30.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରକାଶ ପାଇଲ ମାର୍ଚ୍ଚ ମାସର ଜେଇଇ ମେନ୍ ପରୀକ୍ଷା ଫଳ

ପ୍ରକାଶ ପାଇଲ ମାର୍ଚ୍ଚ ମାସର ଜେଇଇ ମେନ୍ ପରୀକ୍ଷା ଫଳ

ଭୁବନେଶ୍ୱର : ଚଳିତ ମାସରେ ହୋଇଥିବା ଜେଇଇ ମେନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ୬ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେଥିରୁ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୬ରୁ ୧୮ ମଧ୍ୟରେ ଦେଶର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪ଟି ପର୍ଯ୍ୟାୟ ଯଥା- ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ରେ ଜେଇଇ ମେନ୍ ପରୀକ୍ଷା କରାଯାଉଛି। ସେହିପରି ଆଜିଠାରୁ ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking