ନୂଆଦିଲ୍ଲୀ : ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି ଜେଇଇ ମେନ୍ -୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ। ୪ଟି ପଯର୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶିତ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଜେଇଇ ମେନ ୪ଟି ପର୍ଯ୍ୟାୟରେ ହୋଇଥିଲା। ଏହା ଥିଲା ଶେଷ ପର୍ଯ୍ୟାୟ। ପୂର୍ବରୁ ତିନିଟି ପର୍ଯ୍ୟାୟ ପରୀକ୍ଷା ଯଥାକ୍ରମେ ଫେବ୍ରୁଆରୀ, ମାର୍ଚ୍ଚ ଏବଂ ଏପ୍ରିଲରେ ହୋଇଥିଲା। ଶେଷ ପର୍ଯ୍ୟାୟ ପରୀକ୍ଷା ମେ’ରେ ହେବାର ଥିଲା । କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହା ହୋଇ ପାରି ନ ଥିଲା। ସେପ୍ଟେମ୍ବର ୨ ତାରିଖରେ ଏହି ଶେଷ ପର୍ଯ୍ୟାୟ ପରୀକ୍ଷା ହୋଇଥିଲା। ଏନଟିଏ (ନାଶନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ଜେଇଇ ମେନ୍ ରେଜଲ୍ଟ ସହ ଟପ୍ପର ତାଲିକା ମଧ୍ୟ ଘୋଷଣା କରିଛନ୍ତି।