43 C
Bhubaneswar
Tuesday, April 16, 2024
Homeଏକ୍ସକ୍ଲୁସିଭ୍ବିଜେପି କ୍ଷମତାକୁ ଫେରିବା ନେଇ ବହୁ ପ୍ରତିବନ୍ଧକ!

ବିଜେପି କ୍ଷମତାକୁ ଫେରିବା ନେଇ ବହୁ ପ୍ରତିବନ୍ଧକ!

ରାଂଚି: ଝାଡ଼ଖଣ୍ଡରେ ଏବେ ବିଧାନସଭା ନିର୍ବାଚନ ପୁରା ଦମରେ ଚାଲିଛି । ୫ଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହେବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତା ୭ ତାରିଖରେ ଭୋଟ ଗ୍ରହଣ ହେବ । ସେଥିପାଇଁ ଜୋରଦାର ପ୍ରସ୍ତୁତି ରାଜେନ÷ତିକ ଦଳମାନଙ୍କ ପକ୍ଷରୁ ଚାଲିଛି । ବିଜେପି ସରକାର କାର୍ଯ୍ୟ କରୁଛି । ନିର୍ବାଚନରେ ବିଜେପି ପୁଣି କ୍ଷମତାକୁ ଫେରିବା ପାଇଁ ଆଶାବାନ୍ଧି ବସିଛି । ହେଲେ ବିଜେପି ପାଇଁ କ୍ଷମତାକୁ ଫେରିବା ଲାଗି କିଛି ପ୍ରତିବନ୍ଧକ ରହିଥିବା କଥା ଏବେ ଆଲୋଚନା ହେଉଛି । ବିଶେଷ କରି ଅର୍ଥନୈତିକ ମାନ୍ଦାବସ୍ଥା, ଜାତି ପ୍ରଥା, ମେଣ୍ଟ ରାଜନୀତି ପ୍ରଭୃତି ଘଟଣାକୁ ନେଇ ସମସ୍ୟା ଦେଖାଦେଇପାରେ ବୋଲି କୁହାଯାଉଛି ।
ରାଜନୀତିକ ବିଶେଷଜ୍ଞମାନଙ୍କ ମତରେ ନିକଟରେ ମହାରାଷ୍ଟ୍ରରେ ଯେଉଁ ନିର୍ବାଚନ ଶେଷ ହୋଇଛି ସେଥିରେ ଜାତୀୟସ୍ତରର ଲୋକପ୍ରିୟତାକୁ ରାଜ୍ୟସ୍ତରରେ ଭୋଟରେ ପରିଣତ କରିବା ପାଇଁ ଦଳ ବିଜେପି ସମର୍ଥ ହୋଇ ନ ଥିଲା । ମହାରାଷ୍ଟ୍ରର ବିଦର୍ଭ ଅଂଚଳରେ ମୁଖ୍ୟତଃ ଆଦିବାସୀ ବସବାସ କରନ୍ତି । ସେଠାରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୪୯ ପ୍ରତିଶତ ଭୋଟ ପାଇଥିଲା ବେଳେ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ଭୋଟ ପାଇଲା । ଏଣୁ ଝାଡ଼ଖଣ୍ଡରେ ମୁଖ୍ୟତଃ ଗରିବ ଓ ଆଦିବାସୀଙ୍କ ସଂଖ୍ୟା ଅଧିକ । ଏଣୁ ଆଦିବାସୀ ଓ ଗରିବଙ୍କ ଭୋଟ ବିଜେପି ପାଇବା କଷ୍ଟକର ହୋଇପାରେ ବୋଲି ଆକଳନ କରାଯାଉଛି ।
ଦେଶରେ ଝାଡ଼ଖଣ୍ଡ ସବୁଠାରୁ ଏକ ଗରିବ ରାଜ୍ୟ । ଏଣୁ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ଅଧିକ ପଡ଼ିପାରେ । ଅକ୍ସଫୋର୍ଡ ୟୁନିଭରସିଟିର ବିଶେଷଜ୍ଞମାନେ କରିଥିବା ସର୍ଭେ ଅନୁସାରେ ଦେଶରେ ଝାଡ଼ଖଣ୍ଡ ଦ୍ୱିତୀୟ ଗରିବ ରାଜ୍ୟ । ୨୦୧୫-୧୬ରେ ହୋଇଥିବା ସର୍ଭେ ଅନୁସାରେ ଜାତୀୟସ୍ତରରେ ଦାରିଦ୍ର‌୍ୟ ସୀମାରେଖା ହାର ୨୮ ପ୍ରତିଶତ ଥିଲା ବେଳେ ଝାଡ଼ଖଣ୍ଡରେ ଏହା ୪୬ ପ୍ରତିଶତ ଥିଲା । ରାଜ୍ୟର ସବୁ ଜିଲ୍ଲାରେ ଦାରିଦ୍ର‌୍ୟ ଭରପୁର ରହିଛି । ଏନଏସଓ ତଥ୍ୟ ଅନୁସାରେ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଝାଡ଼ଖଣ୍ଡରେ ଅର୍ଥନୀତିକ ମାନ୍ଦାବସ୍ଥାର ପ୍ରଭାବ ସବୁଠାରୁ ଅଧିକ ରହିଛି । ବେକାରୀ ସଂଖ୍ୟା ଉକ୍ରଟ । ଗ୍ରାମାଂଚଳରେ ବେକାରଙ୍କ ସଂଖ୍ୟା ଅଧିକ । ଜାତୀୟ ହାରଠାରୁ ଢ଼େର ଅଧିକ ରହିଛି ।
ଝାଡ଼ଖଣ୍ଡରେ ବେକାରୀ ସଂଖ୍ୟା ସବୁଠାରୁ ଅଧିକ ରହିବା କାରଣ କୁହାଯାଉଛି ଯେ, ଏଠାରେ ଶିଳ୍ପ ଓ ସେବା କ୍ଷେତ୍ର ପ୍ରତି ସେଭଳି ଗୁରୁତ୍ୱ ଦିଆଯାଇନାହିଁ । ଏ କ୍ଷେତ୍ରରେ ପୁଞ୍ଜିନିବେଶ ଦୃତ ଗତିରେ ହ୍ରାସ ପାଇଛି । ଖଣି କ୍ଷେତ୍ରରେ ମଧ୍ୟ ବିନିଯୋଗର ହାର ଯଥେଷ୍ଟ କମ ରହିଛି । ୨୦୧୪ରେ ବିଜେପି ସରକାର କ୍ଷମତାକୁ ଆସିଲା ପରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ, ଅଧିକ ପୁଞ୍ଜିନିବେଶ କରାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କିନ୍ତୁ ତାହା ହୋଇନାହିଁ । ଘରୋଇ ପୁଞ୍ଜିନିବେଶ ଗତ ୫ ବର୍ଷରେ କ୍ରମେ ହ୍ରାସ ପାଇଛି । ଝାଡ଼ଖଣ୍ଡର ସବୁପ୍ରକାଣ ପୁଞ୍ଜିନିବେଶ ପ୍ରକଳ୍ପ ଏକ ପ୍ରକାର ସ୍ଥିର ହୋଇଯାଇଛି । ପୁଞ୍ଜିନିବେଶକାରୀମାନେ ଆଗ୍ରହ ଦେଖାଉ ନ ଥିବାରୁ ୨୮ ପ୍ରତିଶତ ପ୍ରକଳ୍ପ ବନ୍ଦ ହୋଇଛି । ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ୧୬ ପ୍ରତିଶତ ପ୍ରକଳ୍ପ ଆଗେଇ ପାରିନାହିଁ । ଜଙ୍ଗଲ ଜମି ଅନୁମୋଦନ ମିଳୁନାହିଁ । ସରକାର ଜମି ଅଧିଗ୍ରହଣ ଆଇନରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲା ବେଳେ ଲୋକଙ୍କ ବିରୋଧ ଯୋଗୁ ତାହା ଆଗେଇ ପାରି ନ ଥିଲା ।
ଝାଡ଼ଖଣ୍ଡରେ ଜାତି ଭିତ୍ତିକ ରାଜନୀତି ଜୋର ଦାର ରହିଛି । ରାଜ୍ୟର ଅଧିକାଂଶ ବିଧାନସଭା ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଅଛି । ଆଦିବାସୀ ଭୋଟରଙ୍କୁ ନେଇ ବିଭିନ୍ନ ସମୟରେ ରାଜନୀତିକ ପ୍ରସଙ୍ଗ ଉଠିଛି । ଏଭଳି ବିଭିନ୍ନ ପ୍ରକାର ସମସ୍ୟା ବିଜେପି ପାଇଁ ରହିଥିବା କୁହାଯାଉଛି ।
https://onakhabar.com/2019/12/03/jharkhand-election-2019-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking