚାର
 କଂଗ୍ରେସ ସରକାର ଝାଡଖଣ୍ଡରେ ଦୁର୍ନୀତି କରି ଜନତାଙ୍କୁ ଲୁଟ କରିବା ସହ କିଛି ଦେଇନାହିଁ
 ବିର୍ସା ମୁଣ୍ଡା ଗରିବ ଜନଜାତିଙ୍କ ଅଧିକାର ପାଇଁ ଇଂରେଜ ବିରୋଧରେ ଲଢିଥିଲେ
 ନକ୍ସଲଙ୍କ ବିରୋଧ ପରେ ମଧ୍ୟ ଝାଡଖଣ୍ଡରେ ଭୋଟଦାନ ଉତ୍ସାହଜନକ
 କଂଗ୍ରେସ ଶାସନରେ ଧଶନ୍ଧି ଦଶନ୍ଧି ଧରି ଜନଜାତିଙ୍କ ଟଙ୍କାକୁ ଲୁଟ କରାଯାଉଥିଲା
 କଂଗ୍ରେସ ସମୟରେ ଅବହେଳା ଓ ବିଜେପି ଶାସନରେ ପ୍ରଚୁର ଆର୍ଥିକ ଅନୁଦାନର ହିସାବ ଦେଲେ
 ବିଜେପି ସରକାରରେ ଝାଡଖଣ୍ଡର ବିକାଶରେ ଅଭୁତପୂର୍ବ ପରିବର୍ତନ ହୋଇଛି
 
ଝାଡଖଣ୍ଡ : ହାରିବା ଭୟରେ ବିଜେପିର ପ୍ରତିପକ୍ଷ କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ
ମନରେ ଭୟ ତିଆରି କରିବାର ମଙ୍ଗ ଧରିଛନ୍ତି । ବନ୍ଧୁକ ଧରି ଜନଜାତିଙ୍କ ଅଧିକାରକୁ ଛଡାଇବା ପାଇଁ ଚାହୁଁଛନ୍ତି । ଏମାନେ
ଜନଜାତିଙ୍କ ସେବା କରିବା ପାଇଁ କ୍ଷମତାକୁ ଆସିବାକୁ ଚାହୁ ଁନାହାନ୍ତି ବରଂ ଗୋଟିଏ ପରିବାରର ସେବା କରିବା ପାଇଁ କ୍ଷମତା
ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି । କଂଗ୍ରେସ ସରକାର ଝାଡଖଣ୍ଡରେ ଦୁର୍ନୀତି କରି ଜନତାଙ୍କୁ ଲୁଟ କରିବା ସହ କିଛି ଦେଇନାହିଁ
ବୋଲି ରବିବାର ଝାଡଖଣ୍ଡର ଓଡିଆ ଭାଷାଭାଷୀ ଅଂଚଳ ମୋନହରପୁର, ଖରସୁଆଁ ଏବଂ ମଜଗାଓଁରେ ଦଳ ପକ୍ଷରୁ
ଆୟୋଜିତ ନିର୍ବାଚନ ସଭାରେ ଯୋଗଦେବା ସହ ପୃଥକ ଏକ ପ୍ରେସମିଟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ପାଇଁ ବୁଲେଟ୍ ନୁହଁ, ବାଲଟର ଲଢେଇ । ଝାଡଖଣ୍ଡରେ ବିର୍ସା ମୁଣ୍ଡା ଗରିବ
ତଥା ଜନଜାତିଙ୍କ ଅଧିକାର ପାଇଁ ଇଂରେଜ ବିରୋଧରେ ଲଢିଥଲେ । ଅନ୍ୟପକ୍ଷେ ନକ୍ସଲଙ୍କ ବିରୋଧ ପରେ ମଧ୍ୟ
ଝାଡଖଣ୍ଡରେ ଭୋଟଦାନ ଉତ୍ସାହ ଜନକ ରହିଛି । ଗରିବ ଜନଜାତି, ଦଳିତ, ମହିଳା, ଯୁବ ସମୂହ ମାନଙ୍କରେ ଭାରତୀୟ
ଜନତା ପାର୍ଟି ପ୍ରତି ଅତୁଟ ଭରସା ରହିଛି । ଅସ୍ଥିର ସରକାର ହେବା ଦ୍ୱାରା ଗରିବଙ୍କ କ୍ଷତି ହୁଏ । ଦେଶକୁ ସ୍ଥିର ସରକାରର
ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାଡଖଣ୍ଡରେ ଲମ୍ବା ସମୟ ଧରି ଅସ୍ଥିର ସରକାର ଥିଲା । କଂଗ୍ରେସ ଶାସନ ସମୟରେ
ଦଶନ୍ଧି ଦଶନ୍ଧି ଧରି ଝାଡଖଣ୍ଡରେ ବସବାସ କରୁଥିବା ଗରିବ ଜନଜାତି, ପଛୁଆ ବର୍ଗର ଲୋକଙ୍କ ଟଙ୍କାକୁ ଲୁଟ କରାଯାଉଥିଲା
ା ମାତ୍ର ମୋଦି ସରକାର ଜନଜାତିଙ୍କ ବିକାଶକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି । ଏତଦବ୍ୟତିତ ଗତ ୫ ବର୍ଷରେ କଂଗ୍ରେସ
ସରକାର ଓ ମୋଦି ସରକାରରେ ଝାଡଖଣ୍ଡରେ ହୋଇଥିବା ବିକାଶର ସୂଚନା ପ୍ରଦାନ କରିଥିଲେ ଶ୍ରୀ ପ୍ରଧାନ ।
ସେ କହିଛନ୍ତି ଯେ କଂଗ୍ରେସ ଶାସନ ସମୟରେ ଅର୍ଥ କମିଶନରେ ଝାଡଖଣ୍ଡ ରାଜ୍ୟକୁ ଅନୁଦାନ ଆକାରରେ ମୋଟ ୫୫
ହଜାର ୨୫୩ କୋଟି ଟଙ୍କା ମିଳିଥିଲା । ମାତ୍ର ଦେଶରେ ମୋଦି ସରକାର ହେବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନରେ
ଝାଡଖଣ୍ଡ ରାଜ୍ୟକୁ ୧ ଲକ୍ଷ ୪୩ ହଜାର ୩୪୫ କୋଟି ଟଙ୍କା ଦିଆଯାଇଛି । ଯେଉଁମାନେ ଝାଡଖଣ୍ଡକୁ ଲୁଟୁଥିଲେ ସେମାନେ
୫୫ ହଜାର ୨୫୩ କୋଟି ଟଙ୍କା ଦେଇଥିଲା ବେଳେ ଏହା ତୁଳନାରେ ମୋଦି ପାଖାପାଖି ୮୮ ହଜାର କୋଟି ଟଙ୍କା ଅଧିକ
ଅର୍ଥ ଝାଡଖଣ୍ଡର ସମଗ୍ର ବିକାଶ ପାଇଁ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୫ ବର୍ଷରେ ବିଜେପି ସରକାରରେ ଝାଡଖଣ୍ଡର ବିକାଶରେ ଅଭୁତପୂର୍ବ ପରିବର୍ତନ ହୋଇଛି ।
ଗତ ୫ ବର୍ଷରେ ବିଜେପି ସରକାରରେ ଝାଡଖଣ୍ଡରେ ମୁଦ୍ରା ଯୋଜନାରେ ୩୧ ଲକ୍ଷ ଲାଭାର୍ଥୀଙ୍କୁ ୧୨ ହଜାର କୋଟି ଟଙ୍କା
ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧ କୋଟି ୨୬ ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି ।
ସେହିପରି ୧୫ ଲକ୍ଷ ଘରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି, ୪୦ ଲକ୍ଷ ଶୋଚାଳୟ ନିର୍ମାଣ
ହୋଇଛି, ଉଜ୍ଜାଲା ଯୋଜନାରେ ୧ କୋଟି ୩୫ ଲକ୍ଷ ଏଲଇଡି ବଲ୍ ବଂଟାଯାଇଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୩୨
ଲକ୍ଷ ଗରିବ ମା ଭଉଣୀଙ୍କ ଘରେ ମାଗଣା ଏଲପିଜି ସଂଯୋଗ ଦିଆଯାଇଛି । ଝାଡଖଣ୍ଡ ସରକାର କିଛି ଘରେ ଦୁଇଟି ଏଲପିଜି
ସିଲିଣ୍ଡର ମଧ୍ୟ ଉପଲବ୍ଧ କରାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଜନଜାତିଙ୍କ ବିକାଶ ତଥା ସେମାନଙ୍କର ରୋଜଗାର ବୃଦ୍ଧି
ପାଇଁ କେନ୍ଦ୍ର ସରକାର ଖୁବ ବନଜାତ ଦ୍ରବ୍ୟରୁ ପେଟ୍ରୋଲ ଓ ଡିଜେଲ ବାହାର କରିବାର ଯୋଜନା କରିଛନ୍ତି ।
ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରି କହିଛନ୍ତି ଯେ ଭୟ ଆତଙ୍କ ସୃଷ୍ଟି କରୁଥିବା ସରକାର ଗଢିବା ଦରକାର ନା ବିକାଶ
କରୁଥିବା ସରକାର ଦରକାର । ଝାଡଖଣ୍ଡର ଯୁବକଙ୍କ ରୋଜଗାର, ମା ଭଉଣୀଙ୍କ ସୁରକ୍ଷା, ଜନଜାତିଙ୍କ ସ୍ୱାଭିମାନ ପାଇଁ
ମୋଦିଙ୍କ ହାତମୁଠାକୁ ଟାଣ କରିବାର ଆବଶ୍ୟକତା ରହିଛି । ତେଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶ୍ରୀ ପ୍ରଧାନ
ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଞ୍ଚ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking