40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ କଳାପକୁ ନେଇ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଙ୍କ ଅସନ୍ତୋଷ

ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ କଳାପକୁ ନେଇ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଙ୍କ ଅସନ୍ତୋଷ

ଜୟପୁର : ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦର୍ଶହୀନ ପ୍ରଧାନ ଶିକ୍ଷୟିତ୍ରୀ । ଯେଉଁ ଶିକ୍ଷୟିତ୍ରୀ ଦିନେ ଆଦର୍ଶ ଓ ଦୁର୍ନୀତି ବିରୋଧର କଥା କହୁଥିଲେ ଏବେ ନିଜେ ଦୁର୍ନୀତି କରୁଛନ୍ତି । ଅର୍ଥର ଲାଳସା ଏପରି ଘାରିଛି ଯେ ଗରିବଙ୍କଠୁ ଆରମ୍ଭ କରି ଆଦିବାସୀ ଯାଏ କାହାକୁ ବି ସେ ଛାଡୁ ନାହାନ୍ତି। ଆଦିବାସୀଙ୍କୁ ଫୋନ କରି କିପରି ଜଣେ ପ୍ରଧାନଶିକ୍ଷୟିତ୍ରୀ ଅର୍ଥ ମାଗୁଛନ୍ତି ଏପରି ୩ଟି କଲ ଅଡିଓ କଲ ରେକର୍ଡ ମଧ୍ୟ ଭାଇରାଲ ହୋଇଛି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜାମୁଣ୍ଡା ଗାଁରେ। ଗରିବ ଆଦିବାସୀଙ୍କୁ ଆଡମିଶନ, ରି ଆଡମିଶନ, ବହି ପଇସା, ସାଇକେଲ, ଡଷ୍ଟର, ଚକ୍‌ ଓ ଷ୍ଟଡି ସାଟିର୍ଫିକେଟ ବାବଦ ରେ ଲୁଟୁଛନ୍ତି ହଜାର ହଜାର ଟଙ୍କା।

ଜମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍ଥିତି ଏପରି ହୋଇଛି ଯେ ବିନା ପଇସାରେ କିଛି ସାଟିଫିକେଟ ଦେଉ ନ ଥିବାବେଳେ ବହି ମଧ୍ୟ ଦେଉନାହାନ୍ତି। ଫଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ। ତେବେ ଏଭଳି ଅଭଯୋଗ ଏହି ବିଦ୍ୟାଳୟ ରେ ନୂଆ ନୁହେଁ। ଗତବର୍ଷ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ ସୁନୀତା ରଥଙ୍କ ବିରୋଧରେ ଗାଁ ଲୋକେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ନେଇ ଜିଲ୍ଲାପ୍ରଶାସନ ନିକଟରେ ଗ୍ରାମବାସୀ ଫେରାଦ ହୋଇଥିଲେ ମଧ୍ୟ ଫଳ ସୁନ। ଗତବର୍ଷ ମିଳିଥିବା ଅର୍ଥର ଲାଳସା ପୁଣି ଚଳିତବର୍ଷ ଫୁଟି ବାହାରିଥିବା ଅଭିଯୋଗ ହୋଇଛି। ଆଡମିଶନ ପାଇଁ ୫୫୦ ଟଙ୍କା, ଆଉ ଉତ୍ତୀର୍ଣ୍ଣ ପ୍ରମାଣ ପତ୍ର ପାଇଁ 1000 ଟଙ୍କା, ଆଉ ଷ୍ଟଡି ସାର୍ଟିଫିକେଟ ପାଇଁ 200 ଟଙ୍କା , ଏସବୁ ବାଦେ ଅଟୋ ଭଡା ଆଳ ଦେଖାଇ ପୁସ୍ତକ ବାବଦ କୁ ମଧ୍ୟ ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିଭାବକ।

1930 ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ହୋଇଛି।ବିଦ୍ୟାଳୟ ଟି ଆରମ୍ଭ ରୁ ଠିକ ଭାବେ ପରିଚାଳିତ ହେଉଥିଲା। ଗତ କିଛି ବର୍ଷ ହେବଣି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ରଥ ଦାଇତ୍ୱ ରେ ରହିଛନ୍ତି।ଆଉ ସେହି ଦିନ ଠାରୁ ବିଦ୍ୟାଳୟ ରେ ଚାଲିଛି ଅବ୍ୟବସ୍ଥା। ଯାହାକୁ ନେଇ ଗ୍ରାମବାସୀ ଠାରୁ ଆରମ୍ଭ କରି ଲୋକୋପ୍ରତିନିଧି ପର୍ଯ୍ୟନ୍ତ ଅନେକ ଅଭିଯୋଗ କରି ଜିଲ୍ଲାପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ। ଏସବୁ ସ୍ଵତ୍ତ୍ୱେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଯାହାକୁ ନେଇ ସାଧାରଣ ରେ ଉଠୁଛି ଅନେକ ପ୍ରଶ୍ନ।ସେପଟେ ଏସବୁ ମୋ ବିରୁଦ୍ଧରେ ଏକ ସଡ ଯନ୍ତ୍ର କରି ଗ୍ରାମବାସୀ ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ସଫେଇ ଦେଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ।

ତେବେ ବର୍ଷ ବର୍ଷ ଧରି ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଶୋଷଣ ର ଶିକାର ହେଉଥିବା ଗରିବ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ଶୋଷଣ ରୁ ମୁକ୍ତି ଦେବା ପାଇଁ ପ୍ରଶାସନ କେବେ ତତ୍ପର ହେଉଛି ତାହାକୁ ହି ଏବେ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking