34.1 C
Bhubaneswar
Thursday, April 25, 2024
Homeଓଡିଶାବିଜେଡିର ମିଶ୍ରଣ ପର୍ବ

ବିଜେଡିର ମିଶ୍ରଣ ପର୍ବ

ଜୟପୁର : ଜୟପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ(ବିଜେଡି)ରେ ଶତାଧିକ ଯୁବକ ଯୁବତୀ ବୁଧବାର ସାମିଲ ହୋଇଛନ୍ତି । ଏନେଇ ରବିବାର ସନ୍ଧ୍ୟାରେ ଜୟପୁର ସ୍ଥିତ ବିଜେଡି ଜିଲା କାର୍ଯ୍ୟାଳୟରେ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିଲା । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ମହିଳାନେତ୍ରୀ ଇନ୍ଦିରା ନନ୍ଦ, ଜୟପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ସୁର୍ଯ୍ୟ ନାରାୟଣ ରଥ ,ଟାଉନ ସଭାପତି ହର ମିଶ୍ର, ଦୁର୍ଗା ମିଶ୍ର ,ଅନୁପ ପାତ୍ର, ମୁନା ରଥ, ବିରେଶ ପଟ୍ଟନାୟକ, ଧର୍ମେନ୍ଦ୍ର ଅଧିକାରୀ, ସରୋଜ ଦାସ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ମିଶ୍ରଣ ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରବି ନାରାୟଣ ନନ୍ଦଙ୍କ ବଳିଷ୍ଠ ନେତୃତ୍ୱକୁ ସମର୍ଥନ ଜଣାଇ ପ୍ରତ୍ୟୁଷ ପଟ୍ଟନାୟକ ନେତୃତ୍ୱରେ ଶତାଧିକ ଯୁବକ ଡ. ଇନ୍ଦିରା ନନ୍ଦଙ୍କ ଆଭାନ କ୍ରମେ ୬ଜଣ ଓକିଲ ସାମିଲ ହେଇଥିବା ବିଜେଡି ପକ୍ଷରୁ ସୂଚାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking